ଆସନ୍ତାକାଲିଠାରୁ ଓଡ଼ିଆ ଭାଷାରେ ସରକାରୀ କାମ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ସରକାରୀ ସ୍ତରରେ ବିଧିବଦ୍ଧ ଭାବେ ଓଡ଼ିଆ ଭାଷାର ବ୍ୟବହାର ହେବ। ସମସ୍ତ ସରକାରୀ ଚିଠି, ଫାଇଲ୍‌ ଓ ଅନ୍ୟାନ୍ୟ କାମ ଓଡ଼ିଆ ଭାଷାରେ ହେବ। ସରକାରୀସ୍ତରରେ ଓଡ଼ିଆ ଭାଷା ବ୍ୟବହାର ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ପ୍ରତି ୬ ମାସରେ ଏହି କମିଟି ଓଡ଼ିଆ ଭାଷା କେମିତି କାର୍ଯ୍ୟକାରୀ ହେଉଛି ତା’ର ତର୍ଜମା କରିବ। ଓଡ଼ିଆ ଭାଷା ବ୍ୟବହାର ହେଉଛି କି ନାହିଁ ସେନେଇ ତଦାରଖ କରିବ […]

sec

sec

Rakesh Mallick
  • Published: Monday, 15 August 2016
  • Updated: 16 August 2016, 10:00 AM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲିଠାରୁ ସରକାରୀ ସ୍ତରରେ ବିଧିବଦ୍ଧ ଭାବେ ଓଡ଼ିଆ ଭାଷାର ବ୍ୟବହାର ହେବ। ସମସ୍ତ ସରକାରୀ ଚିଠି, ଫାଇଲ୍‌ ଓ ଅନ୍ୟାନ୍ୟ କାମ ଓଡ଼ିଆ ଭାଷାରେ ହେବ।

ସରକାରୀସ୍ତରରେ ଓଡ଼ିଆ ଭାଷା ବ୍ୟବହାର ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ପ୍ରତି ୬ ମାସରେ ଏହି କମିଟି ଓଡ଼ିଆ ଭାଷା କେମିତି କାର୍ଯ୍ୟକାରୀ ହେଉଛି ତା’ର ତର୍ଜମା କରିବ। ଓଡ଼ିଆ ଭାଷା ବ୍ୟବହାର ହେଉଛି କି ନାହିଁ ସେନେଇ ତଦାରଖ କରିବ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଥିବା ସ୍ୱତନ୍ତ୍ର ଡିଭିଜନ।

ଅନ୍ୟପକ୍ଷରେ ଓଡ଼ିଆ ଭାଷା କାର୍ଯ୍ୟକାରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭାଷାବିତ। ତରବରିଆଭାବେ ଏହାକୁ କାର୍ଯ୍ୟକାରୀ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ହିନ୍ଦୀ ସମେତ ଅନ୍ୟ ଆଞ୍ଚଳିକ ଭାଷାର କାର୍ଯ୍ୟକାରିତା ନେଇ ବିଭିନ୍ନ ରାଜ୍ୟର ନିର୍ଦ୍ଦେଶାଳୟ, ଭାଷା କମିଶନ ଓ ଅନ୍ୟାନ୍ୟ ସଂସ୍ଥାକୁ ତଦାରଖ ଦାୟିତ୍ୱ ଦିଆଯାଇଛି। ତେବେ ଓଡ଼ିଶାରେ ଏଭଳି କୌଣସି ଅନୁଷ୍ଠାନ ଗଠନ କରାଯାଇନି। ରାଜ୍ୟ ଭାଷା ଆୟୋଗ ଗଠନ କରି ଏହାକୁ ଯଦି କ୍ୱାସି ଜୁଡିସିଆଲ୍‌ ପାୱାର ଦିଆଯାଇଥାନ୍ତା, ତେବେ ସରକାରୀ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ସହଜ ହୋଇଥାନ୍ତା ବୋଲି ଭାଷାବିତ ମତ ଦେଇଛନ୍ତି।

ଓଡ଼ିଶା ଭାଷା ସୁରକ୍ଷା ସମ୍ମିଳନୀର ଆବାହକ ବୈଷ୍ଣବ ପରିଡ଼ା କହିଛନ୍ତି, “ଓଡ଼ିଆ ଭାଷା ଆଇନ୍‌କୁ କାର୍ଯ୍ୟକାରୀ କରିବାକୁ ହେଲେ ଭାଷା କମିଶନ ଗଠନ କରାଯିବା ଜରୁରି। ହେଲେ ଏପର୍ଯ୍ୟନ୍ତ ଭାଷା କମିଶନ ଗଠନ କରାଯାଇନି କି ଦଣ୍ଡବିଧାନର ବ୍ୟବସ୍ଥା କରାଯାଇନି। ଅନ୍ୟପକ୍ଷରେ ଏହି ଆଇନ୍‌କୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଶାସନ ଉପରେ ଲଦି ଦିଆଯାଇଛି। ତେବେ ଏହି ଆଇନ୍‌ କିପରି କାର୍ଯ୍ୟକାରୀ ହେବ ?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos