ଛୁଟିରେ ଯିବେ ବ୍ୟାସନଗର ପୌରାଧ୍ୟକ୍ଷା

ଯାଜପୁର: ଅନାସ୍ଥାରେ ସମ୍ମୁଖୀନ ହୋଇଥିବା ବ୍ୟାସନଗର ପୌରାଧ୍ୟକ୍ଷା ସବିତା ରାଉତ ଆଜିଠାରୁ ୩ ମାସ ଛୁଟିରେ ଯିବେ। ସ୍ୱାସ୍ଥ୍ୟଗତ କାରଣରୁ ସେ ଛୁଟିରେ ଯାଉଛନ୍ତି ବୋଲି ଯାଜପୁର ଜିଲ୍ଲାପାଳ, କୋରେଇ ବିଧାୟକ ଓ ଉପନଗରପାଳ ସୁଭାଷ ଚନ୍ଦ୍ର ବଳଙ୍କୁ ଚିଠି ଲେଖି ଜଣାଇଛନ୍ତି। ତାଙ୍କ ଅନୁପସ୍ଥିତିରେ ଉପନଗରପାଳ ସମସ୍ତ କାର୍ଯ୍ୟ ତୁଲାଇବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ସବିତା ଜାନୁଆରୀ ୨୫ ରୁ ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ଛୁଟିରେ ରହିବେ। ଏହି ସମୟ ମଧ୍ୟରେ ପାଳନ କରାଯିବାକୁ […]

poura-sadan

poura-sadan

Rakesh Mallick
  • Published: Wednesday, 25 January 2017
  • Updated: 25 January 2017, 12:37 PM IST

Sports

Latest News

ଯାଜପୁର: ଅନାସ୍ଥାରେ ସମ୍ମୁଖୀନ ହୋଇଥିବା ବ୍ୟାସନଗର ପୌରାଧ୍ୟକ୍ଷା ସବିତା ରାଉତ ଆଜିଠାରୁ ୩ ମାସ ଛୁଟିରେ ଯିବେ। ସ୍ୱାସ୍ଥ୍ୟଗତ କାରଣରୁ ସେ ଛୁଟିରେ ଯାଉଛନ୍ତି ବୋଲି ଯାଜପୁର ଜିଲ୍ଲାପାଳ, କୋରେଇ ବିଧାୟକ ଓ ଉପନଗରପାଳ ସୁଭାଷ ଚନ୍ଦ୍ର ବଳଙ୍କୁ ଚିଠି ଲେଖି ଜଣାଇଛନ୍ତି। ତାଙ୍କ ଅନୁପସ୍ଥିତିରେ ଉପନଗରପାଳ ସମସ୍ତ କାର୍ଯ୍ୟ ତୁଲାଇବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।

ସବିତା ଜାନୁଆରୀ ୨୫ ରୁ ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ଛୁଟିରେ ରହିବେ। ଏହି ସମୟ ମଧ୍ୟରେ ପାଳନ କରାଯିବାକୁ ଥିବା ସାଧାରଣତନ୍ତ୍ର ଦିବସ, ବ୍ୟାସ ମରାଥନ୍‌ ଓ ବ୍ୟାସ ସରୋବର ମହୋତ୍ସବକୁ ସୂଚାରୁ ରୂପେ ସମାପନ କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି।

ଗତ ୨୧ ତାରିଖରେ ସବିତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ହେବାକୁ ଥିବା ଭୋଟିଂ ଖାରଜ ହୋଇଯାଇଥିଲା। ନିର୍ଦ୍ଧାରିତ ସମୟ ଭିତରେ ଭୋଟ ଦେବାକୁ କେହି କାଉନସିଲର ନ ଆସିବାରୁ ଭୋଟିଂ ହୋଇ ନ ଥିଲା। ଅନାସ୍ଥା ଆଣିଥିବା ଉପନଗରପାଳ ସୁବାସ ବଳ ମଧ୍ୟ ଅନୁପସ୍ଥିତ ଥିଲେ।

ଅନାସ୍ଥା ପ୍ରସ୍ତାବରେ ଭୋଟିଂ ସତ୍ତ୍ୱେ ଫଳାଫଳ ଘୋଷଣା ନକରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା।

ପୂର୍ବରୁ ସବିତା ବିଜେଡିରୁ ନିଲମ୍ବିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos