‘ବାଲି ଓ କଟକ ସହରକୁ ସିଷ୍ଟର ସିଟିର ମାନ୍ୟତା ମିଳୁ’

କଟକ: ଇଣ୍ତୋନେସିଆର ବାଲି ସହର ଓ ଓଡିଶାର କଟକ ସହରକୁ ‘ସିଷ୍ଟର ସିଟି’ର ମାନ୍ୟତା ମିଳିବା ଆବଶ୍ୟକ। କାରଣ ଉଭୟ ସହର ମଧ୍ୟରେ ଥିବା ସମ୍ପର୍କ ଆଜିର ନୁହେଁ, ହଜାରେ  ବର୍ଷର ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟରେ କଳିଙ୍ଗ-ଇଣ୍ତୋନେସିଆ ଡାଏଲଗ୍ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଛି। ଧର୍ମେନ୍ଦ୍ର କହିଛନ୍ତି,“ଏହି ସେମିନାର ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କକୁ ସୁଦୃଢ କରିବ।”

ରାଜ୍ୟ ସରକାର, ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ  ଇଣ୍ଡିଆନ୍ କାଉନସିଲ ଫର୍ କଲଚରାଲ ରିଲେସନ ପକ୍ଷରୁ ଆୟୋଜିତ ଏହି ଦୁଇ ଦିନିଆ ସେମିନାରରେ ଜାପାନ, ଶ୍ରୀଲଙ୍କା ଓ ଭାରତର ପ୍ରତିନିଧିମାନେ ଯୋଗଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଷ୍ଟ୍ରଦୂତ ଲଳିତ ମାନସିଂହ, ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି. ସିଂଦେଓ, ଭାଷବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।