ଆଇଓସିଏଲ୍‌ ଲୋକାର୍ପଣକୁ ବିଜେଡି ଅସଫଳ କରିବାକୁ ଚାହୁଁ ଥିଲା: ବିଜେପି

ଭୁବନେଶ୍ୱର: ପାରାଦୀପ ତୈଳ ବିଶୋଧନାଗାର ଲୋକାର୍ପଣକୁ ବିଜେଡି ଅସଫଳ କରିବାକୁ ଚାହୁଁଥିଲା। ଏଥିପାଇଁ ଦଳ ପକ୍ଷରୁ ଜଣେ ମନ୍ତ୍ରୀ ଓ ୩ ଜଣ ବିଧାୟକଙ୍କୁ ନିୟୋଜିତ କରାଯାଇଥିଲା। ଏହି ମନ୍ତ୍ରୀ ଓ ବିଧାୟକମାନେ କଳ, ବଳ ସବୁ ଖଟାଇ ଦେଇଥିଲେ ଯେପରି ବିଜେପି କର୍ମୀ କି ସାଧାରଣ ଲୋକେ ସଭାସ୍ଥଳକୁ ନ ଯାଇପାରିବେ। ହେଲେ ଓଡ଼ିଶାବାସୀ ପ୍ରଧାନମନ୍ତ୍ରୀଙ୍କୁ ବହୁତ ଭଲ ପାଆନ୍ତି, ତେଣୁ ବହୁ ସଂଖ୍ୟାରେ ଯୋଗଦେଇ ଏହାକୁ ସଫଳ କରାଇଲେ। ଏହାସହ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସଫଳ […]

bjp

bjp

Rakesh Mallick
  • Published: Monday, 08 February 2016
  • Updated: 08 February 2016, 10:34 AM IST

Sports

Latest News

ଭୁବନେଶ୍ୱର: ପାରାଦୀପ ତୈଳ ବିଶୋଧନାଗାର ଲୋକାର୍ପଣକୁ ବିଜେଡି ଅସଫଳ କରିବାକୁ ଚାହୁଁଥିଲା। ଏଥିପାଇଁ ଦଳ ପକ୍ଷରୁ ଜଣେ ମନ୍ତ୍ରୀ ଓ ୩ ଜଣ ବିଧାୟକଙ୍କୁ ନିୟୋଜିତ କରାଯାଇଥିଲା। ଏହି ମନ୍ତ୍ରୀ ଓ ବିଧାୟକମାନେ କଳ, ବଳ ସବୁ ଖଟାଇ ଦେଇଥିଲେ ଯେପରି ବିଜେପି କର୍ମୀ କି ସାଧାରଣ ଲୋକେ ସଭାସ୍ଥଳକୁ ନ ଯାଇପାରିବେ। ହେଲେ ଓଡ଼ିଶାବାସୀ ପ୍ରଧାନମନ୍ତ୍ରୀଙ୍କୁ ବହୁତ ଭଲ ପାଆନ୍ତି, ତେଣୁ ବହୁ ସଂଖ୍ୟାରେ ଯୋଗଦେଇ ଏହାକୁ ସଫଳ କରାଇଲେ। ଏହାସହ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସଫଳ କରାଇଥିବାରୁ ଦଳ ପକ୍ଷରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି।

ବିଜେପି ବରିଷ୍ଠ ନେତା ସଜ୍ଜନ ଶର୍ମା କହିଛନ୍ତି, ବିଜେଡି ଓ ତା’ର ସରକାରୀ ଗୁଣ୍ଡା ପାଲଟି ଥିବା ପୋଲିସ କାର୍ଯ୍ୟକ୍ରମ ପଣ୍ଡ କରିବାକୁ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ। ଶନିବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ରାସ୍ତାବନ୍ଦ କରିଦିଆଗଲା। ଏହାର ନେତୃତ୍ୱ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ନେଇଥିଲେ। ଫଳରେ ଗାଡି ଚଳାଚଳ କରିବା ସକ୍ଷମ ହୋଇ ନ ଥିଲା। ଏହାସତ୍ତ୍ୱେ ଲୋକେ ସଭାସ୍ଥଳକୁ ଯାଇଥିଲେ। ବିଜେଡି ଅଞ୍ଚଳରେ ଏକ ପ୍ରକାର ଆତଙ୍କରାଜ ଚଳାଇଥିଲା। ରୁଦ୍ରନାରାୟଣ ପାଣି, ପ୍ରତାପ ଷଢଙ୍ଗୀ, ରାମଚନ୍ଦ୍ର ପଣ୍ଡାଙ୍କ ପରି ବହୁ ବିଜେପି ନେତା ଓ କର୍ମୀ ଯେପରି ସଭାସ୍ଥଳରେ ନ ପହଞ୍ଚିବେ ସେଥିଲାଗି ଉଦ୍ୟମ କରାଯାଇଥିଲା।

ସେ ଆହୁରି କହିଛନ୍ତି ଯେ, ସଭାସ୍ଥଳରେ ବିଜେଡି ନେତା ନୁହନ୍ତି ମନ୍ତ୍ରୀ ଆଇଓସିଏଲ ପକ୍ଷରୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରକୁ ଚିରୁଥିବା ଦେଖିବାକୁ ମିଳିଥିଲା। ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାଶ ଏପରି କାମ କରିଥିବା ସେ ଅଭିଯୋଗ କରିଛନ୍ତି। ରାସ୍ତାରୋକ କରାଯିବା ପରି ଘଟଣା ପାଇଁ ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ସେ ଦାୟୀ କରିବା ସହ ବିଧାୟକ ପ୍ରଭାତ ବିଶ୍ୱାଳ ମଧ୍ୟ ବିଭ୍ରାଟ ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି।

ସେହିପରି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସଫଳ କରାଇ ଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପାରାଦୀପରେ ଆଇଓସିଏଲ ଲୋକାର୍ପଣ ଅର୍ଭୁତପୂର୍ବ ଥିଲା ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଆଶକର୍ମୀ ଯମୁନା ମୁଣ୍ଡାକୁ ନମସ୍କାର କରିବା, ଗୁଗଲ ଗାର୍ଲ ଲଳିତାଙ୍କୁ ଆର୍ଶିବାଦ ଦେବା ଓ ଚାହା ବିକାଳିର ପୁଅ ତଥା ଆଇଟିଆଇ ସଫଳ ଛାତ୍ର ଶ୍ରୀକାନ୍ତର ପିଠି ଥାପୁଡାଇବା ସାଧାରଣ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଥିବା ଦରଦକୁ ପ୍ରମାଣିତ କରୁଛି।

ସେ ଆହୁରି କହିଛନ୍ତି ଯେ, ଆଗାମୀ ଦିନରେ ଗାଁକୁ ଯାଇ ଲୋକଙ୍କ ସୁଖ ଦୁଃଖରେ ଛିଡା ହେବାକୁ ସେ ଦଳୀୟ କମୀଙ୍କୁ ମୋଦି ଆହ୍ୱାନ ଦେଇଛନ୍ତି।

ବିଜେପି ଆଇଓସିଏଲକୁ ଦଳୀୟ କାର୍ଯ୍ୟକ୍ରମ କରିଦେବା ବିଜେଡିର ଅଭିଯୋଗ ଉପରେ ପଣ୍ଡା କହିଛନ୍ତି, ଏହା ସମ୍ପୃର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ଥିଲା। ପ୍ରଧାନମନ୍ତ୍ରୀ ମୋଦି ଆମ ଦଳର ନେତା ହୋଇଥିବାରୁ କେବଳ ତାଙ୍କୁ ଯେପରି ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ ସେଥିପାଇଁ ପ୍ରୟାଶ କରିଥିଲୁ। ଆସନ୍ତା ୨୧ ତାରିଖରେ ଦଳ ପକ୍ଷରୁ କୃଷକ ସମାବେଶ କରାଯିବ। ଏଥିରେ ଯୋଗଦେବାକୁ ମୋଦି ପୁଣି ଓଡ଼ିଶା ଆସିବେ ବୋଲି ସେ କହିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ କହିଥିଲେ ଓଡ଼ିଶା ପାଇଁ କେବେ ଅର୍ଥର ଅଭାବ ରହିବ ନାହିଁ। ମୋଦି ଆଜି ତାକୁ କାମରେ କରି ଦେଖାଉଛନ୍ତି। ୮୧୫ କୋଟି ଟଙ୍କାର ମରୁଡି ସହାୟତା ହେଉ କି ରେଲୱେରେ ୩୬୦୦ କୋଟି ଟଙ୍କା ସହଯୋଗ ହେଉ,  ଆଇଆଇଏମ, ସ୍ମାର୍ଟ ସିଟି ଓ ନାଇଜର କଥା ହେଉ ସବୁ କ୍ଷେତ୍ରରେ ବିଜେପି ଓଡ଼ିଶାକୁ ଗୁରୁତ୍ୱ ଦେଉଛି। ଆଗାମୀ ଦିନରେ ଏହି ଧାରା ଜାରି ରହିବ ବୋଲି ସେ କହିଛନ୍ତି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,  ସାମ୍ବାଦିକ ସମ୍ମିଳନୀ କରି ବିଜେପି ପକ୍ଷରୁ ଏଭଳି ଅଭିଯୋଗ କରାଯିବା ହାସ୍ୟାସ୍ପଦ ଓ ରୁଗଣ ମାନସିକତାର ପରିଚୟ। ଏତେବଡ କାର୍ଯ୍ୟକ୍ରମ ହେଲା ବିଜେପି ପକ୍ଷରୁ ଏହାକୁ ସଫଳ କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା। ତାଙ୍କ ଦଳର ବହୁ କର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଆମ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ସମସ୍ତ ପ୍ରୟାସ କରାଯାଇଥିଲା। ଗଣମାଧ୍ୟମ ପୋଷ୍ଟର, ବ୍ୟାନରକୁ ନେଇ ବାରମ୍ବାର ପ୍ରସାରଣ କରିବା ଦ୍ୱାରା ରାଜନୀତି ସରଗରମ ହୋଇଥିଲା। ସେ ଯାହା ବି ହେଉ ପ୍ରଧାନମନ୍ତ୍ରୀ ତ ନିଜେ କାର୍ଯ୍ୟକ୍ରମକୁ ପ୍ରସଂଶା କରିଛନ୍ତି। ଏପରି ସରକାରୀ କାର୍ଯ୍ୟକ୍ରମ ସେ କେଉଁଠି ଦେଖି ନ ଥିବା କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଏହି ପ୍ରକଳ୍ପ ରାଜ୍ୟ ତଥା ଦେଶର ହିତ ପାଇଁ ହୋଇଛି। ଏହାଦ୍ୱାରା ଓଡ଼ିଶାବାସୀ ବି ଲାଭବାନ ହେବେ। ବହୁ ବେକାର ଯୁବକ, ଯୁବତୀ ଚାକିରି ପାଇବେ। ରାଜ୍ୟ ସରକାର ଟ୍ୟାକ୍ସ ଛାଡ କରିଛନ୍ତି। ୨୦୨୮ ପରେ ରାଜ୍ୟ ସରକାର ଏଥିରୁ ଲାଭ ପାଇବେ। ଏସବୁକୁ ଦୃଷ୍ଟିରେ ରଖି ଓ  ପ୍ରଧାନମନ୍ତ୍ରୀ ଅତିଥି ହୋଇ ଆସୁଥିବାରୁ ଆମେ ତାଙ୍କୁ ସ୍ୱଗତ କରିବାକୁ ଯାହା କରିବା କଥା କରିଥିଲୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story