କାନ୍ଧରେ ଶବ ବୁହା ଘଟଣା: ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କଲା ପିଏମ୍‌ଓ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ପତ୍ନୀଙ୍କ ମୃତଦେହ କାନ୍ଧରେ ବୁହା ହେବା ଘଟଣାକୁ  ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରାଯାଇଛି। କେମିତି ଏଭଳି ଅଘଟଣା ଘଟିଲା ଓ ଏଥିପାଇଁ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ତଥ୍ୟ ଦେବାକୁ ରିପୋର୍ଟରେ କୁହାଯାଇଛି। ଗତ ୨୪ ତାରିଖରେ ଭବାନୀପାଟଣା ଡାକ୍ତରଖାନାରୁ ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହି ଦାନ ମାଝି ଗାଁକୁ ଫେରୁଥିଲା। ପାଖରେ ୧୨ ବର୍ଷର ଝିଅ କାନ୍ଦି କାନ୍ଦି […]

bhabanipatana

bhabanipatana

Rakesh Mallick
  • Published: Friday, 02 September 2016
  • Updated: 02 September 2016, 11:08 PM IST

Sports

Latest News

bhabanipatanaଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ପତ୍ନୀଙ୍କ ମୃତଦେହ କାନ୍ଧରେ ବୁହା ହେବା ଘଟଣାକୁ  ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରାଯାଇଛି। କେମିତି ଏଭଳି ଅଘଟଣା ଘଟିଲା ଓ ଏଥିପାଇଁ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ତଥ୍ୟ ଦେବାକୁ ରିପୋର୍ଟରେ କୁହାଯାଇଛି।

ଗତ ୨୪ ତାରିଖରେ ଭବାନୀପାଟଣା ଡାକ୍ତରଖାନାରୁ ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହି ଦାନ ମାଝି ଗାଁକୁ ଫେରୁଥିଲା। ପାଖରେ ୧୨ ବର୍ଷର ଝିଅ କାନ୍ଦି କାନ୍ଦି ଯାଉଥିଲା। ଏହି ହୃଦୟ ବିଦାରକ ଘଟଣା ପାଇଁ ବିଶ୍ୱ ଦରବାରରେ ଓଡ଼ିଶା ଲଜ୍ଜିତ ହୋଇଥିଲା। ଘଟଣାର ୯ ଦିନ ପରେ ଗତକାଲି ଏହି ଘଟଣାର ରିପୋର୍ଟ ଦେବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି। ଯଥାଶୀଘ୍ର ଉତ୍ତର ରଖିବାକୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ପାଖକୁ ଆସିଥିବା ଚିଠିରେ ଉଲ୍ଲେଖ ରହିଛି।

କାନ୍ଧରେ ମୃତଦେହ ବୁହା ହେବା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ୱେଦନଶୀଳ ଅଛନ୍ତି ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ୍‌ ଓ ଧର୍ମେନ୍ଦ୍ର ପ୍ରଧାନ।

ଜୁଏଲ କହିଛନ୍ତି, “ଦାନ ମାଝି ଘଟଣା ପାଇଁ ଦେଶ ଲଜ୍ଜିତ ହୋଇଛି। ଏହା ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଉଛି।”

ଧର୍ମେନ୍ଦ୍ର କହିଛନ୍ତି, “ଯଦି ଘଟଣା ଘଟିବା ପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲେ ସାମାଧାନର ରାସ୍ତା ବାହାରି ପାରିଥାନ୍ତା। ଯେଉଁମାନେ ଏହି ଦାୟିତ୍ୱରେ ଅଛନ୍ତି ସେମାନେ ମୁହଁ ବୁଲାଉଛନ୍ତି। ଏହା ଏକ ଗଣତନ୍ତ୍ର ରାଷ୍ଟ୍ରରେ ଦୁର୍ଭାଗ୍ୟ ଜନକ।”

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା କହିଛନ୍ତି, “ଦାନ ମାଝି ଘଟଣା ପାଇଁ ଆମେ ଦୁଃଖିତ। କେନ୍ଦ୍ର ସରକାର ନ୍ୟାସନାଲ ହେଲ୍‌ଥ ମିଶନ୍‌ (ଏନ୍‌ଏଚ୍‌ଏମ୍‌) ମାଧ୍ୟମରେ ସବୁ ପ୍ରକାର ସହାୟତା ପ୍ରଦାନ କରିଛନ୍ତି। ଓଡ଼ିଶା ସରକାର ଏହାର ସଦୁପଯୋଗ କରନ୍ତୁ।”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “କାନ୍ଧରେ ପତ୍ନୀ ମୃତେଦହ ବୋହିବା ଘଟଣା କେଉଁ ପରିସ୍ଥିତିରେ ଘଟଲା ସେ ସମ୍ପର୍କରେ ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି।  ସେ ସଂକ୍ରାନ୍ତରେ ଯାହା ତଥ୍ୟ ଆମ ପାଖରେ ଅଛି ଆମେ ଦେବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story