ଜଙ୍ଗଲରୁ ଯୁବତୀ ଉଦ୍ଧାର, ବଳାତ୍କାର ପରେ ଛାଡ଼ି ଚାଲିଯାଇଥିଲା ପ୍ରେମିକ

ଢେଙ୍କାନାଳ: ଜଣେ ଯୁବତୀଙ୍କୁ ଜଙ୍ଗଲରେ ବଳାତ୍କାର କରିବା ପରେ ମାଡ ମାରି ପ୍ରେମିକ ପଳାଇ ଯିବା ପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ। ୩ ଦିନ ପରେ ଆଜି ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରିବା ପରେ ଘଟଣା ପଦାକୁ ଆସିଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଢେଙ୍କାନାଳ ଏସ୍‌ପି ବସନ୍ତ ପାଣିଗ୍ରାହୀ କହିଛନ୍ତି। ଯୁବତୀଙ୍କ କହିବା ଅନୁସାରେ ତାଙ୍କ ପ୍ରେମିକ ଗତ ସୋମବାର ତାଙ୍କୁ ଢେଙ୍କାନାଳ […]

dkl

dkl

Rakesh Mallick
  • Published: Wednesday, 07 December 2016
  • Updated: 07 December 2016, 09:11 PM IST

Sports

Latest News

dklଢେଙ୍କାନାଳ: ଜଣେ ଯୁବତୀଙ୍କୁ ଜଙ୍ଗଲରେ ବଳାତ୍କାର କରିବା ପରେ ମାଡ ମାରି ପ୍ରେମିକ ପଳାଇ ଯିବା ପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ। ୩ ଦିନ ପରେ ଆଜି ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରିବା ପରେ ଘଟଣା ପଦାକୁ ଆସିଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଢେଙ୍କାନାଳ ଏସ୍‌ପି ବସନ୍ତ ପାଣିଗ୍ରାହୀ କହିଛନ୍ତି।

ଯୁବତୀଙ୍କ କହିବା ଅନୁସାରେ ତାଙ୍କ ପ୍ରେମିକ ଗତ ସୋମବାର ତାଙ୍କୁ ଢେଙ୍କାନାଳ ସହର ବାଇପାସ୍‌ ନିକଟ ଜଙ୍ଗଲକୁ ଡାକିଥିଲେ। ସେଠାରେ ସେ ତାଙ୍କୁ ବଳାତ୍କାର କରିବା ପରେ ଏକା ଛାଡି ପଳାଇଯାଇଥିଲା।

ଯୁବତୀ ଜଣଙ୍କ କହିଛନ୍ତି,“ବଳାତ୍କାର କରିବା ସହ ସେ ପ୍ରବଳ ମାଡ ମାରିଥିଲେ। ଜଙ୍ଗଲରୁ ଆସିବାକୁ ମଧ୍ୟ ବଳ ପାଇ ନ ଥିଲା। ତେଣୁ ସୋମବାରରୁ ଆଜି ପର୍ଯ୍ୟନ୍ତ ସେଠାରେ ପଡି ରହିଥିଲି।”

ଶୀତ କାକରରେ ଯୁବତୀ ଜଣଙ୍କ ୩ ଦିନ ପଡି ରହିବା ପରେ ଆଜି କିଛି ସ୍ଥାନୀୟ ଲୋକେ ତାଙ୍କୁ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୂମୁର୍ଷୁ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରିଛି।

ଯୁବତୀ ଅଭିଯୁକ୍ତ ପ୍ରେମିକର ନାଁ କହିବା ସହ ତାଙ୍କ ଘର ଗଁଦିଆ ଅଞ୍ଚଳରେ ବୋଲି ପୋଲିସକୁ ସୂଚନା ଦେଇଥିଲେ। ଏହାକୁ ଆଧାର କରି ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos