ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲା: ରାୟ ପ୍ରକାଶ ୨୬କୁ ଘୁଞ୍ଚିଲା

ରାୟଗଡ଼ା: ରାୟଗଡା ଜିଲ୍ଲା ଟିକିରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାର ଆଜି ପ୍ରକାଶ ପାଇବାକୁ ଥିବା ରାୟ ଆସନ୍ତା ୨୬ ତାରିଖକୁ ଘୁଞ୍ଚିଲା । କୋର୍ଟରେ ଆଜି ମାନ୍ୟବର ଜଜ୍‌ଙ୍କ ଅନୁପସ୍ଥିତି ଯୋଗୁଁ ଶୁଣାଣି ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଗତ ଏପ୍ରିଲ ୪ ତାରିଖରେ ଏହି ମାମଲାର ଶୁଣାଣି ଶେଷ ହୋଇ ଆଜି ରାୟ ପ୍ରକାଶ ପାଇବାର ଥିଲା।

ସୂଚନାଯୋଗ୍ୟ, ୨୦୧୩ ମସିହା ଅକ୍ଟୋବର ୨୭ ତାରିଖରେ ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ନିଜ ରୁମରେ ଥିବା ବେଳେ କେହି ଜଣେ ଦୁର୍ବୃତ୍ତ ତାଙ୍କ ଉପରେ କିରୋସିନି ଢାଳି ପୋଡ଼ି ଦେବାପାଇଁ ଉଦ୍ୟମ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଟିକିରି, ରାୟଗଡ଼ା ଓ ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା। ୨୦୧୩ ନଭେମ୍ୱର ୧ ତାରିଖ ଦିନ ଇତିଶ୍ରୀଙ୍କର ବିଶାଖାପାଟଣା ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ତତ୍କାଳୀନ ସ୍କୁଲ ଏସ‍‌ଆଇ ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ଗିରଫ କରାଯାଇଛି। ଏ ଯାଏଁ ଉଭୟ ସରକାରୀ ଓ ପ୍ରତିପକ୍ଷଙ୍କ ପକ୍ଷରୁ ୪୦ ଉର୍ଦ୍ଧ୍ୱ ସାକ୍ଷୀଙ୍କ ବୟାନ‍ ନିଆଯାଇଛି।