ଜୟପୁର: ଶବ ସତ୍କାର ଗୋଟିଏ ଦିନ ପରେ ଘରକୁ ଫେରିଲା ପୁଅ

ଜୟପୁର: ନିଖୋଜ ପୁଅର ମୃତଦେହ ମିଳିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକେ ସତ୍କାର କରିଦେଲେ। ହେଲେ ଶବ ସତ୍କାରର ପର ଦିନ ପୁଅ ଆସି ଘରେ ପହଞ୍ଚିଲା। ଏପରି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ବାଙ୍କବିଜାରେ। ପୁଅ ଫେରି ଆସିଥିବାରୁ ତା’ର ପରିବାର ଲୋକେ ଖୁସିରେ ଆତ୍ମହରା ହୋଇ ଯାଇଥିବା ବେଳେ ପୋଲିସର ମୁଣ୍ଡବିନ୍ଧା ପଢି ଯାଇଛି। ବାଙ୍କବିଜା ଗ୍ରାମର ଡମୁ ପରଜା (୧୬)।  ମୁଣ୍ଡ ଠିକ୍‌ ନ ଥିବାରୁ […]

jaypur

jaypur

Rakesh Mallick
  • Published: Saturday, 07 May 2016
  • Updated: 07 May 2016, 05:40 PM IST

Sports

Latest News

ଜୟପୁର: ନିଖୋଜ ପୁଅର ମୃତଦେହ ମିଳିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକେ ସତ୍କାର କରିଦେଲେ। ହେଲେ ଶବ ସତ୍କାରର ପର ଦିନ ପୁଅ ଆସି ଘରେ ପହଞ୍ଚିଲା। ଏପରି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ବାଙ୍କବିଜାରେ। ପୁଅ ଫେରି ଆସିଥିବାରୁ ତା’ର ପରିବାର ଲୋକେ ଖୁସିରେ ଆତ୍ମହରା ହୋଇ ଯାଇଥିବା ବେଳେ ପୋଲିସର ମୁଣ୍ଡବିନ୍ଧା ପଢି ଯାଇଛି।

ବାଙ୍କବିଜା ଗ୍ରାମର ଡମୁ ପରଜା (୧୬)।  ମୁଣ୍ଡ ଠିକ୍‌ ନ ଥିବାରୁ ବେଳେ ବେଳେ ଦୀର୍ଘ ଦିନ ଧରି ଘରୁ କେଉଁ ଆଡେ ଚାଲିଯାଏ ଓ ପୁଣି ଫେରି ଆସେ। ହେଲେ ଶେଷ ଥର ଡମୁ ଘରୁ ଯାଇ ଆଉ ଫେରି ନ ଥିଲା। ଗତ ୩ ତାରିଖରେ ଖବର ମିଳିଳା ଘରଠାରୁ ୧୦ କି.ମି. ଦୂର ଉମୁରୀ ବ୍ରିଜ ପାଖରେ ଡମୁର ମୃତଦେହ ଭାସୁଛି। ପରିବାର ଲୋକେ ପୋଲିସ ଉପସ୍ଥିତିରେ ଡମୁକୁ ଚିହ୍ନଟ କରିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ପରେ ପରିବାର ଲୋକେ ଶବ ଗାଁକୁ ଆଣି ସତ୍କାର କରିଥିଲେ। ଘଟଣାର ପରଦିନ ଶୁଦ୍ଧିକ୍ରିୟା ଚାଲିଥିବା ବେଳେ ହଠାତ ଡମୁ ଆସି ଘରେ ପହଞ୍ଚି ଥିଲା। ତାକୁ ଦେଖି ପରିବାର ଲୋକଙ୍କ ସହ ଗ୍ରାମବାସୀ ହତବାକ ହୋଇଯାଇଥିଲେ।

ଗୁରୁବାରୀ ପରଜା (ଡମୁର ମାଆ) କହିଛନ୍ତି, “ମୃତ ଯୁବକର ଚେହେରା ଅବିକଳ ଡମୁ ସହ ମିଶି ଯିବାରୁ ଏମିତି ଦ୍ୱନ୍ଦ୍ୱ ଉପୁଜି ଥିଲା। ଶବ ଚିହ୍ନଟ କରିବା ପରେ ସତ୍କାର କରିଦେଲୁ।”

ତେବେ ଏପରି ଘଟଣା ପରେ ଏବେ ପୋଲିସ ହରଡଘଣାରେ ପଡିଛି। ସତ୍କାର ସରିଥିବାରୁ ଏବେ ମୃତ ଯୁବକ ଜଣଙ୍କ କିପରି ଚିହ୍ନଟ ହେବା ତାକୁ ନେଇ ପୋଲିସର ଚିନ୍ତା ବଢି ଯାଇଛି।

ଜୟପୁର ସଦର ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦା କହିଛନ୍ତି, “ଡମୁର ପରିବାର ଲୋକେ ସେ ବଞ୍ଚିଥିବା ସମ୍ପର୍କରେ ରିପୋର୍ଟ କରିଛନ୍ତି। ଚିହ୍ନଟ କରିଥିବା ମୃତଦେହ ତାଙ୍କ ପୁଅର ନୁହେଁ, ଭୁଲବଶତଃ ଏପରି ହୋଇଯାଇଥିବା କହିଛନ୍ତି। ବର୍ତ୍ତମାନ ସତ୍କାର ସରିଥିବା ମୃତଦେହ କାହାର ଚିହ୍ନ କରିବାକୁ ଚେଷ୍ଟା କରୁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story