ଏମିତି ହୋଇଥିଲା ଜଗା-କାଳିଆଙ୍କ ଅପରେସନ୍: ‘ଓଡ଼ିଶା ରିପୋର୍ଟର’କୁ ଓଟି ଭିତର କଥା କହିଲେ ଡାକ୍ତର
କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ ସରିଛି। ଦୀର୍ଘ ୧୮ ଘଣ୍ଟାର ଅପରେସନ୍ ପରେ ସେମାନଙ୍କୁ ଆଇସିୟୁରେ ରଖାଯାଇଛି। ଦୁଇ ଭାଇଙ୍କୁ ଅଲଗା କରିବାକୁ ଲାଗିଥିଲା ୪୦ ଜଣିଆ ଡାକ୍ତରି ଟିମ୍। ଏହି ଅପରେସନ୍ କଷ୍ଟସାଧ୍ୟ ବୋଲି ଜାଣିଥିଲେ ମଧ୍ୟ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ନେଇଥିଲା ଟିମ୍। ଅପରେସନ୍ ଥିଏଟର ଭିତରର ପୂରା ଘଟଣା ସଂପର୍କରେ ଓଡ଼ିଶା ରିପୋର୍ଟରକୁ କହିଛନ୍ତି ଦିଲ୍ଲୀ ଏମ୍ସର ନ୍ୟୁରୋ ସର୍ଜନ ବିଭାଗ ମୁଖ୍ୟ ତଥା ଓଡ଼ିଆ ଡାକ୍ତର ପ୍ରଫେସର ଅଶୋକ ମହାପାତ୍ର। ପଢନ୍ତୁ କଣ ସେ କହିଛନ୍ତି। (ଦେଖନ୍ତୁ ଭିଡିଓ ଇଣ୍ଟରଭ୍ୟୁ)
ଓଡ଼ିଶା ରିପୋର୍ଟର: ଅପରେସନ୍ ସରିଛି। ଜଗା କାଳିଆଙ୍କର ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି?
ପ୍ରଫେସର ଡକ୍ଟର ଅଶୋକ ମହାପାତ୍ର: ଜଗା-କାଳିଆଙ୍କ ଅଲଗା କରିବା ପାଇଁ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ କଷ୍ଟସାଧ୍ୟ ଓ ଚ୍ୟାଲେଞ୍ଜିଂ ଥିଲା। କାଡିଆକ ଆନାସ୍ତେସିଆ, ନ୍ୟୁରୋ ଆନାସ୍ତେସିଆ, କ୍ରିଟିକାଲ କେୟାର ଟିମ୍, ବ୍ଲାଡ଼ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଅପରେସନ୍ ସୁରୁଖୁରୁରେ ସାରିପାରିଲା। ଅପରେସନ୍ ପର୍ଯ୍ୟାୟକ୍ରମେ କରାଗଲା। ୧୮ ଘଣ୍ଟାର ଅପରେସନ୍ ପରେ ସେମାନଙ୍କୁ ଆଇସିୟୁକୁ ନିଆଯାଇଥିଲା। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।
ଓଡ଼ିଶା ରିପୋର୍ଟର: ବିଶ୍ୱରେ ଏହା ଏକ ବିରଳ ଅସ୍ତ୍ରୋପଚାର?
ପ୍ରଫେସର ଡକ୍ଟର ଅଶୋକ ମହାପାତ୍ର: ଜଗା-କାଳିଆଙ୍କ ଅପରେସନ୍ ସରିଛି। ଏଥିପାଇଁ ସମସ୍ତଙ୍କ ଚିନ୍ତାଧାରା ସକାରାତ୍ମକ ରହିବା ଦରକାର। ଭାଗବାନଙ୍କ ଆଶୀର୍ବାଦରୁ ସେମାନେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ। ଜଗନ୍ନାଥଙ୍କ କରୁଣା ସେମାନଙ୍କ ଉପରେ ରହୁ।
ଓଡ଼ିଶା ରିପୋର୍ଟର: ୪୦ ଜଣିଆ ଡାକ୍ତର ଟିମ୍ ଅପରେସନ୍ କରୁଥିଲେ। ତେବେ ଜଗାଠାରୁ କାଳିଆର ସ୍ୱାସ୍ଥ୍ୟ ଭଲ ରହିଛି?
ପ୍ରଫେସର ଡକ୍ଟର ଅଶୋକ ମହାପାତ୍ର: ଅପରେସନ୍ ପରେ ଜଗା ଅପେକ୍ଷା କାଳିଆର ସ୍ୱାସ୍ଥ୍ୟ ଭଲ ରହିଛି।
ଓଡ଼ିଶା ରିପୋର୍ଟର: ସେମାନଙ୍କୁ କେତେ ଦିନ ଆଇସିୟୁରେ ରଖାଯିବ?
ପ୍ରଫେସର ଡକ୍ଟର ଅଶୋକ ମହାପାତ୍ର: କେବେ ସେମାନଙ୍କୁ ଆଇସିୟୁର ବାହାର କରାଯିବ, ସେନେଇ କିଛି କହିହେବ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।