ଆଣ୍ଠୁଗଣ୍ଠି ଦରଜରୁ ମୁକ୍ତି ଦେବ ଏହି ତେଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ଆଣ୍ଠୁଗଣ୍ଠି ଦରଜ ଏକ ବଡ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଶରୀରର ପୋଷକ ତତ୍ତ୍ୱର ଅଭାବ ହେଉଛି ଏହାର ମୁଖ୍ୟ କାରଣ। ଶରୀରରେ ପୋଷକ ତତ୍ତ୍ୱର ଅଭାବରୁ ହାଡକୁ ଦୁର୍ବଳ ହୋଇଯାଏ। ଯେଉଁ କାରଣରୁ ଗଣ୍ଠି ଦରଜ ହୋଇଥାଏ। ଏହି ସମସ୍ୟା ପାଇଁ ଜଡ଼ା ତେଲ ରାମବାଣ ସଦୃଶ୍ୟ। ତେବେ ଆସନ୍ତୁ ଜାଣିବା ଜଡ଼ାତେଲକୁ କିପରି ବ୍ୟବହାର କରି ଆଣ୍ଠୁଗଣ୍ଠି ଦରଜରୁ ମୁକ୍ତି ପାଇପାରିବେ।

ଜଡ଼ାତେଲ ମାଲିସ କରିବା ଦ୍ୱାରା ଶରୀରରେ ପ୍ରାକୃତିକ ଭାବେ  Lymphocytes କୋଷିକା ସଂଖ୍ୟା ବୃଦ୍ଧି ହୋଇଥାଏ। Lymphocytes କୋଷିକା ମଧ୍ୟରେ ଥିବା  ‘ଟି’  କୋଷିକା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଏହି ତେଲ ମାଲିସ ଦ୍ୱାରା ୨୪ ଘଣ୍ଟା ମଧ୍ୟରେ ଶରୀରର ‘ଟି’ କୋଷିକା ସଂଖ୍ୟା  ବଢିଯାଏ। ଏହା ଏକ ପ୍ରକାରର ଶ୍ୱେତ ରକ୍ତ କଣିକା, ଯାହା ଭାଇରସ, ବ୍ୟାକ୍ଟେରିଆ ଓ କବକକୁ ମାରି ଶରୀର ମଧ୍ୟରେ କ୍ୟାନସର କୋଷିକାକୁ ବଢାଇବାକୁ ଦିଏ ନାହିଁ। ଏହି କୋଷିକା ଶରୀରର କ୍ଷତ ଓ ପୁରୁଣା ଦରଜକୁ ଭଲ କରିବାର କାମ କରିଥାଏ।

ବ୍ୟବହାର

ପ୍ରଥମେ ଏକ ସଫା କପଡାକୁ ଗରମ ପାଣିରେ ବୁଡାନ୍ତୁ। ଏହା ଉପରେ ଜଡ଼ାତେଲ ପକାନ୍ତୁ ଯେପରି ତେଲ କପଡାରୁ ବୋହିବାକୁ ଲାଗିବ। ଏହାକୁ ଦରଜ ହେଉଥିବା ସ୍ଥାନରେ ଭଲ ଭାବେ ବାନ୍ଧି ଦିଅନ୍ତୁ। ଏପରି ଭାବେ କରିବା ଦ୍ୱାରା ଗଣ୍ଠି ଦରଜରୁ ମୁକ୍ତି ମିଳିବ।