ଇତିଶ୍ରୀ ହତ୍ୟା ମାମଲାରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କୁ ସିବିଆଇ ଜେରା!

ରାୟଗଡ଼ା: ବହୁ ଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କୁ ଆଜି ସିବିଆଇ ପଚରାଉଚରା କରିଥିବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ସିବିଆଇ ଡିଏସ୍‌ପି ଏମ୍‌.କେ ପାଠକ ତାଙ୍କୁ ଜେରା କରିଥିବା କୁହାଯାଉଛି। ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ଜୟରାମ ରାୟଗଡ଼ା ସର୍କିଟ୍ ହାଉସ୍‌କୁ ଯାଇଥିଲେ। ସେଠାରେ ରହିଛି ଇତିଶ୍ରୀ ହତ୍ୟା ମାମଲାର ତଦନ୍ତ କରୁଥିବା ସିବିଆଇର କ୍ୟାମ୍ପ୍ ଅଫିସ୍ ରହିଛି। ଜୟରାମ ସର୍କିଟ୍ ହାଉସ୍‌ରେ […]

Jayram-Pangi

Jayram-Pangi

Rakesh Mallick
  • Published: Sunday, 22 May 2016
  • Updated: 22 May 2016, 03:44 PM IST

Sports

Latest News

ରାୟଗଡ଼ା: ବହୁ ଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କୁ ଆଜି ସିବିଆଇ ପଚରାଉଚରା କରିଥିବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ସିବିଆଇ ଡିଏସ୍‌ପି ଏମ୍‌.କେ ପାଠକ ତାଙ୍କୁ ଜେରା କରିଥିବା କୁହାଯାଉଛି।

ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ଜୟରାମ ରାୟଗଡ଼ା ସର୍କିଟ୍ ହାଉସ୍‌କୁ ଯାଇଥିଲେ। ସେଠାରେ ରହିଛି ଇତିଶ୍ରୀ ହତ୍ୟା ମାମଲାର ତଦନ୍ତ କରୁଥିବା ସିବିଆଇର କ୍ୟାମ୍ପ୍ ଅଫିସ୍ ରହିଛି। ଜୟରାମ ସର୍କିଟ୍ ହାଉସ୍‌ରେ ପ୍ରାୟ ୪ ଘଣ୍ଟା ରହିଥିଲେ।

ତେବେ ସର୍କିଟ୍ ହାଉସ୍‌ରୁ ବାହାରିବା ପରେ ସିବିଆଇ ଜେରା ଖବରକୁ ଖଣ୍ଡନ କରିଥିଲେ ଜୟରାମ। ସେ କହିଥିଲେ,“ମୋତେ ସିବିଆଇ ପଚରାଉଚରା କରିନି। ମୁଁ ବିଶ୍ରାମ ନେବା ପାଇଁ ସର୍କିଟ୍ ହାଉସ୍‌କୁ ଆସିଥିଲି। ମୋ ଦଳର କିଛି ଲୋକ ମୋତେ ବଦନାମ କରିବାକୁ ଚାହୁଁଛନ୍ତି।”

ସେ ଆହୁରି କହିଥିଲେ,“ସିବିଆଇ ମୋତେ ପଚରାଉଚରା କରିବା ପାଇଁ ଡାକିଲେ ମୁଁ ଏହାକୁ ସ୍ୱାଗତ କରିବି।”

ଅନ୍ୟପକ୍ଷରେ ଜୟରାମ ସର୍କିଟ ହାଉସ୍‌କୁ ବିଶ୍ରାମ କରିବା ପାଇଁ ଯାଇଥିବା କଥାକୁ ବିଶ୍ୱାସ କରି ହେଉ ନାହିଁ। କାରଣ ତାଙ୍କ ନାଁରେ ଆଜି ସର୍କିଟ ହାଉସ୍‌ରେ କିଛି ରୁମ୍ ବୁକ୍ ହୋଇ ନ ଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଇତିଶ୍ରୀ ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରେ ଜୟରାମ ପାଙ୍ଗୀଙ୍କ ନାଁ ନେଇଥିଲେ। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ତତ୍‌କାଳୀନ ସ୍କୁଲ୍ ଏସ୍‌ଆଇ ନେତ୍ରାନନ୍ଦ ଦଣ୍ଡସେନା ଜୟରାମ ପାଙ୍ଗୀଙ୍କ ଲୋକ ବୋଲି କହିଥିଲେ ଇତିଶ୍ରୀ।

ଇତିଶ୍ରୀ ହତ୍ୟାକାଣ୍ଡ ମାମଲାରେ ଗତ ଏପ୍ରିଲ୍ ୨୬ ତାରିଖରେ ରାୟଗଡ଼ା ଜିଲ୍ଲା ଓ ଦୌରାଜଜ୍ ଦଣ୍ଡସେନାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଆଧାରରେ କୋର୍ଟ ତାଙ୍କ ରାୟ ଶୁଣାଇଥିଲେ।

୨୦୧୩ ଅକ୍ଟୋବର ୨୭ ତାରିଖରେ ଇତିଶ୍ରୀ ନିଜ ରୁମ୍‌ରେ ଶୋଇଥିବା ବେଳେ କେହି ତାଙ୍କ ଉପରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ନଭେମ୍ବର ୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଇତିଶ୍ରୀଙ୍କ ଉପରେ କିଏ କିରାସିନି ଢାଳିଥିଲେ, ନିଜେ ଦଣ୍ଡସେନା ନା ଆଉ କେହି- ଏହା ସ୍ପଷ୍ଟ ହୋଇପାରି ନ ଥିବା ବେଳେ ସୁପ୍ରିମକୋର୍ଟ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story