୧୮ ଘଣ୍ଟା ପରେ ଓଟିରୁ ବାହାରିଲେ ଜଗା-କାଳିଆ: ଅବ୍‌ଜରଭେସନ୍‌ରେ ରହିବେ ୨ ଦିନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାୟ ୧୮ ଘଣ୍ଟା ପରେ ଅପରେସନ ଥିଏଟରରୁ ବାହାରିଲେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ। ବର୍ତ୍ତମାନ ସେମାନେ ନୂଆଦିଲ୍ଲୀ ସ୍ଥିତ ଏମ୍ସ ICUରେ ବିଶେଷଜ୍ଞ ଟିମ୍‌ର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ରହିଛନ୍ତି।  ରାତି ୨ଟା ୩୦ରେ ପ୍ଲାଷ୍ଟିକ୍ ସର୍ଜରୀ ଶେଷ ହେବା ପରେ ପ୍ରାୟ ଦୁଇ ଦିନ ପର୍ଯ୍ୟନ୍ତ ଜଗା-କାଳିଆ ଅବ୍‌ଜରଭେସନ୍‌ରେ ରହିବେ ବୋଲି ସୂଚନା ମିଳିଛି।  ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍‌ କରାଯାଇ ଉଭୟଙ୍କୁ ଅଲଗା କରାଯାଇଛି।  ଅସ୍ତ୍ରୋପଚାର ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର […]

Rakesh Mallick
  • Published: Thursday, 26 October 2017
  • Updated: 26 October 2017, 11:03 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାୟ ୧୮ ଘଣ୍ଟା ପରେ ଅପରେସନ ଥିଏଟରରୁ ବାହାରିଲେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ। ବର୍ତ୍ତମାନ ସେମାନେ ନୂଆଦିଲ୍ଲୀ ସ୍ଥିତ ଏମ୍ସ ICUରେ ବିଶେଷଜ୍ଞ ଟିମ୍‌ର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ରହିଛନ୍ତି।  ରାତି ୨ଟା ୩୦ରେ ପ୍ଲାଷ୍ଟିକ୍ ସର୍ଜରୀ ଶେଷ ହେବା ପରେ ପ୍ରାୟ ଦୁଇ ଦିନ ପର୍ଯ୍ୟନ୍ତ ଜଗା-କାଳିଆ ଅବ୍‌ଜରଭେସନ୍‌ରେ ରହିବେ ବୋଲି ସୂଚନା ମିଳିଛି।  ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍‌ କରାଯାଇ ଉଭୟଙ୍କୁ ଅଲଗା କରାଯାଇଛି।  ଅସ୍ତ୍ରୋପଚାର ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଥିଲେ।

ଦୁଇ ଶିଶୁଙ୍କ ମୁଣ୍ଡ ମଝିରେ ଲାଗି ରହିଥିବାରୁ ସେମାନଙ୍କ ଚଳ ପ୍ରଚଳରେ ଗୁରୁତର ସମସ୍ୟା ସୃଷ୍ଟି ହେଉଥିଲା। ଏନେଇ ଓଟିଭିରେ ପ୍ରଥମେ ଖବର ପ୍ରସାରଣ ପରେ ଏହା ସାରା ଦେଶର ଦୃଷ୍ଟି ଆକର୍ଷଣ କରିଥିଲା। ଏହାପରେ ରାଜ୍ୟ ସରକାର ସହାୟତାର ହାତ ବଢାଇଥିଲେ। କଟକ ବଡ଼ ମେଡିକାଲରେ ପ୍ରାଥମିକ ପରୀକ୍ଷା ପରେ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍ସ ନିଆଯାଇଥିଲା। ସମସ୍ତ ପରୀକ୍ଷା ନିରୀକ୍ଷା ପରେ ଉଭୟଙ୍କୁ ଅଲଗା କରିବା ଲାଗି ଡାକ୍ତର ପ୍ରୟାସ ଆରମ୍ଭ କରିଥିଲେ।  ଦୁଇ ମାସ ତଳେ ପ୍ରଥମ ପର୍ଯ୍ୟାୟ ଅପରେସନ୍ କରାଯାଇଥିଲା। ଏହାପରେ ଉଭୟ ଶୁଶୁଙ୍କ ଅବସ୍ଥା ଭଲ ଥିଲା।  କିଛି ଦିନ ତଳେ ଜଗାର ଦେହ ଖରାପ ହୋଇପଡିଥିବା ସୂଚନା ମିଳିଥିଲା।

ଗତକାଲି ଏମ୍ସର ଡାକ୍ତର ଦ୍ୱିତୀୟ ପର୍ଯ୍ୟାୟ ଅପରେସନ କରି ଦୁଇ ଶିଶୁଙ୍କୁ ପୃଥକ କରିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଥିଲେ। ଏମ୍ସ ପକ୍ଷରୁ ଅପରେସନ୍ ସଂପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଅପରେସନ ପରେ ଜଗା-କାଳିଙ୍କ ମୁଣ୍ଡ ଅଲଗା ହେବା ପରେ ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ଦୁଇ ଶିଶୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଟ୍ୱିଟ୍‌ କରି ଏହି ଦୁଇ ଶିଶୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos