ଏନସେଫାଲାଇଟିସ୍‌ ଶିଶୁ ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ସମେତ ୬ମନ୍ତ୍ରୀଙ୍କ ନାଁରେ ଏତଲା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନସେଫାଲାଇଟିସ୍‌ ବ୍ୟାପିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୬ମନ୍ତ୍ରୀଙ୍କ ନାଁରେ କୋଇମେଟଲା ଗାଁର ଉରେ ମାଡ଼ି ଆଜି ଲିଖିତ ଅଭିଯୋଗ କରିଛନ୍ତି। ସ୍ୱାସ୍ଥ୍ୟ, ଶିଶୁକଲ୍ୟାଣ, ଏସ୍‌ସି ଏସଟି କଲ୍ୟାଣ ମନ୍ତ୍ରୀ, ଆରଡବ୍ଲ୍ୟୁ, ଆରଡବ୍ଲ୍ୟୁଏସଏସ୍‌ ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ ନାଁରେ ସେ ମାଲକାନଗିରି ଥାନାରେ ଅଭିଯୋଗ କରିଛନ୍ତି। ଶିଶୁ ମୃତ୍ୟୁ ପାଇଁ ସମସ୍ତଙ୍କୁ ଦାୟୀ କରି  ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ପ୍ରଦୀପ ମାଝୀଙ୍କ ସହ ଯାଇ ସେ […]

naveen-pattanik

naveen-pattanik

Rakesh Mallick
  • Published: Friday, 14 October 2016
  • Updated: 14 October 2016, 08:17 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନସେଫାଲାଇଟିସ୍‌ ବ୍ୟାପିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୬ମନ୍ତ୍ରୀଙ୍କ ନାଁରେ କୋଇମେଟଲା ଗାଁର ଉରେ ମାଡ଼ି ଆଜି ଲିଖିତ ଅଭିଯୋଗ କରିଛନ୍ତି। ସ୍ୱାସ୍ଥ୍ୟ, ଶିଶୁକଲ୍ୟାଣ, ଏସ୍‌ସି ଏସଟି କଲ୍ୟାଣ ମନ୍ତ୍ରୀ, ଆରଡବ୍ଲ୍ୟୁ, ଆରଡବ୍ଲ୍ୟୁଏସଏସ୍‌ ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ ନାଁରେ ସେ ମାଲକାନଗିରି ଥାନାରେ ଅଭିଯୋଗ କରିଛନ୍ତି। ଶିଶୁ ମୃତ୍ୟୁ ପାଇଁ ସମସ୍ତଙ୍କୁ ଦାୟୀ କରି  ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ପ୍ରଦୀପ ମାଝୀଙ୍କ ସହ ଯାଇ ସେ ଏହି ଅଭିଯୋଗ କରିଛନ୍ତି।

ପ୍ରସାଦ ଏବଂ ପ୍ରଦୀପ ଶିଶୁ ହରାଇଥିବା କିଛି ମାଆଙ୍କୁ ସାଙ୍ଗରେ ଧରି ମାଲକାନଗିରି ଥାନାକୁ ଯାଇଥିଲେ। ସେଠାରେ ମାଆମାନେ ମୁଖ୍ୟମନ୍ତ୍ରୀଙ୍କ ସମେତ ୬ ମନ୍ତ୍ରୀ ଏବଂ ସଚିବଙ୍କ ନାଁରେ ଏତଲା ଦେଇଥିଲେ। ଏହାପରେ ପ୍ରସାଦ ମାଲକାନଗିରି ଡାକ୍ତରଖଶନା ୱାର୍ଡରେ ବୁଲି ରୋଗୀଙ୍କୁ ଭେଟିଥିଲେ।

ଜାପାନିଜ୍‌ ଜ୍ୱର ବ୍ୟାପିବା ଘଟଣାର ଅନୁଧ୍ୟାନ ପାଇଁ ପ୍ରସାଦ ହରିଚନ୍ଦନ ମାଲକାନଗିରି ଗସ୍ତରେ ଯାଇଛନ୍ତି। ସେ ପ୍ରଭାଭିତ ଅଞ୍ଚଳ ପରିଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି,“ବିଭାଗର ଉଚ୍ଚ ପଦାଧିକାରୀଙ୍କ ସହ ପରିସ୍ଥିତିର ସମୀକ୍ଷା କରିଛି। ମାଲକାନଗିରି ଓ ରାୟଗଡା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୪ ଲକ୍ଷ ମଶାରୀ ବଣ୍ଟା ସରିଛି। ଏହି ରୋଗରେ ମୋଟ ୫୦ ଜଣ ଶିଶୁଙ୍କ ମୃତ୍ୟୁ ଘଟଛି। ୩ ଜଣ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ରହିଛି। ୩୪ ଜଣ ପିଲା ଆଇସିୟୁରେ ଅଛନ୍ତି। ୮୮ ଜଣ ପିଲା ଭଲ ହୋଇ ଘରକୁ ଫେରିଛନ୍ତି।”

ସେହିପରି ଘୁଷୁରିଙ୍କୁ ହତ୍ୟା କରାଯିବା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି। ଗାଁରୁ ଦୂରରେ ଏନ୍‌କ୍ଲୋଜରରେ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜନବସତିଠାରୁ ଦୂରରେ ୧୪୦ଟି ଏନ୍‌କ୍ଲୋଜର କରାଯାଇ ୯,୪୫୪ଟି ଘୁଷୁରିଙ୍କୁ ରଖାଯାଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story