ମାଲକାନଗିରିରେ ଏନ୍‌ସେଫାଲାଇଟିସ୍‌ରେ ଆଉ ଦୁଇ ଶିଶୁଙ୍କ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆତଙ୍କ ଖେଳାଇଥିବା ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ପ୍ରକୋପ କମିବାର ନାଁ ଧରୁନି। ଆଜି ପୁଣି ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି। ପଡ଼ିଆ ବ୍ଲକ୍‌ ଗୋରଖପାଲି ଗାଁର ଦୁଇ ବର୍ଷର ଶିଶୁ କନ୍ୟା ରାମେ ତେଲାମ ଓ କାଲିବେଳା ବ୍ଲକ ତେଲେରାଇ ଗାଁର ୩ ବର୍ଷ ଶିଶୁ ପୁତ୍ର ଦେବା ପଡ଼ିଆମୀଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ ମୃତ୍ୟୁ ସଂଖ୍ୟା ୩୯ ଦିନରେ ଏବେ ୫୮ରେ ପହଞ୍ଚିଛି। ଗତ ଶନିବାର ପଡ଼ିଆ ବ୍ଲକ୍‌ ବଜାଗୁଡ଼ାର  ରାମେ […]

malkangiri

malkangiri

Rakesh Mallick
  • Published: Monday, 17 October 2016
  • Updated: 17 October 2016, 06:56 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆତଙ୍କ ଖେଳାଇଥିବା ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ପ୍ରକୋପ କମିବାର ନାଁ ଧରୁନି। ଆଜି ପୁଣି ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି। ପଡ଼ିଆ ବ୍ଲକ୍‌ ଗୋରଖପାଲି ଗାଁର ଦୁଇ ବର୍ଷର ଶିଶୁ କନ୍ୟା ରାମେ ତେଲାମ ଓ କାଲିବେଳା ବ୍ଲକ ତେଲେରାଇ ଗାଁର ୩ ବର୍ଷ ଶିଶୁ ପୁତ୍ର ଦେବା ପଡ଼ିଆମୀଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ ମୃତ୍ୟୁ ସଂଖ୍ୟା ୩୯ ଦିନରେ ଏବେ ୫୮ରେ ପହଞ୍ଚିଛି।

ଗତ ଶନିବାର ପଡ଼ିଆ ବ୍ଲକ୍‌ ବଜାଗୁଡ଼ାର  ରାମେ ମାଢ଼ି (୫), ଲିଦି ମାଢ଼ି ଓ କୋରକଣ୍ଡା ବ୍ଲକ୍‌ ଗୋରାକଣ୍ଡାର ସାଇଲ ମାଡ଼କାମୀ(୧)ଙ୍କ ମୃତ୍ୟୁ ହୋଇଥିଲା।

ମାଲକାନଗିରି ଗସ୍ତରେ ଥିବା ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଅଜତ ମିଶ୍ର କହିଛନ୍ତି,“ଜିଲ୍ଲାରେ ଏହି ରୋଗ ନିୟନ୍ତ୍ରଣାଧୀନ ରହିଛି। ଡାକ୍ତରଖାନାରେ ଏବେ ୧୫ ଜଣ ଶିଶୁ ଚିକିତ୍ସିତ ହେଉଥିବା ବେଳେ ୧୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।”

ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌କୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଯୁଗ୍ମ ସଚିବ ନୃପରାଜ ସାହୁଙ୍କୁ ମାଲକାନଗିରି ପଠାଇଛନ୍ତି। ମାଲକାନଗିରିରେ ପହଞ୍ଚିବା ପରେ ନୃପରାଜ କହିଛନ୍ତି,“ମୁଁ ଏଠାରେ ଉପଜିଲ୍ଲାପାଳ ଥିଲି। ଏହି ଅଞ୍ଚଳ ପାଣି ଓ ପବନ ସମ୍ପର୍କରେ ମୋର ଅଭିଜ୍ଞତା ରହିଛି। ଏହି ଅଭିଜ୍ଞତାକୁ ପାଥେୟ କରି ଜିଲ୍ଲାରେ ବ୍ୟାପୁଥିବା ଜାମାନିଜ୍‌ ଏନ୍‌ସେଫାଲାଇଟିସ୍‌ ରୋଗକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛି। ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଗାଁ ଲୋକଙ୍କୁ ସଚେତନ କରିବି। ଆବଶ୍ୟକ ପଡ଼ିଲେ ଜିଲ୍ଲା ପ୍ରଶାସନ ସହିତ ରୋଗ ନିୟନ୍ତ୍ରଣ ଉପରେ ଆଲୋଚନା କରିବି। ରୋଗ ଯେପରି ଭବିଷ୍ୟତରେ ନ ବ୍ୟାପେ ସେଥିପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos