ଜେଇଇ ମେନ୍ ପାଇଁ ବିଜ୍ଞପ୍ତି: ଡିସେମ୍ବର ୧ରୁ ଅନଲାଇନ୍ ଆବେଦନ

ଭୁବନେଶ୍ୱର: ଇଂଜିନିୟରିଂ ପଢିବା ଲାଗି ଉଦ୍ଦିଷ୍ଟ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆସନ୍ତା ଡିସେମ୍ୱର ୧ ତାରିଖରୁ ଛାତ୍ରଛାତ୍ରୀ ଅନ୍ଲାଇନରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ରଖିଛି ଡିସେମ୍ୱର ୩୧। www.jeemain.nic.in ୱେବସାଇଟରେ ଆବେଦନ କରି ହେବ। ଆବେଦନ କରିବାର ଶେଷ ତାରିଖ ରହିଛି ଡିସେମ୍ବର ୩୧। ଉଭୟ ଅଫଲାଇନ୍ ଓ ଅନଲାଇନରେ ଏହି ପରୀକ୍ଷା ହେବ। ଏପ୍ରିଲ୍ ୩ରେ ଅଫଲାଇନ୍ ପରୀକ୍ଷା ହେବ। ସେହିଭଳି ଏପ୍ରିଲ୍ ୯ ଓ ୧୦ରେ ଅନଲାଇନ୍ ପରୀକ୍ଷା ହେବ। ଏଥିରେ କୃତକାର୍ଯ୍ୟ ପିଲା ଆଇଆଇଟି, ଏନଆଇଟି, ଟ୍ରିପଲ ଆଇଟି ସମେତ ଦେଶର ସବୁ ଓ ବେସରକାରୀ ଇଂଜିନିୟରିଂ କଲେଜରେ ନଁା ଲେଖାଇପାରିବେ। ତେବେ ଆଇଆଇଟି ନାମ ଲେଖା ପାଇଁ ପରେ ଆଡଭାନ୍ସ ଜେଇଇ ପରୀକ୍ଷା ଅନୁଷ୍ଠିତ ହେବ।