ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବସ୍ ଭଡ଼ା ହ୍ରାସ କରିଛନ୍ତି। ଅର୍ଡିନାରୀ ଓ ଏକ୍ସପ୍ରେସ୍ ବସ୍ରେ କିଲୋମିଟର ପିଛା ୧ ପଇସା ହ୍ରାସ କରାଯାଇଛି। ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍ରେ ୨ ପଇସା ଲେଖାଏଁ ହ୍ରାସ କରାଯାଇଛି। ଅଟୋମେଟିକ୍ ମେକାନିଜମ୍ରେ ବସ୍ ଭଡ଼ା ହ୍ରାସ କରାଯାଇଛି।
ପର୍ବରୁ ଅର୍ଡ଼ିନାରୀ ବସ୍ରେ ଯାତ୍ରା କରିବା ପାଇଁ କିଲୋମିଟର ପିଛା ୬୧ ପଇସା ଦେବାକୁ ପଡୁଥିଲା। ଏବେ ଏହାକୁ ୬୦ ପଇସାକୁ କମାଇ ଦିଆଯାଇଛି। ସେହିପରି ଏକ୍ସପ୍ରେସ୍ ବସ୍ରେ କିଲୋମିଟର ପିଛା ୬୪ ପଇସା ଥିଲା ବେଳେ ଏବେ ଏହା କମି ୬୩ ପଇସା ହୋଇଛି।
ଡିଲକ୍ସ ବସ୍ କିଲୋମିଟର ପିଛା ଭଡ଼ା ପୂର୍ବରୁ ୮୬ ପଇସା ଥିବାବେଳେ ଏବେ ଏହା ୮୪ ପଇସାକୁ ହ୍ରାସ ପାଇଛି। ସେହିପରି ଏସି ଡିଲକ୍ସ ବସ୍ କିଲୋମିଟର ପିଛା ୧ଟଙ୍କା ୦୭ ପଇସାରୁ ୧ଟଙ୍କା ୦୫ ପଇସାକୁ ହ୍ରାସ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।