ଜଷ୍ଟିସ୍ ଦାସଙ୍କ ବହିଷ୍କାର ଓ ସଞ୍ଜୟଙ୍କ ଇସ୍ତଫା ଦାବିରେ ବିଧାନସଭା ଅଚଳ

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌ ତଦନ୍ତ କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ଏମ୍‌.ଏମ୍‌ ଦାସଙ୍କ ବହିଷ୍କାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବିରେ ଆଜି ବି ବିଧାନସଭା ଅଚଳ ହୋଇପଡ଼ିଥିଲା। ଜଷ୍ଟିସ୍‌ ଦାସଙ୍କ ବହିଷ୍କାର ସହିତ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବି କରି ବିଜେପି ବିଧାୟକମାନେ ଏକ ଗାଉନ୍ ପିନ୍ଧି ଗୃହର ମଧ୍ୟଭାଗକୁ ଆସିଥିଲେ। ସେହିପରି କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ ଓ ନାରାବାଜି କରିଥିଲେ। ଗୃହ ଆରମ୍ଭରୁ ବିରୋଧୀ ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ […]

assembly

assembly

Rakesh Mallick
  • Published: Tuesday, 03 May 2016
  • Updated: 03 May 2016, 04:17 PM IST

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌ ତଦନ୍ତ କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ଏମ୍‌.ଏମ୍‌ ଦାସଙ୍କ ବହିଷ୍କାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବିରେ ଆଜି ବି ବିଧାନସଭା ଅଚଳ ହୋଇପଡ଼ିଥିଲା। ଜଷ୍ଟିସ୍‌ ଦାସଙ୍କ ବହିଷ୍କାର ସହିତ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବି କରି ବିଜେପି ବିଧାୟକମାନେ ଏକ ଗାଉନ୍ ପିନ୍ଧି ଗୃହର ମଧ୍ୟଭାଗକୁ ଆସିଥିଲେ। ସେହିପରି କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ ଓ ନାରାବାଜି କରିଥିଲେ। ଗୃହ ଆରମ୍ଭରୁ ବିରୋଧୀ ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି ଘୋଷଣା କରିଦେଇଥିଲେ। ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ଦଳଗୁଡିକ ପକ୍ଷରୁ ପୁଣି ହଟ୍ଟଗୋଳ କରାଯାଇଥିଲା। ଫଳରେ ବାଚସ୍ପତି ଗୃହକୁ ୬ଟା ୫୫ ପର୍ଯ୍ୟନ୍ତ ମୁଲତବି କରି ଦେଇଥିଲେ। ଏହା ପରେ ମଧ୍ୟ ଗୃହରେ ଅଚଳାବସ୍ଥା ଲାଗି ରହିଥିଲା।

ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି.“ ଚିଟ୍‌ଫଣ୍ଡ୍‌ ପ୍ରସଙ୍ଗକୁ ଏଡାଇବାକୁ ଚାହୁଁଛନ୍ତି ରାଜ୍ୟସରକାର। ଡି’ ବ୍ରଦର୍ସ ଓ ଚିଟ୍‌ଫଣ୍ଡ ଲିଙ୍କ୍‌ ଘଟଣା ଲୋକଙ୍କ ମନରୁ ହଟାଇବାକୁ ଯାଇ ବିଜେଡି ବିଧାୟକମାନେ ଆଜି ଚାଉଳ ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କ ନିକଟକୁ ଯାଇଛନ୍ତି। ସରକାରୀ ଦଳ ଯେପରି ଢଙ୍ଗରେ ଆଜି ବିଧାନସଭାକୁ ଅଚଳ କରିବାକୁ  ପ୍ରୟାସ କରିଥିଲେ ଏହା ଓଡ଼ିଶାର ଜନସାଧାରଣଙ୍କ ପାଇଁ ଧକ୍କା।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ ସରକାର ଏବେ ସଂପୂର୍ଣ୍ଣ ହତାଶ ହୋଇଯାଇଛି। ସରକାରଙ୍କ ପାଖରେ କୌଣସି ବିକଳ୍ପ ନାହିଁ। ଅତୀତରେ ଛୋଟ ଛୋଟ ଘଟଣାରେ ମନ୍ତ୍ରୀମାନଙ୍କୁ ବିଦାୟ କରୁଥିବା ମୁଖ୍ୟମନ୍ତ୍ରୀ ଏବେ ଏଭଳି ଅସହାୟ ପରିସ୍ଥିତିରେ କିଭଳି ପହଞ୍ଚିଛନ୍ତି। ଚିଟ୍‌ଫଣ୍ଡ୍‌ ପ୍ରସଙ୍ଗରେ ମନ୍ତ୍ରୀ ସଞ୍ଚୟ ଦାସବର୍ମାଙ୍କ ସଂପୃକ୍ତି ନେଇ ଏତେ ସବୁ ପ୍ରମାଣ ମିଳିବା ସତ୍ତ୍ୱେ  ମୁଖ୍ୟମନ୍ତ୍ରୀ ଏତେ ଅସହାୟ କ’ଣ ପାଇଁ? ମୁଖ୍ୟମନ୍ତ୍ରୀ ଏବେ ଅସହାୟ ହୋଇଥିବା କାରଣରୁ ଜନସାଧାରଣ ଓ ବିରୋଧୀ ଦଳକୁ ସାମ୍ନା କରିବାରେ ମଧ୍ୟ ଅସହାୟ ହୋଇପଡ଼ିଛନ୍ତି । ମାନ୍ୟବର ବାଚସ୍ପତି ସରକାରୀ ଦଳର ଢ଼ାଲ ହେଲେ ଚଳିବ ନାହିଁ। ନୀତି ନୟମ ଅନୁସାରେ ରୁଲିଂ ଦେବା ଉଚିତ୍। ଆମେ ଆଶା କରିଥିଲୁ ମାନ୍ୟବର ବାଚସ୍ପତି ରୁଲିଂ ଦେବେ। ଚିଟ୍‌ଫଣ୍ଡ ପ୍ରସଙ୍ଗ କୋର୍ଟରେ ବିଚାରଧୀନ କହି ଏଡାଇ ଦେଇଥିଲେ। ଯଦିଓ ସରକାର କହୁଛନ୍ତି ବିଚାରଧୀନ ମାମଲା ଆଲୋଚନା ହୋଇପାରିବ ନାହିଁ ତେବେ ପୋଲାଭରମ୍ ପ୍ରକଳ୍ପ ସୁପ୍ରିମକୋର୍ଟରେ ବିଚାରଧୀନ ଥିଲା ବେଳେ  ଶାସକ ଦଳର କଥାକୁ ଶୁଣି ମାନ୍ୟବର ବାଚସ୍ପତି କାହିଁକି ଆଲୋଚନା  କରିବାକୁ  ଅନୁମତି ଦେଇଥିଲେ? ଏହି ପ୍ରସଙ୍ଗରେ ଆଲୋଚନା କଲେ ସରକାର ଅପଦସ୍ତ ହେବ ଯେଉଁଥିପାଇଁ ଆଲୋଚନା ନ କରିବା ପାଇଁ ମାନ୍ୟବର ବାଚସ୍ପତିଙ୍କୁ ଢ଼ାଲ କରି ଷଡଯନ୍ତ୍ର କରୁଛନ୍ତି।”

ଅନ୍ୟପକ୍ଷରେ ଓଆରଭି ଆଇନ କାର୍ଯ୍ୟକାରୀ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ସମ୍ମୁଖରେ ଆଜି ବିଜେପି ଓ କଂଗ୍ରେସ ବିଧାୟକମାନେ ଧାରଣାରେ ବସିଥିଲେ। ଉଚ୍ଚଶିକ୍ଷା କ୍ଷେତ୍ରରେ ୩୮ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ସରକାର କହିଥିବା ବେଳେ ମେଡିକାଲ ଓ ଇଂଜିନିୟରିଂ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରୁ ନ ଥିବା ବିଧାୟକମାନେ ଅଭିଯୋଗ କରିଥିଲେ।

ଧାରଣାରତ ବିଧାୟକଙ୍କୁ ମନାଇବାକୁ ପ୍ରଥମେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ଶାସକ ଦଳର ମୁଖ୍ୟ ସଚେତକ ଉଦ୍ୟମ କରି ବିଫଳ ହୋଇଥିଲେ। ପରେ ଉପବାଚସ୍ପତି ସନନ୍ଦ ମାରାଣ୍ଡି ଓମନ୍ତ୍ରୀ ସ୍ନେହାଙ୍ଗୀନୀ ଛୁରିଆ ବିଧାୟକଙ୍କୁ ଧାରଣା ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story