ବାୟୁସେନାରେ ଚାକିରି କରିବାକୁ ଚାହୁଁଛନ୍ତି: ୧୮୨ ପଦବୀରେ ନିଯୁକ୍ତି ପାଇଁ ମଗାଯାଇଛି ଆବେଦନ ପତ୍ର
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଏଏଫ୍ସିଏଟି ଏଣ୍ଟ୍ରି, ଏନସିସି ସ୍ପେଶାଲ ଏଣ୍ଟ୍ରି ଓ ପାଣିପାଗ ବିଭାଗ ପଦବୀ ପାଇଁ ନିଯୁକ୍ତି ପ୍ରକାଶ ପାଇଛି। ନିଜର ଯୋଗ୍ୟତା ଅନୁସାରେ ଆପଣ ଏହି ପଦବୀ ପାଇଁ ଆବେଦନ କରିପାରିବେ। କିପରି ଆବେଦନ କରିବେ ଏସମ୍ପର୍କରେ ଜାଣିରଖନ୍ତୁ କିଛି ଆବଶ୍ୟକ ସୂଚନା।
ପଦବୀ ସଂଖ୍ୟା- ୧୮୨
ଏସ୍ସି ଏସ୍ଟି ପାଇଁ ମୋଟ ୧୫୮ଟି ପବଦୀ ସଂରକ୍ଷିତ ରହିଛି। ସେଥିମଧ୍ୟରୁ ପାଣିପାଗ ବିଭାଗରେ ୨୪ଟି ସିଟ୍ ସଂରକ୍ଷିତ ଅଛି। ସେହିଭଳି ଏନ୍ସିସି ସ୍ପେଶାଲ ଏଣ୍ଟ୍ରି ପାଇଁ ପଦବୀ ସଂଖ୍ୟା ନିର୍ଦ୍ଧାରଣ କରାଯାଇ ନାହିଁ।
ଦରମା- ୫୬ହଜାର ଶହେରୁ ୧ ଲକ୍ଷ ୧୦ ହଜାର ୭୦୦ ଟଙ୍କା
ଯୋଗ୍ୟତା: ସମସ୍ତ ପଦବୀ ପାଇଁ ଭିନ୍ନ ଭିନ୍ନ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି। ଟେକ୍ନିକାଲ ଓ ନନ୍ ଟେକ୍ନକାଲ ପଦବୀ ଆଧାରରେ ଚୟନ କରାଯିବ।
ଆବେଦନ ଫି: ଏସ୍ସି ଓ ଏସ୍ଟି ପାଇଁ ୨୫୦ ରଖାଯାଇଥିବା ବେଳେ ଏନ୍ସିସି ସ୍ପେଶାଲ ଏଣ୍ଟ୍ରି ଓ ପାଣିପାଗ ବିଭାଗ ପାଇଁ କୌଣସି ଫି ରଖାଯାଇ ନାହିଁ। ଡେବିଡ୍ କାର୍ଡ, କ୍ରେଡିଟ କାର୍ଡ, ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଫି ଭରି ପାରିବେ।
ଆବେଦନର ଶେଷ ତାରିଖ: ୧୫ ଜୁଲାଇ ୨୦୧୮
ଚୟନ ପ୍ରକ୍ରିୟା: ଲିଖିତ ପରୀକ୍ଷା ଓ ଫିଜିକାଲ ଟେଷ୍ଟ ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।