ଜନଧନ ଆକାଉଣ୍ଟ ଗୁଡ଼ିକୁ ସାଧାରଣ ଆକାଉଣ୍ଟରେ ପରିଣତ କରିହେବ

ଭୁବନେଶ୍ୱର: ଜନଧନ ଆକାଉଣ୍ଟ ଗୁଡ଼ିକୁ ସାଧାରଣ ଆକାଉଣ୍ଟରେ ପରିଣତ କରିହେବ। ଆର୍‌ବିଆଇର ପରାମର୍ଶ କ୍ରମେ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ଏ ସମ୍ପର୍କରେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି। ଖାତା ଧାରକମାନେ ବ୍ୟାଙ୍କରେ ଆବଶ୍ୟକ କାଗଜପତ୍ର ଦାଖଲ କଲେ ଜନଧନ ଆକାଉଣ୍ଟ ଗୁଡ଼ିକ ସାଧାରଣ ଆକାଉଣ୍ଟରେ ପରିଣତ ହୋଇପାରିବ। ବିମୁଦ୍ରାକରଣ ଯୋଗୁଁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ଚାଷୀମାନେ ଜନଧନ ଖାତାରୁ ମାସିକ ୧୦,୦୦୦ ଟଙ୍କାରୁ ଅଧିକ ଉଠାଣ ଓ ଟ୍ରାନ୍ସଫର କରିପାରୁନଥିଲେ। […]

dhan

dhan

Rakesh Mallick
  • Published: Tuesday, 20 December 2016
  • Updated: 20 December 2016, 09:17 PM IST

Sports

Latest News

dhanଭୁବନେଶ୍ୱର: ଜନଧନ ଆକାଉଣ୍ଟ ଗୁଡ଼ିକୁ ସାଧାରଣ ଆକାଉଣ୍ଟରେ ପରିଣତ କରିହେବ। ଆର୍‌ବିଆଇର ପରାମର୍ଶ କ୍ରମେ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ଏ ସମ୍ପର୍କରେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି। ଖାତା ଧାରକମାନେ ବ୍ୟାଙ୍କରେ ଆବଶ୍ୟକ କାଗଜପତ୍ର ଦାଖଲ କଲେ ଜନଧନ ଆକାଉଣ୍ଟ ଗୁଡ଼ିକ ସାଧାରଣ ଆକାଉଣ୍ଟରେ ପରିଣତ ହୋଇପାରିବ।

ବିମୁଦ୍ରାକରଣ ଯୋଗୁଁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ଚାଷୀମାନେ ଜନଧନ ଖାତାରୁ ମାସିକ ୧୦,୦୦୦ ଟଙ୍କାରୁ ଅଧିକ ଉଠାଣ ଓ ଟ୍ରାନ୍ସଫର କରିପାରୁନଥିଲେ। ଏପରିକି ସେହି ଖାତାରେ ଅନ୍‌ଲାଇନ୍‌ରେ ଧାନ ବିକ୍ରି ୫୦,୦୦୦ରୁ ଅଧିକ ଟଙ୍କା ଜମା ହୋଇପାରୁନଥିଲା। ଫଳରେ ଚାଷୀମାନେ ବହୁ ଅସୁବିଧାରେ ପଡ଼ୁଥିଲେ। ଚାଷୀଙ୍କ ଦୁର୍ଦଶା ଦେଖି ଜନଧନ ଯୋଜନାରେ କୋହଳ କରିବାକୁ ରାଜ୍ୟ ସରକାର ଆର୍‌ବିଆଇକୁ ଚିଠି ଲେଖିଥିଲେ। ଏଥିପାଇଁ ଆର୍‌ବିଆଇ ସବୁଜ ସଙ୍କେତ ଦେବା ପରେ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି। ଭୋଟର ପରିଚୟପତ୍ର, ଆଧାର କାର୍ଡ଼, ମନରେଗାକାର୍ଡ଼ ଭଳି ବୈଧ କାଗଜପତ୍ର ବ୍ୟାଙ୍କରେ ଦାଖଲ କରି ଜନଧନ ଖାତାକୁ ସାଧାରଣ ଆକାଉଣ୍ଟରେ ପରିଣତ କରିହେବ।

ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି,“ଜନଧନ ଆକାଉଣ୍ଟରୁ ଚାଷୀମାନେ କେବଳ ଟଙ୍କା ଉଠାଇ ପାରୁନଥିଲେ ତାହା ନୁହେଁ ୫୦,୦୦୦ରୁ ଅଧିକ ଧାନ ବିକ୍ରି ଟଙ୍କା ଜମା ହୋଇପାରୁଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos