ସପ୍ତାହକ ମଧ୍ୟରେ ଆରମ୍ଭ ହେବ ଜଗମୋହନ ମରାମତି କାମ

ଭୁବନେଶ୍ୱର: ସପ୍ତାହକ ମଧ୍ୟରେ ଆରମ୍ଭ ହେବ ଶ୍ରୀମନ୍ଦିର ଜଗମୋହନ ମରାମତି କାମ। ଏଥିପାଇଁ ଚେନ୍ନାଇ ଆଇଆଇଟିର ବିଶେଷଜ୍ଞମାନଙ୍କ ପରାମର୍ଶ ନିଆଯିବ। ଆଜି ଜଗମୋହନ ପରିଦର୍ଶନରେ ଆସିଥିବା କେନ୍ଦ୍ରୀୟ ଟିମ୍ ସହ ସଚିବାଳୟରେ ଆଲୋଚନା କରିବା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ସେ କହିଥିଲେ,“ଜଗମୋହନ ମରାମତି କାମ ତୁରନ୍ତ ଆରମ୍ଭ କରିବା ନେଇ ରାଜ୍ୟ ସରକାର ଓ କେନ୍ଦ୍ରୀୟ ଟିମ୍ ମତ ରଖିଛନ୍ତି। କେଉଁ କାମ ପ୍ରଥମେ କରାଯିବ ତାହା […]

jagmohan-meeting

jagmohan-meeting

Rakesh Mallick
  • Published: Friday, 20 May 2016
  • Updated: 20 May 2016, 04:30 PM IST

Sports

Latest News

jagmohan-meetingଭୁବନେଶ୍ୱର: ସପ୍ତାହକ ମଧ୍ୟରେ ଆରମ୍ଭ ହେବ ଶ୍ରୀମନ୍ଦିର ଜଗମୋହନ ମରାମତି କାମ। ଏଥିପାଇଁ ଚେନ୍ନାଇ ଆଇଆଇଟିର ବିଶେଷଜ୍ଞମାନଙ୍କ ପରାମର୍ଶ ନିଆଯିବ। ଆଜି ଜଗମୋହନ ପରିଦର୍ଶନରେ ଆସିଥିବା କେନ୍ଦ୍ରୀୟ ଟିମ୍ ସହ ସଚିବାଳୟରେ ଆଲୋଚନା କରିବା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।

ସେ କହିଥିଲେ,“ଜଗମୋହନ ମରାମତି କାମ ତୁରନ୍ତ ଆରମ୍ଭ କରିବା ନେଇ ରାଜ୍ୟ ସରକାର ଓ କେନ୍ଦ୍ରୀୟ ଟିମ୍ ମତ ରଖିଛନ୍ତି। କେଉଁ କାମ ପ୍ରଥମେ କରାଯିବ ତାହା ବି ନିର୍ଣ୍ଣୟ କରାଯାଇଛି। ପକେଟ୍ କାମ ତୁରନ୍ତ ଆରମ୍ଭ କରାଯିବ। ଆମେ ଆଶା କରୁଛୁ ଯେ ଶୀଘ୍ର ଆବଶ୍ୟକ ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହେବ।”

ଆଲୋଚନାରେ ଯୋଗ ଦେଇଥିବା କେନ୍ଦ୍ର ସଂସ୍କୃତି ସଚିବ ନରେନ୍ଦ୍ର ସିହ୍ନା କହିଥିଲେ,“ଯେତେ ଶୀଘ୍ର ସମ୍ଭବ ଜଗମୋହନର ମରାମତି କରାଯିବ। ତେବେ କେବେ କାର୍ଯ୍ୟ ଶେଷ ହେବ ତାହା କହି ହେବ ନାହିଁ। ଜଗମୋହନ ମରାମତି କାର୍ଯ୍ୟ ପାଇଁ ଚେନ୍ନାଇ ଆଇଆଇଟି, ଭୁବନେଶ୍ୱର ଆଇଆଇଟି ଓ ରାଉରକେଲା ସ୍ଥିତ ଏନ୍‌ଆଇଟିର ବିଶେଜ୍ଞମାନଙ୍କ ପରାମର୍ଶ ନିଆଯିବ।”

ସେ ଆହୁରି କହିଛନ୍ତି,“ଶ୍ରୀମନ୍ଦିର ଜଗମୋହନରେ ସୃଷ୍ଟି ହୋଇଥିବା ଫାଟ ପ୍ରାୟ ଶହେ ବର୍ଷ ପୁରୁଣା। ପ୍ଲାଷ୍ଟର ଛଡ଼ାଇବା ପରେ ଯାଇ ଫାଟ ଥିବା କଥା ଜଣାପଡ଼ିଥିଲା। ଫାଟ ଥିବା ସତ୍ତ୍ୱେ ପୂରା ଢାଞ୍ଚା ଶହେ ବର୍ଷ ହେଲାଣି ସନ୍ତୁଳିତ ହୋଇ ରହିଛି। ଏଣୁ କେଉଁ କାରଣ ଯୋଗୁଁ ପୂରା ଢାଞ୍ଚା ସନ୍ତୁଳିତ ହୋଇ ରହିଛି ତାହାକୁ ଖୋଜିବାକୁ ପଡ଼ିବ। ପୂରା ଢାଞ୍ଚାକୁ ସନ୍ତୁଳିତ କରି ରଖିଥିବା ସ୍ଥାନଟିକୁ ଖୋଜିବାକୁ ହେବ ଓ ତାହା କେତେ ଶକ୍ତ ତାର ବି ଯାଞ୍ଚ କରିବାକୁ ପଡ଼ିବ। ଏବଂ ଏହାର ସନ୍ତୁଳନକୁ ଆହୁରି ମଜଭୁତ କରିବାକୁ ପଡ଼ିବ।”

ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବା ପୂର୍ବରୁ କେନ୍ଦ୍ରୀୟ ଟିମ୍ ପୁରୀ ଯାଇ ଶ୍ରୀମନ୍ଦିରର ଜଗମୋହନର ସ୍ଥିତି ଅନୁଧ୍ୟାନ କରିଥିଲେ। ଟିମ୍‌ରେ ଏଏସ୍‌ଆଇ ଡିଜି ରାକେଶ ତିୱାରୀ, କୋର୍ କମିଟିରୁ ଇସ୍ତଫା ଦେଇଥିବା କାର୍ଯ୍ୟକାରୀ ଅଧ୍ୟକ୍ଷ ଜି.ସି ମିତ୍ରଙ୍କ ସହ ଅନ୍ୟ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ। ଜଗମୋହନରେ ପ୍ରାୟ ଏକ ଘଣ୍ଟା ରହି ତନ୍ନ ତନ୍ନ ଯାଞ୍ଚ କରିଥିଲେ କେନ୍ଦ୍ରୀୟ ଟିମ୍। ଜଗମୋହନକୁ ଦୀର୍ଘସ୍ଥାୟୀ କରିବା ନେଇ କେନ୍ଦ୍ରୀୟ ଟିମ୍ ବୈଷୟିକ କୋର୍ କମିଟି ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର କହିଥିଲେ,“ଜଗମୋହନ ଭିତରେ ସେମାନେ (କେନ୍ଦ୍ରୀୟ ପ୍ରତିନିଧି ଦଳ) ବାସ୍ତବ ସ୍ଥିତି ଦେଖିଲେ। ଚୂନ ଛଡ଼ାଇ ଦିଆଯାଇଥିବାରୁ ଫାଟଗୁଡ଼ିକ ସ୍ପଷ୍ଟ ଭାବେ ଦେଖାଯାଉଛି। ପକେଟ୍‌ଗୁଡ଼ିକୁ ବି ସେମାନେ ଦେଖିଲେ। କୋର୍ କମିଟିର ସଦସ୍ୟମାନେ ସେମାନଙ୍କ ପ୍ରସ୍ତାବ ସଂପର୍କରେ କେନ୍ଦ୍ରୀୟ ଟିମ୍‌କୁ ବୁଝାଇଥିଲେ।”

ତା’ପୂର୍ବରୁ କେନ୍ଦ୍ରୀୟ ଟିମ୍‌ ପୁରୀରେ ପହଞ୍ଚିବା ପରେ ଶ୍ରୀନଅର ଯାଇ ଗଜପତି ମହାରାଜାଙ୍କ ସହିତ ଆଲୋଚନା କରିଥିଲେ। ଜଗମୋହନର ସ୍ଥିତିକୁ ନେଇ ଗଜପତି ଉଦ୍‌ବେଗ ପ୍ରକାଶ କରିଥିଲେ। ବୈଠକରେ ଶ୍ରୀମନ୍ଦିର ପ୍ରଶାସକ ସୁରେଶ ମହାପାତ୍ର, ପୁରୀ ଏସ୍‌ପି ଓ ଜିଲ୍ଲାପାଳ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ଛତିଶା ନିଯୋଗ ସଦସ୍ୟ ଉପସ୍ଥିତ ଥିଲେ।

ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଥିଲେ,“ ଜଗମୋହନ ମରାମତିରୁ ଶ୍ରୀମନ୍ଦିର ସହିତ ଏଏସ୍‌ଆଇ ଏକ ନୂଆ ସଂପର୍କ ଯୋଡୁ। ଜଗମୋହନ ମରାମତି କାର୍ଯ୍ୟରେ ଏଏସ୍‌ଆଇ ଅଭିଜ୍ଞ ତଥା ବରିଷ୍ଠ ବୈଷୟିକ ବିଶେଷଜ୍ଞମାନଙ୍କୁ ନିଯୁକ୍ତ କରୁ।”

ସୂଚନାଯୋଗ୍ୟ, ଜଗମୋହନ ମରାମତି ନେଇ ଏଏସ୍‌ଆଇ ବୈଷୟିକ କମିଟିର ପ୍ରସ୍ତାବକୁ ଏଏସ୍‌ଆଇ ଡିଜି ଅଗ୍ରାହ୍ୟ କରି ଦେବା ଖବରକୁ ନେଇ ବିବାଦ ଦେଖାଯାଇଥିଲା। ଏହା ପରେ ଜଗମୋହନ ପ୍ରସଙ୍ଗରେ ନିଜେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏକ ଚିଠି ଲେଖିଥିଲେ। ଏଏସ୍‌ଆଇ ବୈଷୟିକ କୋର କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରୁ ଜି.ସି ମିତ୍ର ଇସ୍ତଫା ଦେବା ପରେ ଘଟଣା ଆହୁରି ବିବାଦୀୟ ହୋଇପଡ଼ିଥିଲା। ଏହା ପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ଦିଲ୍ଲୀରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ସହିତ ଏକ ବୈଠକ କରିଥିଲେ। ଏହି ବୈଠକରେ ସେ ଘୋଷଣା କରିଥିଲେ ଯେ କେନ୍ଦ୍ର ସଂସ୍କୃତି ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଶ୍ରୀମନ୍ଦିର ଯାଇ ଜଗମୋହନର ସ୍ଥିତି ପ୍ରତ୍ୟକ୍ଷ ଭାବେ ଦେଖିବେ ଏବଂ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହିତ ଅନ୍ୟ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରି ଏକ ଆକ୍ସନପ୍ଲାନ ପ୍ରସ୍ତୁତ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos