୪୫ ମିନିଟ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଗାଏବ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ସସ୍‌ପେଣ୍ଡ୍‌

ଜୟପୁର/ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ୪୫ ମିନିଟ୍ ଧରି ଗାଏବ ହୋଇଯାଇଥିଲା ତାଙ୍କ ହେଲିକପ୍ଟର। ଏହାକୁ ନେଇ ତନାଘନା ଆରମ୍ଭ ହୋଇଯାଇଥିବା ବେଳେ ଭୁଲ୍ ସୂଚନା ପ୍ରଦାନ ନେଇ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ବିରଞ୍ଚି ମହାନ୍ତିଙ୍କୁ ସସ୍‌ପେଣ୍ଟ୍ କରାଯାଇଛି। ମୁଖ୍ୟମନ୍ତ୍ରୀ ଆଜି ଏକ ବିମାନରେ କୋରାପୁଟ ଜିଲ୍ଲାର ଜୟପୁର ଗସ୍ତରେ ଆସିଥିଲେ। ସେ ନିର୍ଦ୍ଧାରିତ ସମୟରେ ଜୟପୁରରେ ପହଞ୍ଚିଥିଲେ। ଜୟପୁରରେ କାର୍ଯ୍ୟକ୍ରମ ସାରିବା ପରେ ସେ ୧୨ଟା […]

naveen

naveen

Rakesh Mallick
  • Published: Thursday, 22 December 2016
  • Updated: 22 December 2016, 07:47 PM IST

Sports

Latest News

ଜୟପୁର/ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ୪୫ ମିନିଟ୍ ଧରି ଗାଏବ ହୋଇଯାଇଥିଲା ତାଙ୍କ ହେଲିକପ୍ଟର। ଏହାକୁ ନେଇ ତନାଘନା ଆରମ୍ଭ ହୋଇଯାଇଥିବା ବେଳେ ଭୁଲ୍ ସୂଚନା ପ୍ରଦାନ ନେଇ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ବିରଞ୍ଚି ମହାନ୍ତିଙ୍କୁ ସସ୍‌ପେଣ୍ଟ୍ କରାଯାଇଛି।

ମୁଖ୍ୟମନ୍ତ୍ରୀ ଆଜି ଏକ ବିମାନରେ କୋରାପୁଟ ଜିଲ୍ଲାର ଜୟପୁର ଗସ୍ତରେ ଆସିଥିଲେ। ସେ ନିର୍ଦ୍ଧାରିତ ସମୟରେ ଜୟପୁରରେ ପହଞ୍ଚିଥିଲେ। ଜୟପୁରରେ କାର୍ଯ୍ୟକ୍ରମ ସାରିବା ପରେ ସେ ୧୨ଟା ୩୫ରେ ଏକ ହେଲିକପ୍ଟର ଯୋଗେ କୋଟପାଡ଼ ଅଭିମୁଖେ ବାହାରିଥିଲେ। କାର୍ଯ୍ୟସୂଚୀ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ୧୨ଟା ୫୫ରେ କୋଟପାଡ଼ରେ ପହଞ୍ଚିବାର ଥିଲା। କିନ୍ତୁ ହେଲିକପ୍ଟର ନିର୍ଦ୍ଧାରିତ ସମୟରେ ସେଠାରେ ଅବତରଣ କରି ନ ଥିଲା। ୪୫ ମିନିଟ୍‌ରୁ ଅଧିକ ସମୟ ଧରି ଉକ୍ତ ହେଲିକପ୍ଟର ସଂପର୍କରେ କୌଣସି ସୂଚନା ମିଳି ପାରି ନ ଥିଲା। ଫଳରେ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ଓ ଜିଲ୍ଲା ପ୍ରଶାସନ ଚିନ୍ତିତ ହୋଇପଡ଼ିଥିଲା। ତେବେ ହେଲିକପ୍ଟରଟି ୧ଟା ୨୫ରୁ ୧ଟା ୩୦ ମଧ୍ୟରେ କୋଟପାଡ଼ରେ ପହଞ୍ଚିଥିଲା। ଭୁଲ୍ ସୂଚନା ଯୋଗୁଁ ହେଲିକପ୍ଟରଟି ପହଞ୍ଚିବାରେ ବିଳମ୍ବ ହୋଇଥିଲା ବୋଲି କୁହାଯାଇଥିଲା।

କୋରାପୁଟ ଏସ୍‌ପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଅକ୍ଷାଂଶ ଓ ଦ୍ରାଘିମା ନେଇ ଭୁଲ୍ ସୂଚନା ଦେଇଥିବା ଯୋଗୁଁ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ବିରଞ୍ଚି ମହାନ୍ତଙ୍କୁ ସସ୍‌ପେଣ୍ଡ୍ କରାଯାଇଥିବା ନେଇ ପୂର୍ତ୍ତ ବିଭାଗ ସଚିବ ନଳୀନି ପ୍ରଧାନ ସୂଚନା ଦେଇଛନ୍ତି। କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ସସ୍‌ପେଣ୍ଡ୍ କରାଯାଇଛି। ତାଙ୍କର ଭୁଲ୍ ସୂଚନା ଯୋଗୁଁ ହେଲିକପ୍ଟରଟି ନିର୍ଦ୍ଦିଷ୍ଟ ସ୍ଥାନରେ ଠିକ୍ ସମୟରେ ପହଞ୍ଚି ପାରି ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos