ଜୟପୁରରୁ ନବରଙ୍ଗପୁର, ମାଲକାନଗିରି ରେଳପଥ ପାଇଁ ୨ ସପ୍ତାହ ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ୱର: ଜୟପୁର-ନବରଙ୍ଗପୁର ଓ ଜୟପୁର-ମାଲକାନଗିରି ରେଳପଥ ନିର୍ମାଣ ନେଇ ଦୁଇ ସପ୍ତାହ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ ହେବ। ଚଳିତବର୍ଷ ରାଜ୍ୟରେ ଆଉ ୩୩୫ଟି ପଞ୍ଚାୟତକୁ ବିଜୁ ଗାଁ ଗାଡ଼ି ଗଡ଼ିବ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭାଗୀୟ ସମୀକ୍ଷା ପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରମେଶ ମାଝି ଏହି ସୂଚନା ଦିଆଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗର ସମୀକ୍ଷା ଅନୁଯାୟୀ ଗତ ୨ ବର୍ଷରେ ଉପାନ୍ତ ଓ ପରିବହନ ସେବା ନ ଥିବା ୪୯୦ଟି ପଞ୍ଚାୟତକୁ ବିଜୁ ଗାଁ […]

biju gadi

biju gadi

Rakesh Mallick
  • Published: Thursday, 26 May 2016
  • Updated: 26 May 2016, 04:46 PM IST

Sports

Latest News

biju gadiଭୁବନେଶ୍ୱର: ଜୟପୁର-ନବରଙ୍ଗପୁର ଓ ଜୟପୁର-ମାଲକାନଗିରି ରେଳପଥ ନିର୍ମାଣ ନେଇ ଦୁଇ ସପ୍ତାହ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ ହେବ। ଚଳିତବର୍ଷ ରାଜ୍ୟରେ ଆଉ ୩୩୫ଟି ପଞ୍ଚାୟତକୁ ବିଜୁ ଗାଁ ଗାଡ଼ି ଗଡ଼ିବ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭାଗୀୟ ସମୀକ୍ଷା ପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରମେଶ ମାଝି ଏହି ସୂଚନା ଦିଆଯାଇଛି।

ବାଣିଜ୍ୟ ଓ ପରିବହନ ବିଭାଗର ସମୀକ୍ଷା ଅନୁଯାୟୀ ଗତ ୨ ବର୍ଷରେ ଉପାନ୍ତ ଓ ପରିବହନ ସେବା ନ ଥିବା ୪୯୦ଟି ପଞ୍ଚାୟତକୁ ବିଜୁ ଗାଁ ଗାଡ଼ି ଗଡ଼ିଛି। ଚଳିତବର୍ଷ ଆଉ ୩୩୫ଟି ପଞ୍ଚାୟତକୁ ଏହି ଗାଡ଼ି ସେବା ଆରମ୍ଭ ହେବ। ୭ଟି ଜିଲ୍ଲାକୁ ରେଳ ସଂଯୋଗ ପାଇଁ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ଦୁଇ ସପ୍ତାହ ମଧ୍ୟରେ ଜୟପୁର-ନବରଙ୍ଗପର ଓ ଜୟପୁର-ମାଲକାନଗିରି ରେଳପଥ ନିର୍ମାଣ ପାଇଁ ଏମ୍‌ଓୟୁ ସ୍ୱାକ୍ଷର ହେବ ବୋଲି ବିଭାଗୀୟ ମନ୍ତ୍ରୀ ରମେଶ ମାଝି କହିଛନ୍ତି।

ମାଝି କହିଛନ୍ତି, “ଜୟପୁର-ନବରଙ୍ଗପୁର ରେଳପଥ ପାଇଁ ୫୦ ପ୍ରତିଶତ ଅର୍ଥ ଓ ଜମି ରାଜ୍ୟ ସରକାର ଯୋଗାଇ ଦେବେ। ଜୟପୁର-ମାଲକାନଗିରି ରେଳପଥ ପାଇଁ ୨୫ ପ୍ରତିଶତ ଅର୍ଥ ଯୋଗାଇ ଦିଆଯିବ।”

ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳରେ ରାସ୍ତା ନିର୍ମାଣ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ବିଜୁ ସେତୁ ଯୋଜନା କ୍ଷେତ୍ରରେ ନିର୍ବାଚନ ବେଳେ ଦିଆଯାଇଥିବା ପ୍ରତିଶ୍ରୁତି ବିଭାଗ କେତେଦୂର ପାଳନ କରିଛି ତା’ର ସମୀକ୍ଷା କରିଥିଲେ।

ବିଭାଗ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ସୁଦ୍ଧା ୪୦୨ ବିଜୁ ସେତୁ ନିର୍ମାଣ ହୋଇଛି। ଗତ ୨ ବର୍ଷ ମଧ୍ୟରେ ୨୩୫ଟି ବିଜୁ ସେତୁର କାମ ସରିଛି। ୧୦୦ କିମ୍ବା ତା’ଠାରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ୩,୪୮୬ଟି ଜନବସତି ଅଞ୍ଚଳକୁ ରାସ୍ତା ନିର୍ମାଣ ପାଇଁ ଚଳିତବର୍ଷ ପଦକ୍ଷେପ ନିଆଯିବ। ଏହାସହ ଡିଏମ୍‌ଏଫରୁ ମିଳିବାକୁ ଥିବା ଅର୍ଥକୁ ବିଭାଗ ରାସ୍ତା ନିର୍ମାଣ କାମରେ ବିନିଯୋଗ କରିବ।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି, “ଚଳିତ ବର୍ଷ ୪୦୦ କୋଟି ଟଙ୍କାର ବଜେଟ ରହିଛି। କେଉଁଠାରେ ସେତୁ ନିର୍ମାଣ କରାଯିବ ସେ ନେଇ ବିଧାୟକମାନଙ୍କୁ ରିପୋର୍ଟ ମଗା ଯାଇଥିଲା। ରିପୋର୍ଟ ଆସିଛି, ସର୍ଭେ ପରେ ପଦକ୍ଷେପ ନିଆଯିବ।”

ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ସମୀକ୍ଷା କରିଥିଲେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସମୀକ୍ଷା ପରେ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ୮୪,୮୩,୦୦୦ ପରିବାରକୁ ସାମିଲ କରାଯାଇଥିବା କୁହାଯାଇଛି। ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ଦକ୍ଷ କରିବା ସହିତ ସୁଲଭ ମୂଲ୍ୟ ଦୋକାନ ଗୁଡିକରେ ସ୍ୱୟଂକ୍ରିୟ ବ୍ୟବସ୍ଥା ଓ ତୃତୀୟ ପକ୍ଷ ମୂଲ୍ୟାୟନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଆସନ୍ତା ଡିସେମ୍ବର ସୁଦ୍ଧା ଏହା କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାସହ ଧାନ ସଂଗ୍ରହ କରାଯାଉଥିବା ସମସ୍ତ ୨୯୪ ବ୍ଲକରେ ମାର୍ଚ୍ଚ ୨୦୧୭ ସୁଦ୍ଧା ପି-ପାସ୍‌ ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଛି।

ଜଙ୍ଗଲ ଓ ପରିବେଶ ବିଭାଗର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ୨୦୧୫ ଅମଳ ବର୍ଷ ପାଇଁ କେନ୍ଦୁପତ୍ର ତୋଳାଳୀଙ୍କୁ ବୋନସ୍‌ ଆକାରରେ ୬୨ କୋଟି ଟଙ୍କା ଆସନ୍ତା ଜୁନ ମାସ ସୁଦ୍ଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ସମସ୍ତ ଅନୁମତି ଅନ୍‌ଲାଇନ୍‌ରେ ପ୍ରକ୍ରିୟାରେ ପ୍ରଦାନ କରାଯାଉଥିବା ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story