ଆର୍‌ପିଏଫ୍‌ ଯବାନଙ୍କୁ ଚଳନ୍ତା ଟ୍ରେନ୍‌ରୁ ଠେଲି ଦେଲେ ଦୁର୍ବୃତ୍ତ,ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଧର୍ମଗଡ଼: ଜଣେ କର୍ତ୍ତବ୍ୟରତ ଆର୍‌ପିଏଫ୍ ଯବାନଙ୍କୁ ଗତକାଲି ବିଳମ୍ବିତ ରାତିରେ ଚାରି ଜଣ ଦୁର୍ବୃତ୍ତ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଷ୍ଟେସନ୍ ନିକଟରେ ଚଳନ୍ତା ଟ୍ରେନ୍‌ରୁ ଫୋପାଡ଼ି ଦେବାରୁ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନାଁ ଭୁବନେଶ୍ୱର ଠାକୁର। ତାଙ୍କ ଘର କୋକସରାରେ। ତାଙ୍କୁ ପ୍ରଥମେ କେସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ୮ଟି ଷ୍ଟିଚ୍ ପକାଯାଇଛି। ତାଙ୍କ ଗୋଡ଼ ଭାଙ୍ଗି ଯାଇଛି […]

rpf

rpf

Rakesh Mallick
  • Published: Wednesday, 31 August 2016
  • Updated: 31 August 2016, 09:06 AM IST

Sports

Latest News

rpfଧର୍ମଗଡ଼: ଜଣେ କର୍ତ୍ତବ୍ୟରତ ଆର୍‌ପିଏଫ୍ ଯବାନଙ୍କୁ ଗତକାଲି ବିଳମ୍ବିତ ରାତିରେ ଚାରି ଜଣ ଦୁର୍ବୃତ୍ତ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଷ୍ଟେସନ୍ ନିକଟରେ ଚଳନ୍ତା ଟ୍ରେନ୍‌ରୁ ଫୋପାଡ଼ି ଦେବାରୁ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନାଁ ଭୁବନେଶ୍ୱର ଠାକୁର। ତାଙ୍କ ଘର କୋକସରାରେ। ତାଙ୍କୁ ପ୍ରଥମେ କେସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ୮ଟି ଷ୍ଟିଚ୍ ପକାଯାଇଛି। ତାଙ୍କ ଗୋଡ଼ ଭାଙ୍ଗି ଯାଇଛି ଓ ନାକ ଫାଟି ଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଆର୍‌ପିଏଫ୍‌ କନଷ୍ଟେବଳ ଭୁବନେଶ୍ୱର ଠାକୁର ବୋକାର ଆଲେପି ଏକ୍ସପ୍ରେସ୍‌ରେ ଟିଟିଲାଗଡ଼ରୁ ଡ୍ୟୁଟି ଆରମ୍ଭ କରିଥିଲେ। ଟ୍ରେନ୍‌ରେ ଜଣେ ବ୍ୟକ୍ତିଙ୍କ ମୋବାଇଲ୍ ଚୋରି ହୋଇଯିବାରୁ ସେ ସନ୍ଦେହରେ ୪ ଜଣ ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲେ। ଫଳରେ ସେମାନେ ଭୁବନେଶ୍ୱରଙ୍କ ସହ ଯୁକ୍ତିତର୍କ କରିଥିଲେ। ଯୁକ୍ତିତର୍କ ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଚଳନ୍ତା ଟ୍ରେନ୍‌ରୁ ଫୋପାଡ଼ି ଦେଇଥିଲେ। ରାତି ପ୍ରାୟ ୨ଟା ୪୫ ମିନିଟ୍‌ରେ କେସିଙ୍ଗା ଷ୍ଟେସନ ନିକଟରୁ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରେଳବାଇ ପୋଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos