ଜୁଲାଇ ୮ରେ ପ୍ରକାଶ ପାଇବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ

ଭୁବନେଶ୍ୱର: ଜୁଲାଇ ୮ ତାରିଖରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ ପ୍ରକାଶ ପାଇବ। ଦିନ ୧୧ଟା ୩୦ରେ ରେଜଲ୍ଟ ଘୋଷଣା  କରାଯିବ। ଦିନ ୧୨ଟା ୩୦ ସୁଦ୍ଧା ୱେବସାଇଟରେ ପରୀକ୍ଷାଫଳ ଉପଲବ୍ଧ ହେବ। ବୋର୍ଡର ଦୁଇଟି ୱେବସାଇଟ www.bseodisha.ac.in  ଏବଂ www.bseodisha.nic.inରେ  ସପ୍ଲିମେଣ୍ଟାରୀ ପରୀକ୍ଷାଫଳ ପ୍ରକାଶ ପାଇବ। ଏହା ସହିତ ଓପନ୍‌ ସ୍କୁଲ ପରୀକ୍ଷାଫଳ ମଧ୍ୟ ଜୁଲାଇ ୮ତାରିଖରେ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି ଦକ୍ଷ ପ୍ରସାଦ ନନ୍ଦ କହିଛନ୍ତି।

ଜୁନ୍‌ ୨ ତାରିଖ  ଦିନ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ  ହୋଇଥିଲା। ଚଳିତ ବର୍ଷ ରାଜ୍ୟର ମୋଟ ୪୫ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୨ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।