ରସଗୋଲା ମହୋତ୍ସବ: ଖାଆନ୍ତୁ, ସେଲ୍‌ଫି ଉଠାନ୍ତୁ

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଜାନୁଆରୀ ୧୪ତାରିଖ ପବିତ୍ର ମକର ସଂକ୍ରାନ୍ତି ଅବସରରେ ଓଟିଭି ନେଟୱାର୍କ ତରଫରୁ ଆୟୋଜିତ ହେଉଛି ରସୋଗଲା ଉତ୍ସବ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମୁନିସିପାଲଟି କଲ୍ୟାଣ ମଣ୍ଡପରେ ଆୟୋଜିତ ହେଉଥିବା ଏହି ମହୋତ୍ସବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଥିବା ରସଗୋଲା କାରିଗରମାନଙ୍କ ଦ୍ୱାରା ରସଗୋଲା ପ୍ରଦର୍ଶନୀ କରାଯିବ। ଏହି ଅବସରରେ ପୃଥୀବିର ସବୁଠୁବଡ଼ ରସଗୋଲା ପ୍ରଦର୍ଶନୀ ପାଇଁ ପ୍ରସ୍ତୁତି ଜାରି ରହିଛି। ଏହାଛଡା ଲମ୍ବା ରସଗୋଲା, ଦହି ରସଗୋଲା ଭଳି ଓଡ଼ିଶାରେ ମିଳୁଥିବା  […]

rasogola-750x430

rasogola-750x430

Rakesh Mallick
  • Published: Saturday, 13 January 2018
  • Updated: 13 January 2018, 04:07 PM IST

Sports

Latest News

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଜାନୁଆରୀ ୧୪ତାରିଖ ପବିତ୍ର ମକର ସଂକ୍ରାନ୍ତି ଅବସରରେ ଓଟିଭି ନେଟୱାର୍କ ତରଫରୁ ଆୟୋଜିତ ହେଉଛି ରସୋଗଲା ଉତ୍ସବ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମୁନିସିପାଲଟି କଲ୍ୟାଣ ମଣ୍ଡପରେ ଆୟୋଜିତ ହେଉଥିବା ଏହି ମହୋତ୍ସବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଥିବା ରସଗୋଲା କାରିଗରମାନଙ୍କ ଦ୍ୱାରା ରସଗୋଲା ପ୍ରଦର୍ଶନୀ କରାଯିବ। ଏହି ଅବସରରେ ପୃଥୀବିର ସବୁଠୁବଡ଼ ରସଗୋଲା ପ୍ରଦର୍ଶନୀ ପାଇଁ ପ୍ରସ୍ତୁତି ଜାରି ରହିଛି। ଏହାଛଡା ଲମ୍ବା ରସଗୋଲା, ଦହି ରସଗୋଲା ଭଳି ଓଡ଼ିଶାରେ ମିଳୁଥିବା  ବିଭିନ୍ନ ପ୍ରକାର ରସଗୋଲା ଦେଖିବାକୁ ମିଳିବ। ରସଗୋଲା ଖାଇବା ଓ କିଣିବାର ବନ୍ଦୋବସ୍ତ ଏଠାରେ କରାଯାଇଛି। ଏହି ଅଭିନବ ଉତ୍ସବରେ ଓଡ଼ିଶା ରସଗୋଲାର ପ୍ରାଚୀନତା ସମ୍ପର୍କରେ ବୁଦ୍ଧିଜୀବୀ, ଗବେଷକ, ବୈଜ୍ଞାନିକ ଓ ବ୍ୟବସାୟୀମାନଙ୍କ ସହ ଆଲୋଚନା ହେବ। ଏହାଛଡ଼ା ସିନେ କଳାକାରଙ୍କ ଗହଣରେ ରସଗୋଲା ଉପରେ ଏକ ବିଶେଷ ଗୀତକୁ ଲୋକର୍ପିତ କରାଯିବ। ଦର୍ଶକମାନ ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କେବଳ ଓଡିଆ ଗୀତ ପରିବେଶଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଏଥିସହ କାର୍ଯ୍ୟକ୍ରମରେ ସେଲଫି ପ୍ରତିଯୋଗିତା ମଧ୍ୟ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos