ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ମୃତ ରିଷିଙ୍କ ବାନ୍ଧବୀ

ଭୁବନେଶ୍ୱର: ମୃତ ରିଷିଙ୍କ ବାନ୍ଧବୀ ଆଜି ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିଜ ମାଆଙ୍କ ସହ ଯୁବତୀ ଜଣଙ୍କ କମିଶନଙ୍କୁ ଭେଟିବାକୁ ଯାଇଥିଲେ। ଏହି ସମୟରେ ସେମାନଙ୍କ ସହ କିଛି ସାମାଜିକ କର୍ମୀ ଥିଲେ। ତେବେ ମାନବାଧିକାର କମିଶନଙ୍କ ପାଖରେ ଯୁବତୀ ଓ ତାଙ୍କ ମାଆ କ’ଣ ଅଭିଯୋଗ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। କମିଶନରେଟ୍‌ ପୋଲିସ ପକ୍ଷରୁ ରିଷିଙ୍କ ବାନ୍ଧବୀଙ୍କୁ ଚିହ୍ନଟ କରାଯାଇଥିବା କୁହାଯାଇଛି। ଏ ନେଇ ପୋଲିସ କମିଶନର ଯୋଗେଶ ବାହାଦୂର ଖୁରାନିଆ […]

risi

risi

Rakesh Mallick
  • Published: Thursday, 29 December 2016
  • Updated: 29 December 2016, 07:54 PM IST

risiଭୁବନେଶ୍ୱର: ମୃତ ରିଷିଙ୍କ ବାନ୍ଧବୀ ଆଜି ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିଜ ମାଆଙ୍କ ସହ ଯୁବତୀ ଜଣଙ୍କ କମିଶନଙ୍କୁ ଭେଟିବାକୁ ଯାଇଥିଲେ। ଏହି ସମୟରେ ସେମାନଙ୍କ ସହ କିଛି ସାମାଜିକ କର୍ମୀ ଥିଲେ। ତେବେ ମାନବାଧିକାର କମିଶନଙ୍କ ପାଖରେ ଯୁବତୀ ଓ ତାଙ୍କ ମାଆ କ’ଣ ଅଭିଯୋଗ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

କମିଶନରେଟ୍‌ ପୋଲିସ ପକ୍ଷରୁ ରିଷିଙ୍କ ବାନ୍ଧବୀଙ୍କୁ ଚିହ୍ନଟ କରାଯାଇଥିବା କୁହାଯାଇଛି। ଏ ନେଇ ପୋଲିସ କମିଶନର ଯୋଗେଶ ବାହାଦୂର ଖୁରାନିଆ ସୂଚନା ଦେଇ କହିଛନ୍ତି,“ରିଷିଙ୍କ ବାନ୍ଧବୀଙ୍କୁ ଚିହ୍ନଟ କରାଯାଇଛି। ଶୀଘ୍ର ତାଙ୍କୁ ଜେରା କରାଯିବ। ଆବଶ୍ୟକ ପଡିଲେ ବିବାଦୀୟ ଭିଡିଓ ଫୋରେନସିକ ଯାଞ୍ଚ କରାଯିବ। ଯେଉଁମାନଙ୍କ ପାଖରେ ଏହି ଘଟଣାରେ କିଛି ବି ସୂଚନା ରହିଛି ସମସ୍ତଙ୍କୁ ଜେରା ପାଇଁ ଡକାଯିବ।”

ରିଷି ମୃତ୍ୟୁ ଓ ବିବାଦୀୟ ଭିଡିଓକୁ ନେଇ ଦୁଇଥର ପୋଲିସ ଜେରାର ସମ୍ମୁଖୀନ ହୋଇଥିବା ରିଷିଙ୍କ ସାଙ୍ଗ ସୌରଭ ନନ୍ଦ ଆଜି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି,“ପୋଲିସ ଘଟଣାର ତଦନ୍ତ କରୁଛି। ମୋର ଭରଷା ଅଛି ଯାହା ସତ ପୋଲିସ୍‌ ନିଶ୍ଚିତ ବାହାର କରିବ। ରିଷି କେବେ ବି ମୋ ସହ ତା’ ପ୍ରେମିକା ଓ ପର୍ସନାଲ ଲାଇଫ ବିଷୟରେ ଆଲୋଚନା କରି ନ ଥିଲା। ମୁଁ ବି କେବେ ତାକୁ ଏ ନେଇ ପଚାରିନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos