କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୂରିଲା ୧୧ ବର୍ଷ

ଯାଜପୁର: ଇତିମଧ୍ୟରେ କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ବିତିଛି ୧୧ ବର୍ଷ। ୨୦୦୬ ମସିହା ଜାନୁଆରୀ ୨ ତାରିଖରେ ଘଟିଥିଲା ଏହି ଘଟଣା। ଟାଟା କାରଖାନାର ଜମି ଅଧିଗ୍ରହଣକୁ ବିରୋଧ କରି ବିସ୍ଥାପନ ବିରୋଧୀ ଆଦିବାସୀ ଓ ପୋଲିସ୍ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୧୪ ଜଣ ନିରୀହ ଆଦିବାସୀ ନିହତ ହୋଇଥିଲେ। ସେହିଦିନକୁ ମନେ ପକାଇବା ପାଇଁ ଆଜି ବିରୋଧୀ ଜନମଞ୍ଚ ପକ୍ଷରୁ ଆୟୋଜିତ ହୋଇଛି ସହିଦ ସ୍ମୃତି ଦିବସ। ଚମ୍ପାକୋଇଲିରେ ଗୁଳିକାଣ୍ଡ ସ୍ଥଳରେ ପୂଜାର୍ଚ୍ଚନା ପରେ ଏକ […]

sahid

sahid

Rakesh Mallick
  • Published: Monday, 02 January 2017
  • Updated: 02 January 2017, 11:30 AM IST

Sports

Latest News

ଯାଜପୁର: ଇତିମଧ୍ୟରେ କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ବିତିଛି ୧୧ ବର୍ଷ। ୨୦୦୬ ମସିହା ଜାନୁଆରୀ ୨ ତାରିଖରେ ଘଟିଥିଲା ଏହି ଘଟଣା। ଟାଟା କାରଖାନାର ଜମି ଅଧିଗ୍ରହଣକୁ ବିରୋଧ କରି ବିସ୍ଥାପନ ବିରୋଧୀ ଆଦିବାସୀ ଓ ପୋଲିସ୍ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୧୪ ଜଣ ନିରୀହ ଆଦିବାସୀ ନିହତ ହୋଇଥିଲେ।

ସେହିଦିନକୁ ମନେ ପକାଇବା ପାଇଁ ଆଜି ବିରୋଧୀ ଜନମଞ୍ଚ ପକ୍ଷରୁ ଆୟୋଜିତ ହୋଇଛି ସହିଦ ସ୍ମୃତି ଦିବସ। ଚମ୍ପାକୋଇଲିରେ ଗୁଳିକାଣ୍ଡ ସ୍ଥଳରେ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରା ବାହାରି ଗଣଶବଦାହ ସ୍ଥଳ ଆମ୍ବଗାଡ଼ିଆର ବୀରଭୂମି ପଡ଼ିଆରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଏକ ସମାବେଶ ଅନୁଷ୍ଠିତ ହେବ।

ଆଇନ ଶୃଙ୍ଖଳା ସ୍ଥିତିକୁ ନଜରରେ ରଖି ପୋଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos