ସାଧାରଣ ୱାର୍ଡ଼ରେ ଜଗା: ଏବେବି ଆଇସିୟୁରେ କାଳିଆ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀର ଏମ୍‌ସରେ ଚିକିତ୍ସିତ ହେଉଥିବା କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ସୁଧୁରୁଛି। ତେବେ କାଳିଆ ତୁଳନାରେ ଜଗାର ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ଆସୁଛି। ସେଥିପାଇଁ ତାକୁ ଗତକାଲି ସ୍ୱତନ୍ତ୍ର ସାଧାରଣ ୱାର୍ଡକୁ ଅଣାଯାଇଛି। କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଥିଲେ ମଧ୍ୟ ତାକୁ ଆଇସିୟୁରୁ ବାହାରିବା ଲାଗି ଆହୁରି ୨ ମାସ ଲାଗିପାରେ ବୋଲି ଏମସ୍ କର୍ତ୍ତୃପକ୍ଷ କହିଛନ୍ତି। ଜଗା-କାଳିଆଙ୍କ ଶୀଘ୍ର ଆରୋଗ୍ୟ କାମନା କରି […]

Rakesh Mallick
  • Published: Sunday, 05 November 2017
  • Updated: 05 November 2017, 08:20 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀର ଏମ୍‌ସରେ ଚିକିତ୍ସିତ ହେଉଥିବା କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ସୁଧୁରୁଛି। ତେବେ କାଳିଆ ତୁଳନାରେ ଜଗାର ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ଆସୁଛି। ସେଥିପାଇଁ ତାକୁ ଗତକାଲି ସ୍ୱତନ୍ତ୍ର ସାଧାରଣ ୱାର୍ଡକୁ ଅଣାଯାଇଛି। କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଥିଲେ ମଧ୍ୟ ତାକୁ ଆଇସିୟୁରୁ ବାହାରିବା ଲାଗି ଆହୁରି ୨ ମାସ ଲାଗିପାରେ ବୋଲି ଏମସ୍ କର୍ତ୍ତୃପକ୍ଷ କହିଛନ୍ତି।

ଜଗା-କାଳିଆଙ୍କ ଶୀଘ୍ର ଆରୋଗ୍ୟ କାମନା କରି ଜଗତସିଂହପୁରରେ ଆୟୋଜିତ ହୋଇଛି ଦୀପଦାନ କାର୍ଯ୍ୟକ୍ରମ। ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ଆୟୋଜିତ ଦୀପଦାନ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ବିଜେଡି କର୍ମୀ ଯୋଗ ଦେଇଥିଲେ। ଦୀପଦାନ ଉତ୍ସବରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ସମେତ ଜିଲ୍ଲାର ବହୁ ନେତା ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos