ଝିଅକୁ ଧରି ସାଇଫନକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ ଘଟଣା: ଶିଶୁକନ୍ୟାର ମୃତଦେହ ମିଳିଲା, ମହିଳାଙ୍କ ନାଁରେ ହତ୍ୟା ମାମଲା ରୁଜୁ

ଭୁବନେଶ୍ୱର:ଭୁବନେଶ୍ୱର ନିକଟସ୍ଥ ବାଲିଅନ୍ତାରେ ଝିଅକୁ ଧରି ଜଣେ ମହିଳା ସାଇଫନକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ନିଖୋଜ ଶିଶୁକନ୍ୟାର ମୃତଦେହ ଆଜି ପିପିଲି କେନାଲରୁ ଉଦ୍ଧାର କରାଯାଇଛି। ମୃତ ଶିଶୁଟି ତାଙ୍କ ଝିଅ ସାଇ ଶ୍ରୀୟା ବୋଲି ଉକ୍ତ ମହିଳାଙ୍କ ସ୍ୱାମୀ ସତ୍ୟଜିତ ମହାନ୍ତି ଚିହ୍ନଟ କରିଛନ୍ତି। ଅନ୍ୟପକ୍ଷରେ ସାଇଫନକୁ ବର୍ଷକର ଝିଅକୁ ଧରି ଗତକାଲି ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଶୁଭଶ୍ରୀଙ୍କ ବିରୋଧରେ ପୋଲିସ୍ ହତ୍ୟା ମାମଲା ରୁଜୁ କରିଛି। ଝିଅକୁ ଧରି ସାଇଫନରେ ଡେଇଁ ଥିବା ଯୋଗୁଁ […]

pipili

pipili

Rakesh Mallick
  • Published: Wednesday, 28 October 2015
  • Updated: 28 October 2015, 05:14 PM IST

Sports

Latest News

pipiliଭୁବନେଶ୍ୱର:ଭୁବନେଶ୍ୱର ନିକଟସ୍ଥ ବାଲିଅନ୍ତାରେ ଝିଅକୁ ଧରି ଜଣେ ମହିଳା ସାଇଫନକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ନିଖୋଜ ଶିଶୁକନ୍ୟାର ମୃତଦେହ ଆଜି ପିପିଲି କେନାଲରୁ ଉଦ୍ଧାର କରାଯାଇଛି। ମୃତ ଶିଶୁଟି ତାଙ୍କ ଝିଅ ସାଇ ଶ୍ରୀୟା ବୋଲି ଉକ୍ତ ମହିଳାଙ୍କ ସ୍ୱାମୀ ସତ୍ୟଜିତ ମହାନ୍ତି ଚିହ୍ନଟ କରିଛନ୍ତି। ଅନ୍ୟପକ୍ଷରେ ସାଇଫନକୁ ବର୍ଷକର ଝିଅକୁ ଧରି ଗତକାଲି ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଶୁଭଶ୍ରୀଙ୍କ ବିରୋଧରେ ପୋଲିସ୍ ହତ୍ୟା ମାମଲା ରୁଜୁ କରିଛି। ଝିଅକୁ ଧରି ସାଇଫନରେ ଡେଇଁ ଥିବା ଯୋଗୁଁ ତାଙ୍କ ନାଁରେ ହତ୍ୟା ମାମଲା ରୁଜୁ କରାଯାଇଛି।  ତା’ସହିତ ତାଙ୍କ ବିରୁଦ୍ଧରେ ଆତ୍ମହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି। ବାଲିଅନ୍ତା ଥାନାରେ ଏହି ମାମଲା ରୁଜୁ ହୋଇଛି। ବାଲିଅନ୍ତା ପୋଲିସ୍ ନିଜ ଆଡୁ ମାମଲା ରୁଜୁ କରିଛି। ତାଙ୍କ ବିରୁଦ୍ଧରେ ୩୦୨ (ହତ୍ୟା) ଓ ୩୦୯ (ଆତ୍ମହତ୍ୟା ଉଦ୍ୟମ) ଦଫା ରୁଜୁ କରାଯାଇଛି। ହତ୍ୟା ମାମଲା ରୁଜୁ କରାଯାଇଥିବା ଯୋଗୁଁ ତାଙ୍କୁ ପୋଲିସ୍ ଯେକୌଣସି ମୁହୂର୍ତ୍ତରେ ଗିରଫ କରିପାରେ ବୋଲି କୁହାଯାଉଛି।

ଶୁଭଶ୍ରୀଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ପୂର୍ବରୁ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଥିଲେ।

ଉଭୟ ଶୁଭଶ୍ରୀ ଓ ସତ୍ୟଜିତ୍ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାରେ ଚାକିରି କରନ୍ତି। ସେମାନଙ୍କ ମଧ୍ୟରେ ପ୍ରେମ ବିବାହ ହୋଇଥିଲା। ତେବେ ପାରିବାରିକ ସମସ୍ୟାକୁ ନେଇ ବେଶ୍ କିଛିଦିନ ଧରି ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଳହ ଲାଗି ରହିଥିଲା। ସୋମବାର କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଗତକାଲି ସକାଳେ ମହିଳା ଜଣଙ୍କ ଝିଅକୁ ଧରି ବାହାରକୁ ଆସିଥିଲେ। ଝିଅର ଜନ୍ମଦିନ ଥିବାରୁ ପତ୍ନୀ ମନ୍ଦିର ଯାଉଥିବା ଭାବି ତାଙ୍କ ସ୍ୱାମୀ କିଛି ପଚାରି ନ ଥିଲେ। ଘରୁ ବାହାରି ମହିଳା ଜଣଙ୍କ ସାଇଫନ ନିକଟକୁ ଯାଇ ଝିଅ ସହ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆଜି ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos