ଜେଇଇ ମେନ୍ ପରୀକ୍ଷା ନା ଓଜେଇଇ: ଦ୍ୱନ୍ଦ୍ୱରେ ଇଂଜିନିୟରିଂ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଇଞ୍ଜିନିୟରିଂ ପାଇଁ ଓଡ଼ିଶା ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେବେ ନା ଓଜେଇଇ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇ ନ ଥିବାରୁ ଛାତ୍ରଛାତ୍ରୀମାନେ ଦ୍ୱନ୍ଦ୍ୱରେ ରହିଛନ୍ତି। ସିବିଏସିଇ ବିଜ୍ଞପ୍ତିର ୬ ଦିନ ପରେ ବି କୌଣସି ନିଷ୍ପତ୍ତି ନେଇ ପାରୁନାହାନ୍ତି ରାଜ୍ୟ ସରକାର। ବିଜ୍ଞପ୍ତି ଅନୁସାରେ ୨୦୧୬ ଜେଇଇ ମେନରେ ଗୁଜୁରାଟ, ମଧ୍ୟପ୍ରଦେଶ, ହରିଆଣା, ଉତ୍ତରାଖଣ୍ଡ, ନାଗାଲାଣ୍ଡ ଓ ଓଡ଼ିଶା ସାମିଲ ହୋଇଛନ୍ତି। ହେଲେ ଓଡ଼ିଶା ଜେଇଇ ମେନରେ ସାମିଲ ହେବ ନା ନାହିଁ ସେ […]

Ojee na Jee

Ojee na Jee

Rakesh Mallick
  • Published: Sunday, 06 December 2015
  • Updated: 06 December 2015, 02:56 PM IST

Sports

Latest News

ଭୁବନେଶ୍ୱର: ଇଞ୍ଜିନିୟରିଂ ପାଇଁ ଓଡ଼ିଶା ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେବେ ନା ଓଜେଇଇ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇ ନ ଥିବାରୁ ଛାତ୍ରଛାତ୍ରୀମାନେ ଦ୍ୱନ୍ଦ୍ୱରେ ରହିଛନ୍ତି। ସିବିଏସିଇ ବିଜ୍ଞପ୍ତିର ୬ ଦିନ ପରେ ବି କୌଣସି ନିଷ୍ପତ୍ତି ନେଇ ପାରୁନାହାନ୍ତି ରାଜ୍ୟ ସରକାର। ବିଜ୍ଞପ୍ତି ଅନୁସାରେ ୨୦୧୬ ଜେଇଇ ମେନରେ ଗୁଜୁରାଟ, ମଧ୍ୟପ୍ରଦେଶ, ହରିଆଣା, ଉତ୍ତରାଖଣ୍ଡ, ନାଗାଲାଣ୍ଡ ଓ ଓଡ଼ିଶା ସାମିଲ ହୋଇଛନ୍ତି। ହେଲେ ଓଡ଼ିଶା ଜେଇଇ ମେନରେ ସାମିଲ ହେବ ନା ନାହିଁ ସେ ନେଇ ରାଜ୍ୟ ସରକାର ଏଯାଏଁ କୌଣସି ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି। ଗତ ୧ତାରିଖରୁ ଜେଇଇ ମେନ୍ ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି।

ଗତ ଦୁଇବର୍ଷ ହେଲା ଓଡ଼ିଶା ଜେଇଇ ମେନରେ ସାମିଲ ଥିଲା। ତେବେ ଏଥର ସାମିଲ ହେବ ନା ନାହିଁ ସେ ନେଇ ରାଜ୍ୟ ସରକାର ଆଇନ୍ ବିଭାଗ ଓ ଆଡଭୋକେଟ ଜେନେରାଲଙ୍କ ପରାମର୍ଶ ଲୋଡିଥିଲେ। ଓଡ଼ିଶା ପ୍ରଫେସନାଲ ଏଜୁକେସନ ଆକ୍ଟ ସେକ୍ସନ-୩ ଅନୁସାରେ ରାଜ୍ୟ ସରକାର ଓଜେଇଇ କରିବା ଉଚିତ୍ ବୋଲି ଉଭୟ ମତ ଦେଇଛନ୍ତି। ତେବେ କ୍ୟାବିନେଟ୍ ସବ୍ କମିଟିର ପ୍ରସ୍ତାବ ଅନୁଯାୟୀ ରାଜ୍ୟ ସରକାର ଚାହିଁଲେ ଜେଇଇ ମେନରେ ମଧ୍ୟ ସାମିଲ ହୋଇପାରିବେ। ସେ ଦୃଷ୍ଟିରୁ ରାଜ୍ୟ ସରକାର ଆଇନରେ ସଂଶୋଧନ ଲାଗି ଚିନ୍ତା କରୁଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଓଜେଇଇ କରିବାକୁ ଓଡ଼ିଶା ଘରୋଇ ଇଂଜିନିୟରିଂ କଲେଜ ସଂଘ ଓପେକା ସମ୍ପାଦକ ବିନୋଦ ଦାସ ଦାବି କରିଛନ୍ତି।

ଓଡ଼ିଶା ଜେଇଇ ମେନରେ ସାମିଲ ହେଲେ ଛାତ୍ରଛାତ୍ରୀମାନେ ଗୋଟିଏ ପରୀକ୍ଷା ଦେଇ ଆଇଏସଏମ-ଧାନବାଦ୍ ସମେତ ଦେଶରେ ଥିବା ୧୮ଟି ଆଇଆଇଟି, ୩୧ଟି ଏନଆଇଟି, ୧୮ଟି ଟ୍ରିପଲ ଆଇଟି, ୩୪ଟି ଡିମଣ୍ଡ ୟୁନିଭର୍ସିଟି, ୧୧ଟି କେନ୍ଦ୍ରୀୟ ବୈଷୟିକ ଅନୁଷ୍ଠାନ ସମେତ ସମସ୍ତ ସରକାରୀ ଓ ଘରୋଇ ଇଂଜିନିୟରିଂ କଲେଜରେ ନାମ ଲେଖାଇବାର ସୁଯୋଗ ପାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos