ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାକୁ ନେଇ ଅନିଶ୍ଚିତତା

ଭୁବନେଶ୍ୱର: ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଯୁକ୍ତ ଦୁଇ, ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନକୁ ଆସିବାର ୨ ମାସ ପରେ ବି ଏଯାଏଁ ଚିତ୍ର ସ୍ପଷ୍ଟ ହୋଇନାହିଁ। ଯାହାକୁ ନେଇ ଛାତ୍ରଛାତ୍ରୀମାନେ ଦ୍ୱନ୍ଦ୍ୱରେ ପଡିଛନ୍ତି। ଅନ୍ୟପକ୍ଷରେ ସିବିଏସ୍‌ସି ଢାଞ୍ଚା ଅନୁଯାୟୀ ଯେତିକି କ୍ଲାସ ହେବା କଥା ତାହା ବି ହୋଇପରୁନି। ନୂଆ ସିଲାବସ୍‌ ଓ ସିବିଏସ୍‌ଇ ଢାଞ୍ଚାରେ ଚଳିତବର୍ଷ ଯୁକ୍ତ ଦୁଇରେ ନାମ […]

+2

+2

Rakesh Mallick
  • Published: Wednesday, 07 September 2016
  • Updated: 07 September 2016, 10:55 PM IST

Sports

Latest News

+2ଭୁବନେଶ୍ୱର: ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଯୁକ୍ତ ଦୁଇ, ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନକୁ ଆସିବାର ୨ ମାସ ପରେ ବି ଏଯାଏଁ ଚିତ୍ର ସ୍ପଷ୍ଟ ହୋଇନାହିଁ। ଯାହାକୁ ନେଇ ଛାତ୍ରଛାତ୍ରୀମାନେ ଦ୍ୱନ୍ଦ୍ୱରେ ପଡିଛନ୍ତି। ଅନ୍ୟପକ୍ଷରେ ସିବିଏସ୍‌ସି ଢାଞ୍ଚା ଅନୁଯାୟୀ ଯେତିକି କ୍ଲାସ ହେବା କଥା ତାହା ବି ହୋଇପରୁନି।

ନୂଆ ସିଲାବସ୍‌ ଓ ସିବିଏସ୍‌ଇ ଢାଞ୍ଚାରେ ଚଳିତବର୍ଷ ଯୁକ୍ତ ଦୁଇରେ ନାମ ଲେଖା ଯାଇଛି। ହେଲେ ପ୍ରଥମ ବର୍ଷର ପରୀକ୍ଷା ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ନାମଲେଖା ପୂର୍ବରୁ ପ୍ରଥମ ବର୍ଷରେ ପରୀକ୍ଷା ହେବ ବୋଲି ଘୋଷଣା କରାଯାଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ ପ୍ରଥମ ବର୍ଷରେ ପରୀକ୍ଷା ହେବ ବୋଲି ଆଶାବଦୀ ଅଛନ୍ତି। ତେବେ ଶେଷ ନିଷ୍ପତ୍ତି ସରକାର ନେବେ।

ଅନ୍ୟପକ୍ଷରେ ଉଚ୍ଚ ଶିକ୍ଷା ବିଭାଗରୁ ଅଲଗା ହୋ ଯୁକ୍ତ ଦୁଇ ଆସିଥିବାରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଆଗରେ ଚ୍ୟାଲେଞ୍ଜ ବହୁତ ରହିଛି।

ସିବିଏସ୍‌ଇ ଢାଞ୍ଚାରେ ପ୍ରତି ବିଷୟରେ ବାର୍ଷିକ ୨୪୦ଟି କ୍ଲାସ୍‌ ନିଆଯାଇଥାଏ। ସେ ତୁଳନାରେ କଲେଜଗୁଡିକରେ ବର୍ଷକୁ ପ୍ରତି ବିଷୟରେ ୭୦ରୁ ୮୦ କ୍ଲାସ୍‌ ନିଆଯାଉଛି। କଲେଜ ଅଧ୍ୟାପକମାନେ ସପ୍ତାହକୁ ମାତ୍ର ୨୫ଟି କ୍ଲାସ୍‌ ନେଉଛନ୍ତି। ସିବିଏସ୍‌ସି ଢାଞ୍ଚାର ସିଲାବସ୍‌କୁ ଠିକ୍‌ ସମୟରେ ସାରିବା ଲାଗି କ୍ଲାସ୍‌ ସଂଖ୍ୟା ଅଧିକ କରିବାର ଆବଶ୍ୟକତା ରହିଛି। ଏପଟେ କଲେଜ ନିର୍ବାଚନ, ଶିକ୍ଷକ ଅଭାବ ଲାଗି କ୍ଲାସ୍‌ ପ୍ରଭାବିତ ହୋଇଥାଏ। ସିଏଚ୍‌ଏସ୍‌ଇ, ରାଜ୍ୟ ସରକାରଙ୍କୁ ଦେଇଥିବା ପ୍ଲାନ୍‌ରେ କଲେଜ ନିର୍ବାଚନକୁ ବନ୍ଦ ଓ ପ୍ରଥମ ବର୍ଷ ପରୀକ୍ଷା ଲାଗି ସୁପାରିଶ କରିଛି। ମାତ୍ର ଏପର୍ଯ୍ୟନ୍ତ ପ୍ରଥମ ବର୍ଷ ପରୀକ୍ଷା ଚିତ୍ର ସ୍ପଷ୍ଟ ହୋଇ ନ ଥିବାରୁ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ ପଡିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos