କଲ୍ୟାଣସିଂହପୁର: ଆସିଲାନି ଆମ୍ବୁଲାନ୍ସ, ଟାଟା ମ୍ୟାଜିକ୍‌ରେ ପ୍ରସବ କଲେ ମହିଳା

କଲ୍ୟାଣସିଂହପୁର: ପୁଣି ସ୍ୱାସ୍ଥ୍ୟ ବିଭାଗରେ ଲାଗିଛି ଦାଗ। ଆମ୍ୱୁଲାନ୍ସ ସେବା ନ ମିଳିବାରୁ ମହିଳାମାନେ ରାସ୍ତାରେ ପ୍ରସବ କରିବା ଘଟଣା ବାରମ୍ୱାର ପଦାକୁ ଆସୁଛି। ଆମ୍ୱୁଲାନ୍ସ ନ ଆସିବାରୁ ପୁଣି ଜଣେ ମହିଳା ଡାକ୍ତରଖାନା ଯିବା ବାଟରେ ପ୍ରସବ କରିଛନ୍ତି। ଏପରି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସିଙ୍ଗାରୀ ପଞ୍ଚାୟତ ପାଳଖମଣ ଗାଁରୁ। ଆମ୍ୱୁଲାନ୍ସ ନ ଆସିବାରୁ ଗାଁର ଜଣେ ପ୍ରସୂତି ମହିଳା ଏକ ଟାଟା ମ୍ୟାଜିକ୍‌ ଗାଡ଼ିରେ ପ୍ରସବ କରିଛନ୍ତି। ମହିଳାଙ୍କ ଡାକ୍ତରଖାନା ନେବାକୁ […]

kalansingpur

kalansingpur

Rakesh Mallick
  • Published: Thursday, 01 September 2016
  • Updated: 01 September 2016, 03:29 PM IST

Sports

Latest News

କଲ୍ୟାଣସିଂହପୁର: ପୁଣି ସ୍ୱାସ୍ଥ୍ୟ ବିଭାଗରେ ଲାଗିଛି ଦାଗ। ଆମ୍ୱୁଲାନ୍ସ ସେବା ନ ମିଳିବାରୁ ମହିଳାମାନେ ରାସ୍ତାରେ ପ୍ରସବ କରିବା ଘଟଣା ବାରମ୍ୱାର ପଦାକୁ ଆସୁଛି। ଆମ୍ୱୁଲାନ୍ସ ନ ଆସିବାରୁ ପୁଣି ଜଣେ ମହିଳା ଡାକ୍ତରଖାନା ଯିବା ବାଟରେ ପ୍ରସବ କରିଛନ୍ତି। ଏପରି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସିଙ୍ଗାରୀ ପଞ୍ଚାୟତ ପାଳଖମଣ ଗାଁରୁ।

ଆମ୍ୱୁଲାନ୍ସ ନ ଆସିବାରୁ ଗାଁର ଜଣେ ପ୍ରସୂତି ମହିଳା ଏକ ଟାଟା ମ୍ୟାଜିକ୍‌ ଗାଡ଼ିରେ ପ୍ରସବ କରିଛନ୍ତି। ମହିଳାଙ୍କ ଡାକ୍ତରଖାନା ନେବାକୁ ପରିବାର ଲୋକେ ପ୍ରଥମେ ୧୦୨ ପରେ ୧୦୮ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ଆମ୍ୱୁଲାନ୍ସ ନ ଆସିବାରୁ ପରିବାର ଲୋକେ ବାଧ୍ୟ ହୋଇ ଏକ ଟାଟା ମ୍ୟାଜିକ୍‌ ଗାଡ଼ି ଭଡ଼ା କରି ମହିଳାଙ୍କୁ ଡାକ୍ତରଖାନକୁ ନେବା ବାଟରେ ସେ ଏକ ସନ୍ତାନ ଜନ୍ମ ଦେଇଥିଲେ। ପରେ ମା’ ଓ ଛୁଆକୁ କଲ୍ୟାଣସିଂହପୁର ଡାକ୍ତରଖାନାକୁ ନିଆଯାଇଥିଲା।

ଗତ ମାର୍ଚ୍ଚ ୨୦ ତାରିଖରେ ୧୦୮ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କୋଡପଡ଼ା ଗାଁର ଜଣେ ମହିଳା ଘଷିପୁରା ବସ୍‌ଷ୍ଟାଣ୍ଡରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।

ଗତ ମେ’ ୨୨ ତାରିଖରେ ଜନନୀ ସୁରକ୍ଷା ଗାଡି ନ ଆସିବାରୁ କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ମୁଖିବଡେଇ ଗାଁର ଜଣେ ମହିଳା ରାସ୍ତାରେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ଜନ୍ମର କିଛି ଘଣ୍ଟା ପରେ ଶିଶୁଟିର ମୃତ୍ୟୁ ଘଟିଥିଲା।

ସେହି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଗୁଜିଆଗୁଡାରେ ଆମ୍ବୁଲାନ୍ସ ନ ଆସିବାରୁ ରାସ୍ତାରେ ଜଣେ ମହିଳା ପ୍ରସବ କରିଥିଲେ।

ବାରମ୍ବାର ଏପରି ଘଟଣା ଘଟୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ନିଦ୍ରାଭଙ୍ଗ ହେବା ପରି ମନେ ହେଉନାହିଁ। ବିଭାଗୀୟ ଅଧିକାରୀଙ୍କ ଅପାରଗତା ଓ ଆମ୍ବୁଲାନ୍ସରେ ନିୟୋଜିତ କର୍ମଚାରୀଙ୍କ ଆନ୍ତରିକତା ଅଭାବରୁ ଏପରି ଘଟଣା ଘଟୁଥିବା ସାଧାରଣରେ ଅଭିଯୋଗ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos