ଜେଇଇ ମେନ୍‌ ଆବେଦନ ତାରିଖ ଘୁଞ୍ଚାଇବାକୁ ସିବିଏସ୍‌ଇକୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ଓଡ଼ିଆ ଭାଷା ଅଡୁଆ ତୁଟୁନଥିବା ବେଳେ ଜେଇଇ ମେନ୍‌ର ନୂଆ ନିୟମକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। ପରୀକ୍ଷାରେ ଆଧାରକାର୍ଡ଼ ବାଧ୍ୟତାମୂଳକ ଥିବାରୁ ଆବେଦନ ଅବଧି ବଢ଼ାଇବାକୁ ସିବିଏସ୍‌ଇ କର୍ତ୍ତୃପକ୍ଷଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି। ୨୦୧୫ରେ ଇଞ୍ଜିନିୟରିଂ ଆଡମିଶନ୍‌ ପାଇଁ ୪୯,୦୦୦ ଛାତ୍ରଛାତ୍ରୀ ଜେଇଇ ମେନ୍‌ ପରୀକ୍ଷା ଦେଇଥିଲେ। ସେତେବେଳେ ଆବେଦନ ଶେଷ ତାରିଖ ୨୦୧୬ ଜାନୁଆରୀ ୨ ରହିଥିଲା। ୨୦୧୬ରେ ଆବେଦନ ଶେଷ ତାରିଖ ମଧ୍ୟ […]

jee-main

jee-main

Rakesh Mallick
  • Published: Saturday, 24 December 2016
  • Updated: 24 December 2016, 07:09 PM IST

Sports

Latest News

jee-mainଭୁବନେଶ୍ୱର: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ଓଡ଼ିଆ ଭାଷା ଅଡୁଆ ତୁଟୁନଥିବା ବେଳେ ଜେଇଇ ମେନ୍‌ର ନୂଆ ନିୟମକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। ପରୀକ୍ଷାରେ ଆଧାରକାର୍ଡ଼ ବାଧ୍ୟତାମୂଳକ ଥିବାରୁ ଆବେଦନ ଅବଧି ବଢ଼ାଇବାକୁ ସିବିଏସ୍‌ଇ କର୍ତ୍ତୃପକ୍ଷଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି।

୨୦୧୫ରେ ଇଞ୍ଜିନିୟରିଂ ଆଡମିଶନ୍‌ ପାଇଁ ୪୯,୦୦୦ ଛାତ୍ରଛାତ୍ରୀ ଜେଇଇ ମେନ୍‌ ପରୀକ୍ଷା ଦେଇଥିଲେ। ସେତେବେଳେ ଆବେଦନ ଶେଷ ତାରିଖ ୨୦୧୬ ଜାନୁଆରୀ ୨ ରହିଥିଲା। ୨୦୧୬ରେ ଆବେଦନ ଶେଷ ତାରିଖ ମଧ୍ୟ ୨୦୧୭ ଜାନୁଆରୀ ୨ ରହିଛି। ମାତ୍ର ଆବେଦନ କରିଛନ୍ତି ୧୮,୮୭୩ ଜଣ ଛାତ୍ରଛାତ୍ରୀ। ଗତବର୍ଷ ଅପେକ୍ଷ ଏଥର ଆବେଦନ ସଂଖ୍ୟା ବହୁ କମିଛି। ଆଧାରକାର୍ଡ଼ ବାଧ୍ୟତାମୂଳକ ଯୋଗୁଁ ଛାତ୍ରଛାତ୍ରୀଙ୍କ ଆବେଦନ ସଂଖ୍ୟା କମିଥିବା ଅନୁମାନ କରାଯାଉଛି। ସେଥିପାଇଁ ରାଜ୍ୟ ସରକାର ଜେଇଇ ମେନ୍‌ ଆବେଦନ ତାରିଖ ଜାନୁଆରୀ ୨୦କୁ ବଢ଼ାଇବାକୁ ସିବିଏସ୍‌ଇ କର୍ତ୍ତୃପକ୍ଷକୁ ଚିଠି ଲେଖିଛନ୍ତି।

ବୈଷିକ ଶିକ୍ଷା ସଚିବ ସଞ୍ଜୟ କୁମାର ସିଂହ କହିଛନ୍ତି,“ଜେଇଇ ମେନ୍‌ ତାରିଖ ଘୁଞ୍ଚିଲେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ମୁଁ ଭାବୁଛି ସିବିଏସ୍‌ଇ କର୍ତ୍ତୃପକ୍ଷ ଏହି ଦିଗ ଉପରେ ଧ୍ୟାନ ଦେଇ ଉଚିତ ପଦକ୍ଷେପ ନେବେ।”

ଛାତ୍ରଛାତ୍ରୀଙ୍କ ଆଧାର ପଞ୍ଜିକରଣ ପାଇଁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବ୍ୟବସ୍ଥା ହୋଇଛି। ଜେଇଇ ମେନ୍‌ ପରୀକ୍ଷା କେନ୍ଦ୍ର ସମେତ ବ୍ଲକ, ମ୍ୟୁନିସିପାଲିଟି ଓ ମହାନଗର ନିଗମ ଗୁଡ଼ିକ ମଧ୍ୟ ଛାତ୍ରଛାତ୍ରୀ ପଞ୍ଜିକରଣ କରିପାରିବେ ବୋଲି ବୈଷୟିକ ବିଭାଗ ପକ୍ଷରୁ କୁହାଯାଇଛି।

ଜେଇଇ ମେନ୍ ପରୀକ୍ଷା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ କରାଯିବା କଥାକୁ ବିରୋଧ କରିଛି ଓଡ଼ିଶା ଘରୋଇ ଇଞ୍ଜିନୟରିଂ କଲେଜ ସଂଘ (ଓପେକା) ଆଧାରକାର୍ଡ ବାଧ୍ୟତାମୂଳକ କରିବା ଯୋଗୁଁ ଛାତ୍ରଛାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେବା ସହ ଜେଇଇ ମେନ ପରୀକ୍ଷା ପାଇଁ ଆବେଦନ କରିପାରୁନଥିବା ଓପେକା କହିଛି। ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ  କରିବା ସହ ସିବିଏସଇ ଓ କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟକୁ ଅବଗତ କରାନ୍ତୁ ବୋଲି ଓପେକାର ସଂପାଦକ ବିନୋଦ ଦାସ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos