ଗୋବର ଲେପରେ ୪୦ମିନିଟ୍‌: ମଲାପୁଅକୁ ଫେରାଇ ଆଣିବାକୁ ଭାଗ୍ୟ ସହ ଲଢେଇ

କଲ୍ୟାଣସିଂହପୁର: ଜୀବନରେ ମୃତ୍ୟୁ ନିଶ୍ଚିତ। ମୃତ୍ୟୁ ପରେ ଜୀବିତ ହେବା ଅସମ୍ଭବ। ବିଜ୍ଞାନ ବିଦ୍ୟାରେ ମଧ୍ୟରେ ଏହାର କୌଣସି ନଜିର ନାହିଁ। ଏହାସତ୍ତ୍ୱେ ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ମୃତ ନାବାଳକକୁ ବଞ୍ଚାଇବା ପାଇଁ ଗୋବରରେ ୪୦ ମିନିଟ୍‌ ପୋତି ରଖିଥିଲେ। ତଥାପି ଜୀବନ ଫେରି ନଥିଲା। ଏପରି ଅଭାବନୀୟ ଘଟଣା ଘଟିଛି ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତରେ। ଆଜି ସୁନାଖଣ୍ଡି ଗାଁର ୩ଜଣ ନାବାଳକ ତୋଟାକୁ ଆମ୍ୱ ଗୋଟାଇବାକୁ […]

raigada

raigada

Rakesh Mallick
  • Published: Saturday, 13 May 2017
  • Updated: 13 May 2017, 04:47 PM IST

Sports

Latest News

କଲ୍ୟାଣସିଂହପୁର: ଜୀବନରେ ମୃତ୍ୟୁ ନିଶ୍ଚିତ। ମୃତ୍ୟୁ ପରେ ଜୀବିତ ହେବା ଅସମ୍ଭବ। ବିଜ୍ଞାନ ବିଦ୍ୟାରେ ମଧ୍ୟରେ ଏହାର କୌଣସି ନଜିର ନାହିଁ। ଏହାସତ୍ତ୍ୱେ ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ମୃତ ନାବାଳକକୁ ବଞ୍ଚାଇବା ପାଇଁ ଗୋବରରେ ୪୦ ମିନିଟ୍‌ ପୋତି ରଖିଥିଲେ। ତଥାପି ଜୀବନ ଫେରି ନଥିଲା। ଏପରି ଅଭାବନୀୟ ଘଟଣା ଘଟିଛି ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତରେ।

ଆଜି ସୁନାଖଣ୍ଡି ଗାଁର ୩ଜଣ ନାବାଳକ ତୋଟାକୁ ଆମ୍ୱ ଗୋଟାଇବାକୁ ଯାଇଥିଲେ। ଏହି ସମୟରେ ହେବାରୁ ବଜ୍ରପାତ ହେବାରୁ ମୁନା କାଡ୍ରାକାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ପରିବାର ଲୋକେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ତେବେ ମୁନାଙ୍କ ଶବକୁ ସତ୍କାର କରିବା ପରିବର୍ତ୍ତେ ପରିବାର ଲୋକେ ତାଙ୍କୁ ଗୋବରର ଲେପ ଦେଇ ୪୦ମିନିଟ୍‌ ପର୍ଯ୍ୟନ୍ତ ଜଗି ରହିଥିଲେ। କାଳେ ତାଙ୍କ ଜୀବନ ଫେରି ଆସିବ ସେହି ଆଶାରେ। ହେଲେ ସେମିତି କିଛି ହୋଇନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos