ଅଧ୍ୟକ୍ଷାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ଏସ୍‌ସିବି ନର୍ସିଂ ଛାତ୍ରୀ

କଟକ: ଏସ୍‌ସିବି ନର୍ସିଂ ଛାତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଧ୍ୟକ୍ଷାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାର ପ୍ରତିବାଦରେ  ନର୍ସିଂ ଛାତ୍ରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଆନ୍ଦୋଳନରତ ଛାତ୍ରୀମାନେ କହିଛନ୍ତି,‘‘ଅଧ୍ୟକ୍ଷାଙ୍କୁ ଖୁବଶୀଘ୍ର ସସ୍‌ପେଣ୍ଡ କରାଯାଉ। କାରଣ ସେ ତଦନ୍ତ ପକ୍ରିୟାକୁ ପ୍ରଭାବିତ କରୁଛନ୍ତି।  ବିନା କାରଣରେ ଆମକୁ ଧମକ ଚମକ ଦେଇ ସାଇନ୍‌-ଏ-ଡାଏ କରାଯାଇ ହଷ୍ଟେଲରରୁ ବାହାର କରାଯାଇଛି। ସାଇନ୍-ଏ-ଡାଏ ଘୋଷଣାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। […]

ctc

ctc

Rakesh Mallick
  • Published: Saturday, 14 May 2016
  • Updated: 14 May 2016, 09:19 AM IST

Sports

Latest News

କଟକ: ଏସ୍‌ସିବି ନର୍ସିଂ ଛାତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଧ୍ୟକ୍ଷାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାର ପ୍ରତିବାଦରେ  ନର୍ସିଂ ଛାତ୍ରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି।

ଆନ୍ଦୋଳନରତ ଛାତ୍ରୀମାନେ କହିଛନ୍ତି,‘‘ଅଧ୍ୟକ୍ଷାଙ୍କୁ ଖୁବଶୀଘ୍ର ସସ୍‌ପେଣ୍ଡ କରାଯାଉ। କାରଣ ସେ ତଦନ୍ତ ପକ୍ରିୟାକୁ ପ୍ରଭାବିତ କରୁଛନ୍ତି।  ବିନା କାରଣରେ ଆମକୁ ଧମକ ଚମକ ଦେଇ ସାଇନ୍‌-ଏ-ଡାଏ କରାଯାଇ ହଷ୍ଟେଲରରୁ ବାହାର କରାଯାଇଛି। ସାଇନ୍-ଏ-ଡାଏ ଘୋଷଣାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ଯେତେ ପର୍ଯ୍ୟନ୍ତ ଆମକୁ ନ୍ୟାୟ ନ ମିଳିଛି ଆନ୍ଦୋଳନ ଜାରି ରଖିବୁ। ଆଗକୁ ଆମେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଭେଟିବୁ।”

ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତ ଗୁରୁବାର ରାତିରେ ନର୍ସିଂ ହଷ୍ଟେଲରେ ସାଇନ- ଏ- ଡାଏ ଘୋଷଣା କରାଯାଇଥିଲା। ଏହାପରେ କିଛି ଛାତ୍ରୀ ଗତକାଲି ସକାଳେ ହଷ୍ଟେଲ ଛାଡ଼ିଥିବା ବେଳେ ଆଉ କିଛି ଛାତ୍ରୀ ହଷ୍ଟେଲରେ ରହି ଆନ୍ଦୋଳନ ଚଳାଇଛନ୍ତି। ଅଧ୍ୟକ୍ଷାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ହଷ୍ଟେଲ ଛାଡିବେ ନାହିଁ ବୋଲି ଆନ୍ଦୋଳନରତ ଛାତ୍ରୀମାନେ ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos