ଇତିଶ୍ରୀ ହତ୍ୟା ମାମଲା: ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ଆଜୀବନ କାରାଦଣ୍ଡାଦେଶ

ରାୟଗଡ଼ା: ବହୁଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାର ଚୂଡ଼ାନ୍ତ ରାୟ ଆଜି ପ୍ରକାଶ ପାଇଛି। ରାୟଗଡ଼ା ଜିଲ୍ଲା ଓ ଦୌରାଜଜ୍ ଏହାର ଶୁଣାଣି କରି ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‌ ଆଧାରରେ କୋର୍ଟଙ୍କ ରାୟ ପ୍ରକାଶ ପାଇଛି। ନେତ୍ରାନନ୍ଦ ଇତିଶ୍ରୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ରାୟଗଡ଼ା ଜେଲରେ ଥିଲେ। ଗତ ୧୬ ତାରିଖରେ ରାୟ ପ୍ରକାଶ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ଜିଲ୍ଲା ଓ ଦୌରାଜଜଙ୍କ ଅନୁପସ୍ଥିତି […]

tikiri

tikiri

Rakesh Mallick
  • Published: Tuesday, 26 April 2016
  • Updated: 27 April 2016, 07:01 AM IST

Sports

Latest News

tikiriରାୟଗଡ଼ା: ବହୁଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାର ଚୂଡ଼ାନ୍ତ ରାୟ ଆଜି ପ୍ରକାଶ ପାଇଛି। ରାୟଗଡ଼ା ଜିଲ୍ଲା ଓ ଦୌରାଜଜ୍ ଏହାର ଶୁଣାଣି କରି ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‌ ଆଧାରରେ କୋର୍ଟଙ୍କ ରାୟ ପ୍ରକାଶ ପାଇଛି। ନେତ୍ରାନନ୍ଦ ଇତିଶ୍ରୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ରାୟଗଡ଼ା ଜେଲରେ ଥିଲେ। ଗତ ୧୬ ତାରିଖରେ ରାୟ ପ୍ରକାଶ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ଜିଲ୍ଲା ଓ ଦୌରାଜଜଙ୍କ ଅନୁପସ୍ଥିତି ଯୋଗୁଁ ରାୟ ପ୍ରକାଶ ଦିନକୁ ଘୁଞ୍ଜାଇ ଦିଆଯାଇଥିଲା।

କ୍ରାଇମବ୍ରାଞ୍ଚ ଡିଜି ବି.କେ. ଶର୍ମା କହିଛନ୍ତି, “କ୍ରାଇମବ୍ରାଞ୍ଚ ୨୦୧୧ ନଭେମ୍ବର ୧ ତାରିଖରେ ମାମଲାର ତଦନ୍ତ ଭାର ନେଇଥିଲା। ଏହାର ତଦନ୍ତ କରି ୨୦୧୪ ଫେବୃୟାରୀ ୨୨ରେ ଚାର୍ଜସିଟ୍‌ ଦାଖଲ କରିଥିଲା। ୩୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଇତିଶ୍ରୀଙ୍କ ୪ଟି ମୃତ୍ୟୁକାଳୀନ ଜମାନବନ୍ଦି ରେକର୍ଡ କରାଯାଇଥିଲା। ଏହାକୁ କୋର୍ଟରେ ଦାଖଲ କରିଥିଲୁ। ଆଜି ଏହାର ଚୂଡାନ୍ତ ରାୟ ପ୍ରକାଶ ପାଇଛି। ଆମ ପାଇଁ ଖୁସିର କଥା ଯେ, ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାକୁ କୋର୍ଟ ଦୋଷୀ ମାନି ଦଣ୍ଡାଦେଶ ଶୁଣାଇଛନ୍ତି।”

ସେ କହିଛନ୍ତି, “ଆମେ କେବଳ ନେତ୍ରାନନ୍ଦଙ୍କ ନାଁରେ ଚାର୍ଜସିଟ ଦାଖଲ କରିଥିଲୁ। ଟିକିରି ଅଞ୍ଚଳକୁ ଇତିଶ୍ରୀ ଯିବା ପରେ ନେତ୍ରାନନ୍ଦଙ୍କ ସହ ହୋଇଥିବା ବିବାଦର ଆମେ ତଦନ୍ତ କରିଥିଲୁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ତାଙ୍କ ଉପରେ କିଏ କିରୋସିନି ଢାଳିଥିଲା ତା’ର ତଦନ୍ତ କରୁଛି।”

ଇତିଶ୍ରୀଙ୍କ ଭାଇ ବିକ୍ରମ ପ୍ରଧାନ କହିଛନ୍ତି, “କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ଆଧାର କରି କୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ଇତିଶ୍ରୀ ତା’ର ମୃତ୍ୟୁକାଳୀନ ବୟାନରେ ପ୍ରଶାସନର ବହୁ ଅଧିକାରୀଙ୍କୁ ନିଜ ମୃତ୍ୟୁ ପାଇଁ ଦାୟୀ କରିଥିଲା। ସେମାନଙ୍କୁ ତଦନ୍ତ ପରିସର ଭୁକ୍ତ କରାଗଲା ନାହିଁ। ସେମାନଙ୍କ ବିରୋଧରେ ତଦନ୍ତ କରାଯାଇଥିଲେ କାର୍ଯ୍ୟରେ ଅବହେଳା ପାଇଁ ବହୁ ପ୍ରଶାସନିକ ଅଧିକାରୀ ମଧ୍ୟ ଦଣ୍ଡ ପାଇଥାନ୍ତେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଏବେ ଏହି ଘଟଣାର ତଦନ୍ତ କରୁଛି। ଇତିଶ୍ରୀ ମୃତ୍ୟୁ ପାଇଁ ଦାୟୀ ଅନ୍ୟମାନେ ନିଶ୍ଚିତ ଧରାପଡ଼ିବେ।”

ନେତ୍ରାନନ୍ଦ କହିଛନ୍ତି,“ମୋ ପ୍ରତି ଅନ୍ୟାୟ କରାଯାଇଛି। ମୁଁ ଜେଲ୍‌ରେ ଅନଶନ କରିବି।”

ନେତ୍ରାନନ୍ଦଙ୍କ ଓକିଲ କହିଛନ୍ତି, “ତଳ କୋର୍ଟଙ୍କ ରାୟ ବିରୋଧରେ ଉପର କୋର୍ଟକୁ ଯିବୁ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଧରାପଡ଼ିନାହାନ୍ତି କି ତା’ ସମ୍ପର୍କରେ କିଛି ସୂଚନା ସିବିଆଇ ପାଖରେ ନାହିଁ। ନେତ୍ରାନନ୍ଦ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କିଛି ପ୍ରମାଣ ମିଳିନାହିଁ।”

ସରକାରୀ ଓକିଲ ରାଜେନ୍ଦ୍ର ପ୍ରକାଶ ସାହୁ କହିଛନ୍ତି, “ନେତ୍ରାନନ୍ଦ ଦଣ୍ଡସେନାଙ୍କ ବିରୋଧରେ ହତ୍ୟା ଓ ଷଡ଼ଯନ୍ତ୍ର କରିବା ଅଭିଯୋଗ ପ୍ରମାଣିତ ହୋଇଛି। ୩୬ ଜଣ ସାକ୍ଷୀ ଓ ୬୦ ଡକ୍ୟୁମେଣ୍ଟକୁ ଆଧାର କରି ଜିଲ୍ଲା ଓ ଦୌରାଜଜ ଏହି ରାୟ ଶୁଣାଇଛନ୍ତି। ତଳ କୋର୍ଟର ରାୟ ବିରୋଧରେ ଉପର କୋର୍ଟକୁ ଯିବାକୁ ତାଙ୍କର ଅଧିକାର ଅଛି, ସେ ଯାଇପାରନ୍ତି।”

୨୦୧୩ ଅକ୍ଟୋବର ୨୭ ତାରିଖ ରାତିରେ ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କ ଦେହରେ କିରୋସିନି ଢାଳି ହତ୍ୟା ଉଦ୍ୟମ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୨୦୧୩ ନଭେମ୍ୱର ୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାରେ ତତ୍କାଳୀନ ସ୍କୁଲ୍ ଏସ୍‌ଆଇ ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ଗିରଫ କରାଯାଇଥିଲା।

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, “ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ତେବେ ଇତିଶ୍ରୀ ମୃତ୍ୟୁ ପୂର୍ବାରୁ ତା’ର ଏପରି ଅବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ଦୋଷ ଦେଇଥିଲେ। ତାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଧରିବାର ଆବଶ୍ୟକତା ରହିଛି। ଏହି ହତ୍ୟା ଘଟଣାରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି, ଯାହାଙ୍କୁ ସିବିଆଇ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରିଛି।”

ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝି କହିଛନ୍ତି, “ଦୀର୍ଘ ଦିନର କଳ୍ପନାଜଳ୍ପନାର ଅବସାନ ଘଟିଛି। କେବଳ ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ଦଣ୍ଡ ଦେଇ ଦେଲେ ଇତିଶ୍ରୀଙ୍କୁ ନ୍ୟାୟ ମିଳିଯିବ ନାହିଁ। ତାଙ୍କ ପ୍ରତି ହୋଇଥିବା ନିର୍ଯାତନା ସମ୍ପର୍କରେ ଇତିଶ୍ରୀ ବହୁ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏପରି ଅବହେଳା ଜଣେ ଯୁବତୀଙ୍କ ଜୀବନ ନେଇଗଲା। ଏହି ଘଟଣା ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବାର ଆବଶ୍ୟକତା ଥିବାକୁ ପ୍ରମାଣିତ କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story