କନ୍ଧମାଳ ଗସ୍ତରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

କନ୍ଧମାଳ: କନ୍ଧମାଳ ଗସ୍ତରେ ଅଛନ୍ତି ଜିଲ୍ଲା ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ଆଜି ଜିଲ୍ଲାର ବାଲିଗୁଡ଼ା, ବାରଖମା, ତୁମୁଡ଼ିବନ୍ଧ, କୋଟଗଡ଼ ଓ ମୁନିଗୁଡ଼ା ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବେ। ମଙ୍ଗଳବାର ସେ ଫୁଲବାଣୀରେ ଆଇଟିଆଇ, ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ସେହିପରି ଟିକାବାଲି-ଚକାପାଦ ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତୀକରଣ, ନୂଆଗାଁ ବ୍ଲକରେ ବିଲାବାଡିରେ ପାଇପ୍ ଜଳଯୋଗାଣ କାମର ମଧ୍ୟ ତଦାରଖ କରିଥିଲେ। ପରିମଳ ପାଇଁ ପୁରସ୍କୃତ ହୋଇଥିବା ବିଲାବାଡି ଗାଁର ଆଦିବାସୀ ଯୁବତୀ ମନୀଷାରାଣୀ ପ୍ରଧାନଙ୍କୁ ମଧ୍ୟ ପାଢ଼ୀ ଭେଟିଥିଲେ।