କାଟ୍‌ଜୁଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ: ବିଶ୍ୱଭୂଷଣ ହରିଚନ୍ଦନ

ଭୁବନେଶ୍ୱର: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ କାଟ୍‌ଜୁ ଓଡ଼ିଆ ଜାତି ପ୍ରତି ଯେଉଁ ଅସମ୍ମାନ ଜନକ ମନ୍ତବ୍ୟ ପ୍ରକାଶ କରିଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ସେ ବିଚାରା ଓ ଗରିବ କହି ଓଡ଼ିଆ ଜାତିର ମହାନତାକୁ ଅପମାନିତ କରିଛନ୍ତି। ସେ ଏଭଳି ମନ୍ତବ୍ୟ ଦେଇ ତାଙ୍କର ମାନସିକ ଆଉ ବୈଦ୍ଧିକ ଗରିବ ପଣିଆକୁ ପ୍ରଦର୍ଶନ କରିଛନ୍ତି ବୋଲି ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି। ସେ କହିଛନ୍ତି,“ମୁଁ […]

bjp

bjp

Rakesh Mallick
  • Published: Friday, 14 October 2016
  • Updated: 14 October 2016, 01:20 PM IST

Sports

Latest News

bjp-2ଭୁବନେଶ୍ୱର: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ କାଟ୍‌ଜୁ ଓଡ଼ିଆ ଜାତି ପ୍ରତି ଯେଉଁ ଅସମ୍ମାନ ଜନକ ମନ୍ତବ୍ୟ ପ୍ରକାଶ କରିଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ସେ ବିଚାରା ଓ ଗରିବ କହି ଓଡ଼ିଆ ଜାତିର ମହାନତାକୁ ଅପମାନିତ କରିଛନ୍ତି। ସେ ଏଭଳି ମନ୍ତବ୍ୟ ଦେଇ ତାଙ୍କର ମାନସିକ ଆଉ ବୈଦ୍ଧିକ ଗରିବ ପଣିଆକୁ ପ୍ରଦର୍ଶନ କରିଛନ୍ତି ବୋଲି ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି।

ସେ କହିଛନ୍ତି,“ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ସୁପ୍ରିମକୋର୍ଟର ଜଣେ  ପୂର୍ବତନ ବିଚାରପତି ହୋଇ ଏ ଦେଶର ଇତିହାସ, ସଂସ୍କୃତି ଓ ପରମ୍ପରା ଉପରେ ଅଜ୍ଞ ହେଲେ କେମିତି? କଳିଙ୍ଗ ଯୁଦ୍ଧ ସମ୍ପର୍କରେ କାଟ୍‌ଜୁ ଯାହା କହିଛନ୍ତି ସେ ସମ୍ପର୍କରେ ତାଙ୍କର ଜ୍ଞାନ ନାହିଁ। କଳିଙ୍ଗ ଯୁଦ୍ଧ ବିଶ୍ୱର ଅତି ଭୟଙ୍କର ଲୋମହର୍ଷଣକାରୀ ଯୁଦ୍ଧ ଥିଲା। ଯେଉଁଥିରେ ସମଗ୍ର ବିଶ୍ୱ ଆତଙ୍କିତ ହୋଇପଡ଼ିଥିଲା। ଏ ବିଷୟରେ କାଟ୍‌ଜୁ ଜାଣି ନାହାନ୍ତି କିପରି? ଜଗନ୍ନାଥଙ୍କ ପାଖରେ ଓଡ଼ିଆମାନେ ଗୁହାରି କରୁଛନ୍ତି ଯେ ବିହାର ଉପରେ ଆମେ ପ୍ରତିଶୋଧ ନେବୁ। ବିହାର ଓ ଓଡ଼ିଶା ଭିତରେ କି ପ୍ରକାର ଶତ୍ରୁତା ଅଛି। ଏହି ଦୁଇ ରାଜ୍ୟ ଭିତରେ ବିଭେଦତା ଓ ତିକ୍ତତା ସୃଷ୍ଟି କରିବା ପାଇଁ କାଟ୍‌ଜୁ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାକୁ ଆମେ ତୀବ୍ର ଭାବେ ନିନ୍ଦା କରୁଛି। ସେ ଏଭଳି ମନ୍ତବ୍ୟ ଦେଇ ଦେଶର ସଂଘତିକୁ ବ୍ୟାହତ କରିଛନ୍ତି।”

ସେ ଆହୁରି କହିଛନ୍ତି.“ପ୍ରଭୁ ଜଗନ୍ନାଥ ହେଉଛନ୍ତି ସମସ୍ତ ବିଶ୍ୱର କର୍ତ୍ତା। ଜଗନ୍ନାଥ ଧର୍ମ ଓ ସଂସ୍କୃତି ଯାହା ବିଶ୍ୱ ବିଦିତ ତାହା ମଧ୍ୟ ସେ ଜାଣି ନାହାନ୍ତି। ଦେଶ ଓ ଓଡ଼ିଶାର ଇତିହାସ, ସାମଗ୍ରିକ ପରମ୍ପରା, ସନାତନ ଧର୍ମ ଓ ସଂସ୍କୃତି ଉପରେ ଯାହାର କାଣ୍ଡଜ୍ଞାନ ନାହିଁ ସେଭଳି ବ୍ୟକ୍ତି ଓଡ଼ିଆ ଜାତିକୁ ତାତ୍ସଲ୍ୟ କରି ସେ ତାଙ୍କ ବିବେକ, ଜ୍ଞାନ ଓ ବିଚାରବୁଦ୍ଧିକୁ ତାତ୍ସଲ୍ୟ କରିଛନ୍ତି। ସେ ସମଗ୍ର ଓଡ଼ିଆ ଜାତି ଓ ଭାରତବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରନ୍ତୁ। ତା’ ନହେଲେ ମାନହାନୀ ମକଦ୍ଦମା  କରିବାକୁ ଦେୱାନି ଓ ଫୌଜଦାରୀ ଅଦାଲତର ଦ୍ୱାର ଉନ୍ମକ୍ତ ହୋଇ ରହିଛି। ତାର ପରିଣାମ କ’ଣ ହେବ ସେ ନିଜେ ଜାଣିଛନ୍ତି।”

କାଟ୍‌ଜୁଙ୍କ ମନ୍ତବ୍ୟ ଉପରେ ମନ୍ତ୍ରୀ ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ କାଟ୍‌ଜୁଙ୍କ ମନ୍ତବ୍ୟ  ଓଡ଼ିଶା ଓ ବିହାର ପାଇଁ ଅବମାନନା। ଜାତିକୁ ନେଇ ଆକ୍ଷେପ କରିବାର ଅଧିକାର କେହି  ଦେଇ ନାହାନ୍ତି। ତାଙ୍କ ମନ୍ତବ୍ୟ ଗୋଇଠା ମାରି ବିଷ୍ଣୁ ହେବା ପରି। ତାଙ୍କ ଭଳି ନ୍ୟାୟମୂର୍ତ୍ତୀ ଏଭଳି ମନ୍ତବ୍ୟ ଦେବା ନିନ୍ଦନୀୟ। କାଟଜୁଙ୍କ ମନ୍ତବ୍ୟକୁ ଆମେ ନିନ୍ଦା କରୁଛୁ ଓ  ଓଡ଼ିଆ ଜାତି ମଧ୍ୟ ନିନ୍ଦା କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos