ଆମ୍ବପାଣି ଘାଟିରେ ଟ୍ରକ୍ ଓଲଟି ୬ମୃତ, ୪ ଗୁରୁତର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଆମ୍ବପାଣି ଘାଟିରେ ଆଜି ଏକ ଲୁହା ପ୍ଲେଟ୍ ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ଅନ୍ୟ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ କୋକସରା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଟ୍ରକ୍‌ଟି ଭବାନୀପାଟଣାରୁ ନବରଙ୍ଗପୁର ଅଭିଯମୁଖେ ଯାଉଥିବା ବେଳେ ଓଲଟି ପଡ଼ିଥିଲା। ମୃତାହତମାନେ ଶ୍ରମିକ ଶ୍ରେଣୀର ବୋଲି ଜଣାପଡ଼ିଛି।