ଠିକା କ୍ୟାମ୍ପରେ ମାଓ ଆକ୍ରମଣ, ଜଣେ ମୃତ

ଜୟପୁର: କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ ସୋରିଷପଦର ସ୍ଥିତ ଏକ ଠିକା କ୍ୟାମ୍ପରେ ମାଓବାଦୀମାନେ ଆକ୍ରମଣ କରିବା ସହ ପୋଡ଼ାଜଳା କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଜୟରାମ ଖିଲୋ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ଭିତରକଟା ଗାଁରେ। ମାଓବାଦୀମାନେ ଠିକା କ୍ୟାମ୍ପ୍‌ରେ ଥିବା ଦୁଇଟି ହାଇୱା, ଗୋଟିଏ ହିଟାଚି ମେସିନ୍‌, ଗୋଟିଏ ଟ୍ରାକ୍ଟର ସହ ଗୋଟିଏ ୧୦ ଚକିଆ ଟିପର ପୋଡ଼ି ଦେଇଛନ୍ତି। ଏହି ଠିକା କ୍ୟାମ୍ପ୍ ସୋରିଷପଦରରୁ ଭିତରକଟା ଯାଏଁ […]

Maoist

Maoist

Rakesh Mallick
  • Published: Saturday, 19 November 2016
  • Updated: 19 November 2016, 10:18 AM IST

Sports

Latest News

ଜୟପୁର: କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ ସୋରିଷପଦର ସ୍ଥିତ ଏକ ଠିକା କ୍ୟାମ୍ପରେ ମାଓବାଦୀମାନେ ଆକ୍ରମଣ କରିବା ସହ ପୋଡ଼ାଜଳା କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଜୟରାମ ଖିଲୋ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ଭିତରକଟା ଗାଁରେ।

ମାଓବାଦୀମାନେ ଠିକା କ୍ୟାମ୍ପ୍‌ରେ ଥିବା ଦୁଇଟି ହାଇୱା, ଗୋଟିଏ ହିଟାଚି ମେସିନ୍‌, ଗୋଟିଏ ଟ୍ରାକ୍ଟର ସହ ଗୋଟିଏ ୧୦ ଚକିଆ ଟିପର ପୋଡ଼ି ଦେଇଛନ୍ତି। ଏହି ଠିକା କ୍ୟାମ୍ପ୍ ସୋରିଷପଦରରୁ ଭିତରକଟା ଯାଏଁ ରାସ୍ତାକାମ କରୁଥିଲା।

ଏହି କାଣ୍ଡ ଘଟାଇବା ପୂର୍ବରୁ ଗତକାଲି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ମାଓବାଦୀମାନେ ଏହି ଠିକା କମ୍ପାନୀର କିଛି କର୍ମଚାରୀଙ୍କୁ ନେଇଯାଇଥିଲେ। ସନ୍ଧ୍ୟାରେ ସେମାନଙ୍କୁ ଛାଡ଼ି ଦେଇଥିଲେ। ଆଉ ଏହାର କିଛି ଘଣ୍ଟା ପରେ ମାଓବାଦୀ ଠିକା କ୍ୟାମ୍ପ୍‌ରେ ପହଞ୍ଚି ପୋଡ଼ାଜଳା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos