କଳିଙ୍ଗ ନଗର ଗୁଳିକାଣ୍ଡକୁ ଆଜି ପୂରିଲା ୧୦ ବର୍ଷ

ଯାଜପୁର: କଳିଙ୍ଗ ନଗର ଗୁଳିକାଣ୍ଡକୁ ୧୦ ବର୍ଷ ପୂରିଛି। ଏହି ଘଟଣାର ସ୍ମୃତିରେ ବିରୋଧୀ ଜନମଞ୍ଚ ପକ୍ଷରୁ ଆଜି ପାଳନ କରାଯାଉଛି ସହିଦ ସ୍ମୃତି ଦିବସ। ରାଜ୍ୟର ବିଭିନ୍ନ ସ୍ଥାନରୁ ବିସ୍ଥାପନ ବିରୋଧୀମାନେ ଆସି ସ୍ଥାନୀୟ ଚାନ୍ଦିଆ ସ୍କୁଲ ନିକଟରେ ଏକାଠି ହୋଇଥିଲେ। ପରେ ଏକ ଶୋଭାଯାତ୍ରା ଡ଼ୁବୁରିଛକ ଦେଇ ଆମ୍ୱଗାଡ଼ିଆ ନିକଟସ୍ଥ ଶବଦାହ ସ୍ଥଳ ବୀରଭୂମିକୁ ଯାଇଥିଲା। ବିରୋଧୀ ଜନମଞ୍ଚର ସ୍ମୃତି ସଭା ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ୧୮ […]

jajpur

jajpur

Rakesh Mallick
  • Published: Saturday, 02 January 2016
  • Updated: 02 January 2016, 08:40 AM IST

Sports

Latest News

ଯାଜପୁର: କଳିଙ୍ଗ ନଗର ଗୁଳିକାଣ୍ଡକୁ ୧୦ ବର୍ଷ ପୂରିଛି। ଏହି ଘଟଣାର ସ୍ମୃତିରେ ବିରୋଧୀ ଜନମଞ୍ଚ ପକ୍ଷରୁ ଆଜି ପାଳନ କରାଯାଉଛି ସହିଦ ସ୍ମୃତି ଦିବସ। ରାଜ୍ୟର ବିଭିନ୍ନ ସ୍ଥାନରୁ ବିସ୍ଥାପନ ବିରୋଧୀମାନେ ଆସି ସ୍ଥାନୀୟ ଚାନ୍ଦିଆ ସ୍କୁଲ ନିକଟରେ ଏକାଠି ହୋଇଥିଲେ। ପରେ ଏକ ଶୋଭାଯାତ୍ରା ଡ଼ୁବୁରିଛକ ଦେଇ ଆମ୍ୱଗାଡ଼ିଆ ନିକଟସ୍ଥ ଶବଦାହ ସ୍ଥଳ ବୀରଭୂମିକୁ ଯାଇଥିଲା।

ବିରୋଧୀ ଜନମଞ୍ଚର ସ୍ମୃତି ସଭା ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ୧୮ ଜଣ ଅଫିସର ଓ ୨ ମାଜିଷ୍ଟ୍ରେଟଙ୍କ ସହ ୬ପ୍ଲାଟୁନ ପୋଲିସ ଫୋର୍ସ୍ ମୁତୟନ ହୋଇଛନ୍ତି। ଏଥିସହିତ ନିଜେ  ଆଡିସନାଲ ଏସପି କଳିଙ୍ଗନଗର ଥାନାରେ ଉପସ୍ଥିତ ରହି ପୂରା ଘଟଣାକ୍ରମ ଉପରେ ନଜର ରଖିଛନ୍ତି।

୨୦୦୬ ମସିହାରେ କଳିଙ୍ଗନଗରରେ ଟାଟା ଷ୍ଟିଲ୍ ପ୍ଲାଣ୍ଟର ପାଚେରୀ ନିର୍ମାଣ ବେଳେ ପୋଲିସ୍ ଓ ସ୍ଥାନୀୟ ଆଦିବାସୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୧୩ଜଣ ଆଦିବାସୀଙ୍କ ସମେତ ୧୪ ଜଣ ପ୍ରାଣ ହରାଇଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos