ମାଲକାନଗିରିରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍ ମୃତ୍ୟୁ ସଂଖ୍ୟା ୩୦ ଛୁଇଁଲା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଥମିବାର ନାଁ ଧରୁନି ଜାପାନିଜ୍ ଏନ୍‌ସେଫାଲାଇଟିସ୍। ଆଜି ଏହି ରୋଗରେ ପୁଣି ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଫଳରେ ଗତ ୨୬ ଦିନରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ମୃତ୍ୟୁ ସଂଖ୍ୟା ୩୦ରେ ପହଞ୍ଚିଛି। ଆଜି ପ୍ରାଣ ହରାଇଥିବା ତିନି ଶିଶୁ ମଧ୍ୟରୁ ଦୁଇ ଜଣ  ହେଲେ ନାମକୋଣ୍ଡାର ଦୀନେଶ ପଡ଼ିଆମୀ (୩) ଓ ବବ୍‌ଲିର ପ୍ରିୟା ମାଡ଼କାମୀ (୨)। ଅନ୍ୟ ମୃତ ଶିଶୁ କନ୍ୟାଟିକୁ ୨ ବର୍ଷ ହୋଇଥିଲା। ତା’ ଘର  କୋରକୋଣ୍ଡା ବ୍ଲକ୍‌ର ଉସ୍କାପାଲିରେ। […]

malkangiri

malkangiri

Rakesh Mallick
  • Published: Tuesday, 04 October 2016
  • Updated: 05 October 2016, 07:49 AM IST

Sports

Latest News

malkangiriମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଥମିବାର ନାଁ ଧରୁନି ଜାପାନିଜ୍ ଏନ୍‌ସେଫାଲାଇଟିସ୍। ଆଜି ଏହି ରୋଗରେ ପୁଣି ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଫଳରେ ଗତ ୨୬ ଦିନରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ମୃତ୍ୟୁ ସଂଖ୍ୟା ୩୦ରେ ପହଞ୍ଚିଛି।

ଆଜି ପ୍ରାଣ ହରାଇଥିବା ତିନି ଶିଶୁ ମଧ୍ୟରୁ ଦୁଇ ଜଣ  ହେଲେ ନାମକୋଣ୍ଡାର ଦୀନେଶ ପଡ଼ିଆମୀ (୩) ଓ ବବ୍‌ଲିର ପ୍ରିୟା ମାଡ଼କାମୀ (୨)। ଅନ୍ୟ ମୃତ ଶିଶୁ କନ୍ୟାଟିକୁ ୨ ବର୍ଷ ହୋଇଥିଲା। ତା’ ଘର  କୋରକୋଣ୍ଡା ବ୍ଲକ୍‌ର ଉସ୍କାପାଲିରେ।

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି। ଏହା ବ୍ୟତୀତ ଆହୁରି ୨୦ ଜଣ ଏହି ରୋଗରେ ପଡ଼ି ଚିକିତ୍ସିତ ହେଉଛନ୍ତି।

ବ୍ରହ୍ମପୁର ଏମ୍‌କେସଜି ମେଡିକାଲ୍‌ର ଏକ ସ୍ୱତନ୍ତ୍ର ଟିମ୍‌ର ତତ୍ତ୍ୱାବଧାନରେ ଅନ୍ୟ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି। ଏହା ସତ୍ତ୍ୱେ ଏହି ରୋଗକୁ କାବୁ କରାଯାଇପାରି ନାହିଁ।

ସ୍ଥିତିର ସମୀକ୍ଷା କରିବାକୁ ମାଲକାନଗିରି ଗସ୍ତରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି,“ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ର ମୁକାବିଲା କରିବା ପାଇଁ ଜିଲ୍ଲା ସ୍ତରରେ କମିଟି ଗଠନ କରାଯାଇଛି। ପଞ୍ଚାୟତ ସ୍ତରରେ ସ୍ୱତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ପ୍ରଭାବିତ ଗାଁଗୁଡ଼ିକରେ ସ୍ୱତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଘୁଷୁରୀଗୁଡ଼ିକୁ ଦୂରେଇ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି। ସେଥିପାଇଁ ଜିଲ୍ଲାପାଳ ଖସଡ଼ା ପ୍ରସ୍ତୁତ କରିଛନ୍ତି। ସେ ବିଷୟରେ ଆଲୋଚନା କରାଯାଇଛି। ଆମେ ଭାବୁଛୁ ଏହି କାର୍ଯ୍ୟକ୍ରମଗୁଡ଼ିକୁ ଠିକ୍ ଢଙ୍ଗରେ କଲେ ଏହି ରୋଗକୁ ରୋକି ହେବ।”

ସେ ଆହୁରି କହିଛନ୍ତି,“ଏ ଯେଉଁ ସମସ୍ୟା ସୃଷ୍ଟି ହୋଛି ତା’ର ନିରାକରଣ ପାଇଁ ପଞ୍ଚାୟତ ଓ ଗାଁ ସ୍ତରରେ ଯେଉଁମାନେ କାମ କରୁଛନ୍ତି ସେମାନଙ୍କୁ ସାମିଲ କରିବା ନିହାତି ଜରୁରୀ। ସେଥିପାଇଁ ଆମେ ଆଜି ସରପଞ୍ଚ, ୱାର୍ଡ ମେମମ୍ବର, ସମିତି ମେମ୍ବର, ବ୍ଲକ୍ ଚେୟାରମ୍ୟାନ୍ ଓ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା।”

ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା କହିଛନ୍ତି,“ଏ ରୋଗର ଚିକିତ୍ସା ନାହିଁ। ତେଣୁ ରୋଗ କିପରି ନ ବ୍ୟାପିବ ସେ ଉପରେ ଗୁରୁତ୍ୱ ଦିଅଯାଉଛି। ଗାଁଗୁଡ଼ିକୁ ସଫା ରଖିବା, ଘୁଷୁରୀଗୁଡ଼ିକୁ ଗାଁଠାରୁ ଦୂରେଇ ରଖିବା, ମଶା ନିୟନ୍ତ୍ରଣ ନେଇ ମାଲକାନଗିରି ଜିଲ୍ଲାପାଳ ଆକ୍ସନ ପ୍ଲାନ୍ କରିଛନ୍ତି। ତାହାକୁ କାର୍ଯ୍ୟକାରୀ କରାଯିବ। ସେହିପରି ଏହି ରୋଗକୁ ଯେତେ ଶୀଘ୍ର ସମ୍ଭବ ଚିହ୍ନଟ କରିବା ଜରୁରୀ। ତେଣୁ ଗାଁଗୁଡ଼ିକରେ ଇନଫର୍ମର ନିଯୁକ୍ତ କରିବାକୁ କୁହାଯାଇଛି। ସେମାନଙ୍କୁ ଏକ ଫୋନ୍ ନମ୍ବର ଦେବାକୁ କୁହାଯାଇଛି। କୌଣସି ଗାଁରେ କାହାରିକୁ ଜ୍ୱର ହେଲେ ସେମାନେ ସୂଚନା ଦେବେ। ଫଳରେ ତାଙ୍କର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇପାରିବ। ପ୍ରତି ବ୍ଲକ୍‌ରେ ଅତିରିକ୍ତ ଗାଡ଼ି ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ବେଡ୍‌ ବ୍ୟବସ୍ଥା କରିବାକୁ କୁହାଯାଇଛି। ଏହାକୁ ଏକ ଅଭିଯାନ ଭାବେ ଗ୍ରହଣ କଲେ ଯାଇ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ର ମୁକାବିଲା କରି ହେବ।”

ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ଜିଲ୍ଲାର ଜାପାନିଜ୍ ଏନ୍‌ସେଫାଲାଇଟିସ୍ ପ୍ରଭାବିତ ପାଲକୋଣ୍ଡା ଓ କୋଇମେଟଲାଇ ଗାଁକୁ ଯାଇଥିଲେ।

ଏହି ରୋଗର ମୁକାବିଲା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ମାଲକାନଗିରି ଜିଲ୍ଲାକୁ ୫୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି।

ଏହି ରୋଗ ବ୍ୟାପିବା ଘଟଣାରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆରସି) ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ସ୍ୱାସ୍ଥ୍ୟ ସଚିବ ଓ ମାଲକାନଗିରି ଜିଲ୍ଲାପାଳଙ୍କୁ ଏନ୍‌ଏଚ୍‌ଆରସି ନୋଟିସ୍‌ ଜାରି କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରୋଗ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ କି କି ପଦକ୍ଷେପ ନିଆଯାଇଛି, ସେ ନେଇ ଉତ୍ତର ଦେବାକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story