ସାବଧାନ ଚୀନ ନାଗରିକ ! ଟୁରିଷ୍ଟ ଭିସାରେ କାମ କରୁଥିବା ଚାଇନିଜ୍‌ଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍କାନରରେ ଚୀନ ନାଗରିକ। ଟୁରିଷ୍ଟ ଭିସାରେ ଆସି ଓଡ଼ିଶାରେ କାମ କରୁଥିବା ଚୀନ ନାଗରିକଙ୍କ ସମର୍କରେ ତଥ୍ୟ ସଂଗ୍ରହ ପାଇଁ ଜିଲ୍ଲା ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ପୋଲିସର ସ୍ପେଶାଲ ବ୍ରାଞ୍ଚ୍ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଟୁରିଷ୍ଟ ଭିସାରେ ଆସି ଭାରତରେ ବହୁ ଚୀନ ନାଗରିକ କାମ କରୁଥିବା ସୂଚନା ମିଳିବା ପରେ, ଏମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଆଧାରରେ ଓଡ଼ିଶା ପୋଲିସର ସ୍ପେଶାଲ ବ୍ରାଞ୍ଚ ସବୁ ଜିଲ୍ଲା ପୋଲିସ୍‌କୁ ଚିଠି ଲେଖିଛି।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଚୀନ ନାଗରିକଙ୍କ ସମ୍ପର୍କରେ ସଂଗୃହ ତଥ୍ୟ ହାଇଦ୍ରାବାଦର ଫରେନ ରିଜିଓନାଲ ରେଜିଷ୍ଟ୍ରେସନ ଅଫିସ (ଏଫ୍‌ଆରଆରଓ)କୁ ପଠାଯିବ। ଜରୁରୀକାଳୀନ ଭିତ୍ତିରେ ଚୀନ ନାଗରିକଙ୍କ ସମ୍ପର୍କରେ ଏହି ସୂଚନା ସଂଗ୍ରହ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା।