ଏବେ ନୁହେଁ ଫାଶି, ପାକ୍‌କୁ ଅନ୍ତର୍ଜାତୀୟ କୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ: କୁଳଭୂଷଣ ଯାଦବଙ୍କ ଫାଶି ଉପରେ ରୋକ୍। ପାକିସ୍ତାନ ସେନା କୋର୍ଟର ମୃତ୍ୟୁଦଣ୍ଡ ଉପରେ ଅନ୍ତର୍ଜାତୀୟ ଅଦାଲତଙ୍କ ରହିତାଦେଶ ପରେ କୂଟନୈତିକ ସ୍ତରରେ ଭାରତକୁ ମିଳିଛି ବଡ଼ ସଫଳତା। ମାମଲାର ଚୂଡ଼ାନ୍ତ ଶୁଣାଣି ନହେବା ଯାଏଁ ଅର୍ଥାତ୍ ଅଗଷ୍ଟ ୨୦୧୭ ପୂର୍ବରୁ କୁଳଭୂଷଣଙ୍କୁ ଫାଶି ନଦେବାକୁ ପାକିସ୍ତାନକୁ ତାଗିଦ୍ କରିଛି ଅନ୍ତର୍ଜାତୀୟ ଅଦାଲତ। ଅଦାଲତଙ୍କ ମଧ୍ୟବର୍ତ୍ତିକାଳୀନ ରାୟକୁ ଦେଶବ୍ୟାପୀ ସ୍ୱାଗତ କରାଯାଇଛି। ଆଜି ଏହି ମାମଲାରେ ରାୟ ପ୍ରକାଶ କରି ଅନ୍ତର୍ଜାତୀୟ ଅଦାଲତର ବିଚାରପତି ଜଷ୍ଟିସ ରୋନି […]

1

1

Rakesh Mallick
  • Published: Thursday, 18 May 2017
  • Updated: 18 May 2017, 11:21 PM IST

Sports

Latest News

ନୂଆଦିଲ୍ଲୀ: କୁଳଭୂଷଣ ଯାଦବଙ୍କ ଫାଶି ଉପରେ ରୋକ୍। ପାକିସ୍ତାନ ସେନା କୋର୍ଟର ମୃତ୍ୟୁଦଣ୍ଡ ଉପରେ ଅନ୍ତର୍ଜାତୀୟ ଅଦାଲତଙ୍କ ରହିତାଦେଶ ପରେ କୂଟନୈତିକ ସ୍ତରରେ ଭାରତକୁ ମିଳିଛି ବଡ଼ ସଫଳତା। ମାମଲାର ଚୂଡ଼ାନ୍ତ ଶୁଣାଣି ନହେବା ଯାଏଁ ଅର୍ଥାତ୍ ଅଗଷ୍ଟ ୨୦୧୭ ପୂର୍ବରୁ କୁଳଭୂଷଣଙ୍କୁ ଫାଶି ନଦେବାକୁ ପାକିସ୍ତାନକୁ ତାଗିଦ୍ କରିଛି ଅନ୍ତର୍ଜାତୀୟ ଅଦାଲତ। ଅଦାଲତଙ୍କ ମଧ୍ୟବର୍ତ୍ତିକାଳୀନ ରାୟକୁ ଦେଶବ୍ୟାପୀ ସ୍ୱାଗତ କରାଯାଇଛି।

ଆଜି ଏହି ମାମଲାରେ ରାୟ ପ୍ରକାଶ କରି ଅନ୍ତର୍ଜାତୀୟ ଅଦାଲତର ବିଚାରପତି ଜଷ୍ଟିସ ରୋନି ଆବ୍ରାହମ୍ ଦର୍ଶାଇଛନ୍ତି, କୁଳଭୂଷଣଙ୍କୁ ଗୁପ୍ତଚର ଭାବେ ପାକିସ୍ତାନର ଯୁକ୍ତିକୁ ଗ୍ରହଣ କରାଯାଇ ପାରିବ ନାହିଁ। କାରଣ ଏନେଇ ପାକିସ୍ତାନ ଉପସ୍ଥାପନ କରିଥିବା ପ୍ରମାଣ ବଳିଷ୍ଠ ନୁହେଁ। ଯାଦବଙ୍କ ଗିରଫଦାରି ଏକ ବିବାଦୀୟ ଘଟଣା ହୋଇଥିବାରୁ ଚୂଡ଼ାନ୍ତ ରାୟ ନ ଆସିବା ଯାଏଁ ପାକିସ୍ତାନ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ।

ଗତ ୧୫ ତାରିଖରେ ଏହି ମାମଲାର ଶୁଣାଣି ହୋଇଥିଲା। ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ ଉଭୟ ଦେଶର ଯୁକ୍ତିକୁ ଶୁଣି ରାୟ ସଂରକ୍ଷିତ ରଖିଥିଲୋ କୁଳଭୂଷଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିବା ପାକିସ୍ତାନ ସେନା କୋର୍ଟର ରାୟକୁ ଫାର୍ସ ବୋଲି କହିଥିଲା। ଭାରତ ଏହା ଭିଏନା ଚୁକ୍ତିର ଖୋଲା ଉଲ୍ଲଙ୍ଘନ ବୋଲି କୋର୍ଟରେ ଭାରତ ପକ୍ଷ ରଖିଥିଲା। ଆଜିର ରାୟ ପରେ ଅନ୍ତର୍ଜାତୀୟ କୋର୍ଟ ଉପରେ ଅଧିକ ଆସ୍ଥା ପ୍ରକଟ କରିଛି ଭାରତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos