ଅଶୁଭ ଶନିବାର: କାଳବୈଶାଖୀ ଓ ବଜ୍ରପାତରେ ୮ ମୃତ

ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଓ ବଜ୍ରପାତରେ ୮ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀରେ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ଶାନ୍ତିନଗର ଗାଁରେ ହୋଇଛି ସବୁଠୁ ଅଧିକ କ୍ଷୟକ୍ଷତି। ଆଜି ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ଆକାଶରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପରେ ପ୍ରବଳ ଝଡ଼ବର୍ଷା ହେବାରୁ ପୂଜାରୀଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଶାନ୍ତିନଗର ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଝଡ଼ରେ ୪୦ରୁ ଊର୍ଦ୍ଧ୍ୱ ଘରର ଟିଣ, ଆଜବେଷ୍ଟସ୍‌ ଛପର […]

12

12

Rakesh Mallick
  • Published: Saturday, 13 May 2017
  • Updated: 13 May 2017, 09:32 PM IST

Sports

Latest News

ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଓ ବଜ୍ରପାତରେ ୮ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀରେ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ଶାନ୍ତିନଗର ଗାଁରେ ହୋଇଛି ସବୁଠୁ ଅଧିକ କ୍ଷୟକ୍ଷତି।

ଆଜି ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ଆକାଶରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପରେ ପ୍ରବଳ ଝଡ଼ବର୍ଷା ହେବାରୁ ପୂଜାରୀଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଶାନ୍ତିନଗର ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଝଡ଼ରେ ୪୦ରୁ ଊର୍ଦ୍ଧ୍ୱ ଘରର ଟିଣ, ଆଜବେଷ୍ଟସ୍‌ ଛପର ଉଡ଼ିଯିବାରୁ ଲୋକେ ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି। ଝଡ଼ ପ୍ରଭାବରେ ବଡ଼ବଡ଼ ଗଛ ଉପୁଡ଼ିପଡ଼ିଛି। ଶ୍ରୀହିନ ହୋଇଯାଇଛି ପୁରା ଗାଁ।

ରାମନଗୁଡ଼ା ବ୍ଲକ୍ ଅନ୍ତର୍ଗତ ଶୁଣ୍ଢି ଧାମୁଣୀରେ ଏକ ଯାତ୍ରୀ ବିଶ୍ରାମାଗାରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଝଡ଼ ବର୍ଷାରେ ଏମାନେ ସମସ୍ତେ ବସ୍‌କୁ ଅପେକ୍ଷା କରିଥିଲେ। ବିଶ୍ରାମାଗାରର କାନ୍ଥଟି ଦୁର୍ବଳ ଥିବାରୁ ପବନରେ ଭୁସୁଡ଼ି ପଡ଼ିଥିଲା।

ବଲାଙ୍ଗିର ଆଗଲପୁର ବ୍ଲକ୍ ଇଂସା ଗାଁରେ ପ୍ରବଳ ପବନରେ ଘର ଉପରେ ଏକ ଗଛ ଉପୁଡ଼ି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଜଣେ ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛି। ସେହିପରି ବଜ୍ରପାତରେ ମୟୂରଭଞ୍ଜ ଜିଲ୍ଲାରେ ୨ ଓ ନୂଆପଡ଼ା ଜିଲ୍ଲାରେ ଜଣଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos