ଆସନ୍ତାକାଲି ଜି-୨୦: ସୀମାକୁ ନେଇ ଚୀନ କହିଲା ଆଲୋଚନା ସମ୍ଭବ ନୁହଁ, ଭାରତ କହିଲା ଆମେ ବି ଚାହୁଁନୁ

ନୂଆଦିଲ୍ଲୀ: ସିକ୍କିମ ସୀମାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଘନେଇବାରେ ଲାଗିଛି।  ଉଭୟ ଭାରତ-ଚୀନ ମଧ୍ୟରେ ଛକାପଞ୍ଝା ଲାଗିରହିଛି। ଏପରିସ୍ଥଲେ ଚୀନ ଦ୍ୱିପାକ୍ଷିକ ଆଲୋଚନାକୁ ନେଇ ଚୀନ ଯେଉଁ ମତ ଦେଇଥିଲା ତାହା ଉପରେ ଜବାବ ରଖିଛି ଭାରତ। ବର୍ତ୍ତମାନ ସ୍ଥିତିରେ ଭାରତ ସହ ଦ୍ୱିପାକ୍ଷିକ  ଆଲୋଚନା ପାଇଁ ପରିବେଶ ଅନୁକୂଳ ନୁହଁ ବୋଲି ଚୀନ କହିଥିଲା।

ଏହାର ପ୍ରତିକ୍ରିୟାରେ ଭାରତ କହିଛିହ ଯେ, ଆମେ ଅଲୋଚନା ପାଇଁ ଡାକି ନ ଥିଲୁ କି କୌଣସି ପ୍ରସ୍ତାବ ଦେଇ ନ ଥିଲୁ।  ଇସ୍ରାଏଲ ଗସ୍ତରେ ମୋଦିଙ୍କ ସହ ଯାଇଥିବା ଅଫିସିଆଲ ପକ୍ଷରୁ ଏଭଳି ମନ୍ତବ୍ୟ ଦିଆଯାଇଛି । ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଲୋଚନା ପାଇଁ କୌଣସି କାର୍ଯ୍ୟକ୍ରମ ସ୍ଥିର ହୋଇ ନାହିଁ  ବୋଲି ଭାରତ ପକ୍ଷରୁ କୁହାଯାଇଛି। ଉଭୟଦେଶ ମଧ୍ୟରେ  ଏଭଳି ବାକ୍‌ ଯୁଦ୍ଧ ସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଛି।

ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ ଜାପାନର ହମବର୍ଗରେ ଜି-୨୦ ସମ୍ମିଳନୀ ହେବାକୁ ଯାଉଛି। ଏହିପରିପ୍ରେକ୍ଷୀରେ ଏଠାରେ ସୀମା ବିବାଦ ପ୍ରସଙ୍ଗକୁ ନେଇ ଉଭୟ ଭାରତ ଏବଂ ଚୀନ ମଧ୍ୟରେ ଅଲୋଚନା ହେବ ବୋଲି କଥା ଉଠୁଥିଲା। ହେଲେ ତାହା ଏବେ ସମ୍ପୂର୍ଣ୍ଣ ବିଗିଡ଼ିଯାଇଛି।