ଜଏଣ୍ଟ କଣ୍ଟ୍ରୋଲ ବୋର୍ଡ ନୁହେଁ ରିଭର୍‌ ବୋର୍ଡ ପାଇଁ ଦାବି କରନ୍ତୁ ରାଜ୍ୟ ସରକାର: ବିଜୟ ମହାପାତ୍ର

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଜଏଣ୍ଟ କଣ୍ଟ୍ରୋଲ୍‌ ବୋର୍ଡର କୌଣସି କ୍ଷମତା ନାହିଁ। ଏହି ବିବାଦ ସମାଧାନ ପାଇଁ ‘ରିଭର୍‌ ବୋର୍ଡ’ ଗଠନ କରିବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ଭାବେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଅନ୍ତୁ। ‘ରିଭର୍‌ ବୋର୍ଡ’ ଗଠନ ହେଲେ ଓଡ଼ିଶାର ସ୍ୱାର୍ଥ ରକ୍ଷା ହୋଇ ପାରିବ ବୋଲି ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି। “ଜଏଣ୍ଟ କଣ୍ଟ୍ରୋଲ୍‌ ବୋର୍ଡ ପାଇଁ ଓଡ଼ିଶା ସରକାର […]

bijay

bijay

Rakesh Mallick
  • Published: Tuesday, 09 August 2016
  • Updated: 09 August 2016, 10:14 PM IST

Sports

Latest News

bijayଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଜଏଣ୍ଟ କଣ୍ଟ୍ରୋଲ୍‌ ବୋର୍ଡର କୌଣସି କ୍ଷମତା ନାହିଁ। ଏହି ବିବାଦ ସମାଧାନ ପାଇଁ ‘ରିଭର୍‌ ବୋର୍ଡ’ ଗଠନ କରିବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ଭାବେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଅନ୍ତୁ। ‘ରିଭର୍‌ ବୋର୍ଡ’ ଗଠନ ହେଲେ ଓଡ଼ିଶାର ସ୍ୱାର୍ଥ ରକ୍ଷା ହୋଇ ପାରିବ ବୋଲି ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି।

“ଜଏଣ୍ଟ କଣ୍ଟ୍ରୋଲ୍‌ ବୋର୍ଡ ପାଇଁ ଓଡ଼ିଶା ସରକାର କୌଣସି ପରିସ୍ଥିତିରେ ରାଜି ହୁଅନ୍ତୁ ନାହିଁ” ବୋଲି ସେ ଯୁକ୍ତି ଉପସ୍ଥାପନ କରିଛନ୍ତି।

ସେ କହିଛନ୍ତି,“ ଓଡ଼ିଶାର ସ୍ୱାର୍ଥ ପାଇଁ ହୀରାକୁଦର ପ୍ରୋଜେକ୍ଟ ରିପୋର୍ଟକୁ ସରକାର ତୁରନ୍ତ ସର୍ବଜନୀନ କରନ୍ତୁ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ଜଳ ସମ୍ପଦ ମନ୍ତ୍ରୀ କୌଣସି ତଥ୍ୟ ନ ଦେଇ ବାରମ୍ୱାର ଉତ୍ତେଜନାମୂଳକ ବିବୃତି ଦେଇ ଓଡ଼ିଶାରେ ସ୍ଥିତିକୁ ଆହୁରି ଜଟିଳ କରୁଛନ୍ତି। ଦୟା କରି ସେମାନେ ସେଥିରୁ ନିବୃତ୍ତ ରୁହନ୍ତୁ। ହୀରାକୁଦ ଉପରମୁଣ୍ଡ ପାଇଁ ଏକ ‘ଇଣ୍ଟିଗ୍ରେଟ୍‌ଟ୍‌ ରୁଲ୍‌ କର୍ଭ’ କରାଯାଉ। ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ଏହି ଇଣ୍ଟିଗ୍ରେଟ୍‌ଟ୍‌ ରୁଲ୍‌ କର୍ଭ ଦ୍ୱାରା ପରିଚାଳିତ ହୁଅନ୍ତୁ।”

ସେ ଆହୁରି କହିଛନ୍ତି, “ହସ୍‌ଦେଓ ନଦୀରୁ ୩ ମିଲିୟନ୍‌ ଏକର ଫୁଟ୍‌ ପାଣି ହୀରାକୁଦକୁ ଯାଉଥିଲା ବେଳେ ମହାନଦୀରୁ ୬ ମିଲିୟନ୍‌ ଓ ଇବ୍‌ ନଦୀରୁ ଦେଢ ମିଲିୟନ୍‌ ଫୁଟ୍‌ ପାଣି ଆମକୁ ମିଳୁଥିଲା। ଏବେ ଏହି ପାଣି ଆମ ଅଞ୍ଚଳକୁ ଆସିବ ନାହିଁ। ଫଳରେ ଖରାଦିନେ ସମ୍ୱଲପୁର କେନାଲ, ବରଗଡ଼ କେନାଲ, ଶାସନ କେନାଲ ଓ ତାଳଦଣ୍ଡ କେନାଲ ଉପରେ ଏହାର ପ୍ରଭାବ ପଡ଼ିବ। ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ୯ଟି ବ୍ୟାରେଜ୍‌ ଆଉ ୩ଟି ବଡ଼ ବଡ ଡ୍ୟାମ୍‌ କରୁଛନ୍ତି। ଅର୍ପା ଭାଇସାଝାର୍‌, ତନ୍ଦୁଳା ଓ କେଲୋ ପରି ପ୍ରକଳ୍ପ ବର୍ଷା ଦିନ ଛଡ଼ା ଅନ୍ୟ ଦିନ ଗୁଡ଼ିକରେ ଓଡ଼ିଶାକୁ କ୍ଷତି ପହଞ୍ଚାଇବ।”

ବିଜୟଙ୍କ ମନ୍ତବ୍ୟ ପରେ ବିଜେଡି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛି। ବିଜେଡି ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, “ମୁଁ ବିଜୟ ମହାପାତ୍ରଙ୍କୁ ଧନ୍ୟବାଦ ଦେଉଛି। ତାଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ବିରୋଧୀ ଅଭିଯାନ ଓ ଛତିଶଗଡ଼ ସପକ୍ଷବାଦୀ କଥା ପଦାକୁ ଆସିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos