ଯାଜପୁର: କଳିଙ୍ଗନଗରରେ ଟାଟା ଷ୍ଟିଲପ୍ଲାଣ୍ଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଯାଜପୁର: କଳିଙ୍ଗନଗରରେ ଟାଟାଷ୍ଟିଲ ପ୍ଲାଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ୨୨ ଶହ ଏକର ପରିମିତ ଜମିରେ ନିର୍ମିତ ଏହି ପ୍ଲାଣ୍ଟରେ ବର୍ତ୍ତମାନ ପାଇଁ ବାର୍ଷିକ ୩ ମିଲିୟନ ଟନ୍ କ୍ଷମତା ରହିଛି। ପରବର୍ତ୍ତୀ ପର୍ଯ୍ୟାୟରେ ୬ ମିଲିୟନ୍ ଟନକୁ ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବ। ପ୍ରାୟ ୨୫ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ପ୍ଲାଣ୍ଟ । ଟାଟା ଷ୍ଟିଲର ଏହା ହେଉଛି ଭାରତର ସର୍ବବୃହତ ଏକକ ସ୍ଥାନ ଗ୍ରୀନଫିଲ୍ଡ କାରଖାନା। […]

cm tata

cm tata

Rakesh Mallick
  • Published: Wednesday, 18 November 2015
  • Updated: 18 November 2015, 02:23 PM IST

ଯାଜପୁର: କଳିଙ୍ଗନଗରରେ ଟାଟାଷ୍ଟିଲ ପ୍ଲାଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ୨୨ ଶହ ଏକର ପରିମିତ ଜମିରେ ନିର୍ମିତ ଏହି ପ୍ଲାଣ୍ଟରେ ବର୍ତ୍ତମାନ ପାଇଁ ବାର୍ଷିକ ୩ ମିଲିୟନ ଟନ୍ କ୍ଷମତା ରହିଛି। ପରବର୍ତ୍ତୀ ପର୍ଯ୍ୟାୟରେ ୬ ମିଲିୟନ୍ ଟନକୁ ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବ। ପ୍ରାୟ ୨୫ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ପ୍ଲାଣ୍ଟ । ଟାଟା ଷ୍ଟିଲର ଏହା ହେଉଛି ଭାରତର ସର୍ବବୃହତ ଏକକ ସ୍ଥାନ ଗ୍ରୀନଫିଲ୍ଡ କାରଖାନା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ରାଜ୍ୟବାସୀଙ୍କ ପାଇଁ ଖୁସିର ଖବର। ଏହି ପ୍ଲାଣ୍ଟ ପ୍ରତିଷ୍ଠା କେବଳ ଓଡ଼ିଶା ନୁହେଁ ସାରା ଦେଶରେ ଶିଳ୍ପ କ୍ଷେତ୍ରରେ ନୂଆ ଆଶା ସଞ୍ଚାର କରିଛି। କଳିଙ୍ଗନଗରକୁ ଶିଳ୍ପ ନଗରରେ ପରିଣତ କରିବାକୁ ବିଜୁ ବାବୁ ସ୍ୱପ୍ନ ଦେଖି ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ ତାହା ଆଜି ସାକାର ହୋଇଛି। ପ୍ଲାଣ୍ଟ ପ୍ରତିଷ୍ଠା ଯୋଗୁଁ ୩ହଜାର ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି। ଏହାସହ ୨୨ହଜାର ପରୋକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇପାରିଛି। ସ୍ଥାନୀୟ ଲୋକଙ୍କ ପାଇଁ ଏହା ସୁଯୋଗ ସୃଷ୍ଟି କରିଛି। ଏହା ଯାଜପୁରବାସୀଙ୍କ ବିକାଶରେ ସହାୟକ ହେବ। ଆଗାମୀ ଦିନରେ ଓଡ଼ିଶାର ବିକାଶରେ ଟାଟାର ଏପରି ସହଯୋଗ ଜାରି ରହିବ ବୋଲି ଆଶା ରଖିଛୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

୨୦୦୪ରେ ରାଜ୍ୟ ସରକାର ଓ ଟାଟା ମଧ୍ୟରେ ଏହି କାରଖାନା ପ୍ରତିଷ୍ଠା ନେଇ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା। ୨୦୦୬ରେ ପାଚେରୀ ନିର୍ମାଣ ବେଳେ ପୋଲିସ ଓ ସ୍ଥାନୀୟ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୧୪ଜଣ ଆଦିବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ପୋଲିସ ସହିଦ ହୋଇଥିଲେ। ୨୦୦୬ କଳିଙ୍ଗ ନଗର ଗୁଳିକାଣ୍ଡ ପରେ ମୁଖ୍ୟମନ୍ତ୍ରୀ ଅଞ୍ଚଳକୁ ପ୍ରଥମ ଗସ୍ତ କରିଛନ୍ତି। ଏଥିପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ତେବେ କଂଗ୍ରେସ ଓ ବିଜେପି ପକ୍ଷରୁ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଶତାଧିକ କଂଗ୍ରେସକର୍ମୀଙ୍କୁ ପୋଲିସ୍ ଗିରଫ କରିଛି।

ଟାଟାଷ୍ଟିଲ ଉଦଘାଟନ ପୂର୍ବରୁ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାଟା ଗ୍ରୁପ୍ ଚେୟାରମ୍ୟାନ୍ ସାଇରସ୍ ମିସ୍ତ୍ରୀ ଭେଟିଥିଲେ। ଟାଟା ଷ୍ଟିଲ୍ ଏମଡି ଟିଭି ନରେନ୍ଦ୍ରନ୍ ଓ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ସାକ୍ଷାତ ବେଳେ ନରାଜଠାରେ ଇଲେକ୍ଟ୍ରୋନିକ୍ସ ମାନ୍ୟୁଫ।କ୍ଚରିଂ କ୍ଲଷ୍ଟରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଟାଟା କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ ନରାଜରେ ଆଠଶହ ଏକର ଜମି ଯୋଗାଇ ଦିଆଯିବ ବୋଲି ନବୀନ କହିଛନ୍ତି। ଟାଟା ପାୱାର ବେଙ୍ଗଲୁରୁ ପରି ସେଠାରେ ମଧ୍ୟ ପ୍ରତିରକ୍ଷା ଇଲେକ୍ଟ୍ରୋନିକ୍ସ ମାନ୍ୟୁଫ।କ୍ଚରିଂ କ୍ଲଷ୍ଟର ପ୍ରତିଷ୍ଠା କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story