ଜୀବନରେ ସଫଳତା ପାଇଁ କରେଜ୍, କନଭିକ୍ସନ୍ ଓ କମିଟମେଣ୍ଟ୍ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜୀବନରେ ସଫଳତା ପାଇଁ ୩ଟି କଥା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ସେଗୁଡ଼ିକ ହେଉଛି କରେଜ, କନଭିକ୍ସନ୍ ଓ କମିଟମେଣ୍ଟ। ସୋମବାର ଭୁବନେଶ୍ୱରଠାରେ ଆୟୋଜିତ ବିଜୁ ଛାତ୍ର ଜନତା ଦଳର ସମାବେଶରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟର ୪ କୋଟି ଲୋକଙ୍କ ବିକାଶ ହେଉଛି ବିଜେଡିର ଲକ୍ଷ୍ୟ। ସାରା ଦେଶରେ ଓଡ଼ିଶାକୁ ସର୍ବଶ୍ରେଷ୍ଠ ରାଜ୍ୟ କରିବା ପାଇଁ ତାଙ୍କ ସରକାର କାର୍ଯ୍ୟ କରୁଛନ୍ତି। ତେବେ ଏହାକୁ ସଫଳ […]

chief-minister-bjd

chief-minister-bjd

Rakesh Mallick
  • Published: Monday, 23 November 2015
  • Updated: 23 November 2015, 03:32 PM IST

Sports

Latest News

ଭୁବନେଶ୍ୱର: ଜୀବନରେ ସଫଳତା ପାଇଁ ୩ଟି କଥା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ସେଗୁଡ଼ିକ ହେଉଛି କରେଜ, କନଭିକ୍ସନ୍ ଓ କମିଟମେଣ୍ଟ। ସୋମବାର ଭୁବନେଶ୍ୱରଠାରେ ଆୟୋଜିତ ବିଜୁ ଛାତ୍ର ଜନତା ଦଳର ସମାବେଶରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟର ୪ କୋଟି ଲୋକଙ୍କ ବିକାଶ ହେଉଛି ବିଜେଡିର ଲକ୍ଷ୍ୟ। ସାରା ଦେଶରେ ଓଡ଼ିଶାକୁ ସର୍ବଶ୍ରେଷ୍ଠ ରାଜ୍ୟ କରିବା ପାଇଁ ତାଙ୍କ ସରକାର କାର୍ଯ୍ୟ କରୁଛନ୍ତି। ତେବେ ଏହାକୁ ସଫଳ କରିବା ପାଇଁ ଯୁବ ଓ ଛାତ୍ର ଗୋଷ୍ଠୀଙ୍କ ସାହାଯ୍ୟ ଆବଶ୍ୟକ।

ସେହିଭଳି ଆଜି ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଉପୁଜିଥିବା ମୁରୁଡି ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ସେ କହିଥିଲେ, ବିଗତ ବର୍ଷଗୁଡିକରେ ରାଜ୍ୟ ସରକାର ଏକାଧିକ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଢତାର ସହିତ ମୁକାବିଲା କରିଛନ୍ତି। ସରକାର ମରୁଡି ସ୍ଥିତିର ମଧ୍ୟ ମୁକାବିଲା କରୁଛନ୍ତି। ଏଥିରେ ମଧ୍ୟ ସରକାର ସଫଳ ହେବେ। ମରୁଡି ସ୍ଥିତି ମୁକାବିଲା ନେଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

ଦଳର ସଂଗଠନକୁ ମଜଭୁତ କରିବା ଓ ଛାତ୍ରଛାତ୍ରୀଙ୍କୁ ଏକଜୁଟ୍ କରିବା ଲକ୍ଷ୍ୟରେ ସଂଗଠନ ପକ୍ଷରୁ ଏହି ସମାବେଶର ଆୟୋଜନ କରାଯାଇଛି। ରାଜ୍ୟ ସରକାରଙ୍କ ସଫଳତା, ଖାସ୍ କରି ଛାତ୍ରାଛାତ୍ରୀଙ୍କ ଲାଗି ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବିଜୁ ଛାତ୍ର ଜନତା ଦଳ। ଭୁବନେଶ୍ୱରର ସ୍ୱାଧୀନତା ସଂଗ୍ରାମୀ ପଡିଆରେ ଏହି ସମାବେଶ ଅନୁଷ୍ଠିତ ହୋଇଛି।

ଏପଟେ ବିଜୁ ଛାତ୍ର ଜନତା ଦଳର ସମାବେଶକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିଲେ ଛାତ୍ର କଂଗ୍ରେସ ଓ ବିଜେପି ଯୁବ ମୋର୍ଚ୍ଚା। ସମାବେଶ ପୂର୍ବରୁ ବିଶୃଙ୍ଖଳା ଆଶଙ୍କ।ରେ ଛାତ୍ର କଂଗ୍ରେସ ସଭାପତିଙ୍କ ସମେତ ଚାରି କର୍ମକର୍ତ୍ତାଙ୍କୁ ପୋଲିସ୍ ଅଟକ ରଖିଥିଲା। ସମାବେଶ ପରେ ଛାତ୍ର କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ବିଜେପି ଯୁବମୋର୍ଚ୍ଚା ବେକାରୀ ସମସ୍ୟା ଓ ଚାଷୀ ମୃତ୍ୟୁକୁ ମୁଖ୍ୟଅସ୍ତ୍ର କରିଥିଲା। ଦଳୀୟ କର୍ମୀମାନେ ଡାକ ଯୋଗେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos