୧୯ ଜୁନ୍‌, ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କୁ ଆଜି ମାନ-ସମ୍ମାନ ମିଳିବ

ମେଷ: ପରିବାରରେ ହସ ଓ ଖୁସିର ବାତାବରଣ ରହିବ। କାର୍ଯ୍ୟ କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ। ଧନପ୍ରାପ୍ତିର ଯୋଗ ରହିଛି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ: ଚିନ୍ତିତ ରହିବେ। ବୁଝିସୁଝି ଚିନ୍ତା କରନ୍ତୁ। ଗୁଡ଼ ଖାଇ ଘରୁ ବାହାରନ୍ତୁ। ସୁସ୍ଥ ରହିବେ।

ମିଥୁନ: ସୁସ୍ଥ ଅନୁଭବ କରିବେ। ବ୍ୟବସାୟରେ ଲାଭବାନ ହେବେ। ନୂଆ ଦାୟିତ୍ୱ ଗ୍ରହଣ କରିପାରନ୍ତି।

କର୍କଟ: ବ୍ୟସ୍ତତା ଭିତରେ ଦିନଟି କଟିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ।

ସିଂହ: ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ହଠାତ ଧନପ୍ରାପ୍ତିର ଯୋଗ ରହିଛି। ବିବାହ ସ୍ଥିର ହୋଇପାରେ।

କନ୍ୟା: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଶରୀରରେ ଆଘାତ ଲାଗିପାରେ। ହନୁମାନ ଚାଳିଶା ପାଠ କରନ୍ତୁ।

ତୁଳା: ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି।  ଆର୍ଥିକ ସ୍ଥିତି ଭଲ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବିଚ୍ଛା: କ୍ୟାରିୟର୍‌ରେ ସଫଳତା ମିଳିବ। ମାନ-ସମ୍ମାନ ମିଳିବ। ନିଜ ପାଇଁ କିଛି ସମୟ ବାହାର କରନ୍ତୁ।

ଧନୁ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ମାନ-ସମ୍ମାନ ବଢ଼ିବ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। ସତର୍କ ରୁହନ୍ତୁ।

ମକର: ନକାରାତ୍ମକ ଚିନ୍ତା କରନ୍ତୁ ନାହିଁ। ଭଗବାନଙ୍କୁ ଲାଲ୍ ଫୁଲ ଅର୍ପଣ କରନ୍ତୁ। ଘରେ ହସ ଓ ଖୁସିର ବାତାବରଣ ରହିବ।

କୁମ୍ଭ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାର ଲୋକଙ୍କୁ ସମୟ ଦିଅନ୍ତୁ। ବନ୍ଧୁଙ୍କ ସହ ବୁଲିବାକୁ ଯାଇପାରନ୍ତି।

ମୀନ: ଅଟକି ରହିଥିବା ଧନ ମିଳିବ। ବିବାହ ସ୍ଥିର ହୋଇପାରେ। ଖାଦ୍ୟ ଓ ପାନୀୟ ଉପରେ ଧ୍ୟାନ ଦିଅନ୍ତୁ।